1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜୀବନ ନେଇପାରେ ଆଳୁ, ଅତ୍ୟଧିକ ଆଳୁ ଖାଇଲେ ହୋଇଥାଏ ଏହି ରୋଗ, ଜାଣନ୍ତୁ...

ପ୍ରତ୍ୟେକ ଜିନିଷର ଲାଭ ଓ କ୍ଷତି ରହିଥାଏ । ସେହିଭଳି ଆଳୁକୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ ।

Sudesna Nayak
Sudesna Nayak
disadvantages of eating potatoes

disadvantages of eating potatoes

ଆଳୁରୁ ପ୍ରସ୍ତୁତ ରେସିପି (Patato Recipes)ପ୍ରାୟ ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଆଳୁ (Potato) ଏପରି ଏକ ମୂଳ ପନିପରିବା (Vegetable)ଯେ ସମସ୍ତ ବୟସର ଲୋକମାନେ ଖାଇବାକୁ ବହୁତ ପସନ୍ଦ କରନ୍ତି । ଆଳୁ ବିନା ଅନେକ ଖାଦ୍ୟ ଅସମ୍ପୂର୍ଣ୍ଣ ।

ଆଳୁ (Potato)ରୁ ଅନେକ ପ୍ରକାରର ରେସିପି (Recipes) ପ୍ରସ୍ତୁତ କରାଯାଇପାରେ । ଆଳୁରେ ଫାଇବର, ଜିଙ୍କ, ଆଇରନ୍ ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଆଳୁରେ କାରୋଟିନଏଡ୍, ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ପରି ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ପ୍ରତ୍ୟେକ ଜିନିଷର ଲାଭ ଓ କ୍ଷତି ରହିଥାଏ । ସେହିଭଳି ଆଳୁକୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ ।

ଅଧିକ ଆଳୁ ଖାଇବାରୁ ହୋଇଥାଏ ଏସବୁ ସମସ୍ୟା

୧. ରକ୍ତଚାପ (Blood Pressure)

ଆଳୁକୁ ଅଧିକ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ । ଯଦି ଆପଣ ରକ୍ତଚାପର ରୋଗୀ (Blood Pressure Patient), ତେବେ ଭୁଲରେ ବି ଅଧିକ ଆଳୁ (Potato) ଖାଆନ୍ତୁ ନାହିଁ । ଏହା ରକ୍ତଚାପର ସମସ୍ୟାକୁ ଆହୁରି ବଢ଼ାଇପାରେ ।

୨. ଆଲର୍ଜି (Allergies)

ଅନେକ ଲୋକମାନଙ୍କୁ ଆଳୁ (Potato)ଖାଇବା ଯୋଗୁଁ ଆଲର୍ଜି ହୋଇପାରେ । ବିଶେଷକରି ଯଦି ଆପଣ ନୀଳ ରଙ୍ଗର କିମ୍ବା ଗଜା ଆଳୁ ଖାଆନ୍ତି, ତେବେ ଏହା ଶରୀର ପାଇଁ ଅନେକ କ୍ଷତିକାରକ ମଧ୍ୟ ହୋଇପାରେ । ଏହିପରି ଆଳୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ସୃଷ୍ଟି ହୋଇପାରେ ।

୩. ଓଜନ ବୃଦ୍ଧି (Weight Gain)

ଆଳୁ (Potato) କୁ ଅଧିକ ଖାଇବା ଦ୍ୱାରା ଓଜନ (Weight Gain) ବଢ଼ିପାରେ । ଆଳୁରେ କାର୍ବୋହାଇଡ୍ରେଟ୍ ଭରପୂର ମାତ୍ରାରେ ରହିଥାଏ ଓ କାର୍ବୋହାଇଡ୍ରେଟ୍ ଅଧିକ ମାତ୍ରାରେ କ୍ୟାଲୋରୀ ବଢ଼ାଇପାରେ, ଯାହା ମୋଟାପଣର କାରଣ ହୋଇପାରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆଳୁ ଖାଇବା ବନ୍ଦ କରିବା ଉଚିତ୍ ।

୪. ଏସିଡିଟି (Acidity)

ଆଳୁ (Potato) ର ଅତ୍ୟଧିକ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କର ଅମ୍ଳତା ସମସ୍ୟା ହୋଇପାରେ । ଯଦି ଆପଣଙ୍କର ଗ୍ୟାସ୍, ହଜମ ସମସ୍ୟା ଅଛି, ତେବେ ଆପଣମାନଙ୍କୁ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

୫. ଗଣ୍ଠି ଯନ୍ତ୍ରଣା

ଯଦି ଆପଣମାନେ ଅଧିକ ଆଳୁ (Potato) ଖାଉଛନ୍ତି, ତେବେ ଶରୀରରେ ଫୁଲା ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ । ବୌଜ୍ଞାନିକଙ୍କ ଅନୁଯାୟୀ, ଆଳୁର ବ୍ୟବହାର ଶରୀରର ପ୍ରାକୃତିକ ପ୍ରଦାହକାରୀ ପଦାର୍ଥରେ ଗ୍ଲୁକୋଲକେନଏଡ୍ର ପରିମାଣ ବଢାଇଥାଏ, ଯାହା ପ୍ରଦାହ ଭଳି ସମସ୍ୟା ସୃଷ୍ଟି କରିଥାଏ ।

୬. ମୁଣ୍ଡବିନ୍ଧା

ନଷ୍ଟ ହୋଇଥିବା କିମ୍ବା ପତଳା ଆଳୁ କେବେ ବି ଖାଆନ୍ତୁ ନାହିଁ । ଗର୍ଭବତୀ ମହିଳାମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଆପଣଙ୍କ ଶିଶୁକୁ କ୍ଷତି ପହଞ୍ଚାଇପାରେ । ପତଳା ଆଳୁ କିମ୍ବା ସବୁଜ ଆଳୁରେ ସୋଲେନାଇନ୍, ଚାକୋନିନ୍ ଏବଂ ଆର୍ସେନିକ୍ ଭଳି ଅତ୍ୟଧିକ ଉପାଦାନ ରହିଥାଏ, ଏହା ଏକ ବିଷାକ୍ତ ଉପାଦାନ । ଏହିପରି ଆଳୁ ଖାଇବା ଦ୍ୱାରା ବାନ୍ତି, ମୁଣ୍ଡବିନ୍ଧା, ଝାଡ଼ା, ବାନ୍ତି ହୋଇପାରେ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଫୋପାଡନ୍ତୁ ନାହିଁ ପିଆଜ ଚୋପା, ଯନ୍ତ୍ରଣା ଭଳି ବଡ ବଡ ରୋଗରୁ ଦିଏ ମୁକ୍ତି

ଖାଦ୍ୟ ଖାଇବା ପରେ କରନ୍ତୁନି ଏହି ୬ଟି କାମ ; ନଚେତ ଭୋଗିବେ ସମସ୍ୟା, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments