1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅତ୍ୟାଧିକ ଅଦା ଚା’ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଅଦା ଚା’ଶରୀର ପାଁଇ ଯେତିକି ଉପକାର ସେତିକି ଅପକାର ମଧ୍ୟ ହେଇଥାଏ । ଅଦା ଚା’ପିଇବା ଦ୍ୱାରା କିଛି ଲୋକଙ୍କ ର ଛାତି ଜଳାପୋଡ଼ା ହେଇଥାଏ ଏବଂ ପେଟ ବି ଖରାପ ହେଇଥାଏ ।

Sudesna Nayak
Sudesna Nayak
side effects of Ginger tea

side effects of Ginger tea

ପ୍ରତୋକ ବ୍ୟକ୍ତିଙ୍କର ସକାଳ ଚା’ ରୁ ଆରମ୍ଭ ହେଇଥାଏ । ସକାଳ ର ଜଳଖିଆ ହେଉ କି ନ ହେଉ କିନ୍ତୁ ଯଦି ଅଦା ଚା’ଟିକେ ମିଳିଗଲେ ଆଉ କିଛି ଆବଶ୍ୟକ ନ ଥାଏ । ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ବିନା ଅଦା ରେ ଚା’ ପିଅନ୍ତି ନାହିଁ । ଅଦା ଚା’(Ginger tea) ଶରୀର ପାଁଇ ଯେତିକି ଉପକାର ସେତିକି ଅପକାର ମଧ୍ୟ ହେଇଥାଏ ।

ଅଦା ଚା’ପିଇବା ଦ୍ୱାରା କିଛି ଲୋକଙ୍କ ର ଛାତି ଜଳାପୋଡ଼ା ହେଇଥାଏ ଏବଂ ପେଟ ବି ଖରାପ ହେଇଥାଏ । ତେଣୁ ଅନେକ କ୍ଷେତ୍ରରେ ଏହା ଶରୀର ପାଁଇ ହାନିକାରକ ହେଇଥାଏ ।

ଅଦା ଚା’ପିଇବା ସ୍ୱାସ୍ଥ୍ୟପକ୍ଷେ ଉପକାରୀ ନିଶ୍ଚୟ । କିନ୍ତୁ ଏହାକୁ ପିଇବାର ସମୟ ଓ ପରିମାଣ ହେଉଛି ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ କରୋନା ଯୋଗୁଁ ହେଉ ବା ଥଣ୍ଡା ଯୋଗୁଁ ଅଦା ଚା’(Ginger tea) ପିଇବାରେ ଅଭ୍ୟସ୍ତ ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଅଦା ଚା’ (Ginger tea) ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦେଖାଦେଇପାରେ । ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍ ନାମକ ଉପାଦନ ଅଧିକ ହେଲେ ପେଟରେ ଏସିଡ୍ ସୃଷ୍ଟି କରେ । ତେଣୁ ଅଧିକ ଅଦା ଚା’ ପିଇବା ଦ୍ୱାରା ପେଟ ଜଳାପୋଡା ହୋଇଥାଏ ।

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଅଦା ଚା’ (Ginger tea) ଭଲ । ହେଲେ ଆବଶ୍ୟକତା ଠାରୁ ଅଧିକ କ୍ଷତିକାରକ ହୋଇପାରେ । କିନ୍ତୁ ଲୋ ବ୍ଲଡ ପ୍ରେସର ରୋଗୀ ଏହାକୁ ପିଇବା ଦ୍ୱାରା ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଦେଖାଯାଏ । ଏହି ବାବଦ ରେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ ।

ଗର୍ଭବତୀ ମହିଳାମାନେ ଅଧକରୁ ଅଧିକ ଚା’ ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁକୁ ହାନି ପହଞ୍ଚାଇପାରେ ।

ଅଦା ଶରୀରରେ ଶର୍କରା ମାତ୍ରା କମାଇ ଦେଇଥାଏ । ତେଣୁ ଲୋ ସୁଗାରରେ ପୀଡିତ ମହିଳାମାନେ ଅଦା ଚା’(Ginger tea) ପିଇବା ଠିକ୍ ନୁହେଁ ।

ଅଦା ଚା’(Ginger tea) ର ସେବନ ଦ୍ୱାରା ଭୋକ ମଧ୍ୟ କମ ହେଇଥାଏ । କାରଣ ଅଦାରେ Serotonin hormone ରହିଥାଏ ଯାହା କି ଆପଣଙ୍କ ର ଭୋକ ର ମାତ୍ରା କୁ କମାଇଥାଏ । ଯେଉଁମାନେ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ସେହି ଲୋକେ ଏହି ଚା’ରୁ ଦୁରେଇ ରହିବା ଉଚିତ ।

ଅଧିକାଂଶ ମହିଳା କାମ ଯୋଗୁଁ ଅନିଦ୍ରା ରହିବା ପାଇଁ ଚା’ ପିଇଥାନ୍ତି । କିନ୍ତୁ ଅଧିକ ଅଦା ଚା’(Ginger tea) ପିଇବା ଦ୍ୱାରା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି ।

ଜୀବନ ନେଇପାରେ ଆଳୁ, ଅତ୍ୟଧିକ ଆଳୁ ଖାଇଲେ ହୋଇଥାଏ ଏହି ରୋଗ, ଜାଣନ୍ତୁ...

ଫୋପାଡନ୍ତୁ ନାହିଁ ପିଆଜ ଚୋପା, ଯନ୍ତ୍ରଣା ଭଳି ବଡ ବଡ ରୋଗରୁ ଦିଏ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments