1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅତ୍ୟାଧିକ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଅଧିକାଂଶ ଲୋକେ ଭାତ ନଖାଇ ଦିନେ ବି ରହି ପାରନ୍ତି ନାହିଁ । ଆପଣ ବି ଯଦି ସେହି ଲୋକମାନଙ୍କ ମଧ୍ୟରେ ଜଣେ,ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ।

Sudesna Nayak
Sudesna Nayak
disadvantages of eating Rice

disadvantages of eating Rice

ସାଧାରଣତଃ ଲୋକେ ଭାତ (Rice)ଖାଇବାକୁ ବେଶୀ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଭାତ (Rice)ନଖାଇ ଦିନେ ବି ରହି ପାରନ୍ତି ନାହିଁ । ଆପଣ ବି ଯଦି ସେହି ଲୋକମାନଙ୍କ ମଧ୍ୟରେ ଜଣେ,ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତିଦିନ ଭାତ ଖାଉଥିବା ଲୋକମାନଙ୍କ ପାଇଁ ଭାତ ବିଷ ହୋଇପାରେ । ଅଧିକ ଭାତ (Rice) ଖାଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଆର୍ସେନିକ୍ ନାମକ ବିଷାକ୍ତ ପଦାର୍ଥ ଯାଇଥାଏ ।

ଚିନ୍ତାର ବିଷୟ ହେଉଛି ଯେ, ଭାତରେ ଆର୍ସେନିକ୍ ବିଷର ମାତ୍ରା ଏତେ ଅଧିକ ଯେ ଏହାକୁ ଆପଣ ଅଣଦେଖା କରିପାରିବେ ନାହିଁ । ଆର୍ସେନିକ୍ ଶରୀରକୁ ପ୍ରବେଶ କରିବା ପରେ ବିଷାକ୍ତ ରାସାୟନିକ କ୍ୟାନସର,ହୃଦୟ ସମ୍ବନ୍ଧୀୟ ରୋଗ,ମଧୁମେହ ଭଳି ଗମ୍ଭୀର ରୋଗକୁ ନିମନ୍ତ୍ରଣ କରିଥାଏ ।

ଆର୍ସେନିକ୍ ମାଟିରେ ରହିଥିବା ଏକ ରାସାୟନିକ ପଦାର୍ଥ । ଏହାର ଅଳ୍ପାଂଶ ମାଟିରେ ଫଳୁଥିବା ଗଛରେ ରହିଥାଏ । କିନ୍ତୁ ଏହାର ମାତ୍ରା ଅନେକ କମ୍ ହୋଇଥାଏ । ଏହା ଦ୍ବାରା ଶରୀରର କୌଣସି କ୍ଷତି ହୋଇନଥାଏ । କିନ୍ତୁ ଧାନ ଫସଲରେ ଅଧିକ ମାତ୍ରାରେ ପାଣିର ବ୍ୟବହାର ହୋଇଥାଏ ।

ପାଣିରେ ଅଧିକାଂଶ ସମୟ ବୁଡ଼ି ରହିବା ଫଳରେ ଧାନ ଫସଲ ମାଟିରେ ମିଶିଥିବା ଆର୍ସେନିକୁ ଶୋଷିତ କରିଥାଏ । ଏଥିପାଇଁ ଅନ୍ୟାନ୍ୟ ଫସଲ ତୁଳନାରେ ଧାନରେ ୧୦ ରୁ ୨୦ ପ୍ରତିଶତ ଅଧିକ ଆର୍ସେନିକ୍ ରହିଥାଏ ।

ଯଦି ଆପଣ ସପ୍ତାହରେ ଥରେ କିମ୍ବା ଦୁଇ ଥର ଭାତ ଖାଉଛନ୍ତି ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ । ଛୋଟ ପିଲାମାନଙ୍କୁ ଭାତ ଖାଇବାକୁ ଜମା ଦିଅନ୍ତୁ ନାହିଁ ।

କିନ୍ତୁ ଆପଣ ଜମା ଭୟଭୀତ ହୁଅନ୍ତୁ ନାହିଁ । ଆପଣ ଚାହିଁଲେ ଚାଉଳରୁ ଆର୍ସେନିକକୁ କମ୍ କରିପାରିବେ । ଚାଉଳକୁ ଅଧିକ ପାଣିରେ ରୋଷେଇ କଲେ ଆର୍ସେନିକର ପରିମାଣ କମି ଯାଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଭାତ (Rice)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅତ୍ୟାଧିକ ଅଦା ଚା’ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଜୀବନ ନେଇପାରେ ଆଳୁ, ଅତ୍ୟଧିକ ଆଳୁ ଖାଇଲେ ହୋଇଥାଏ ଏହି ରୋଗ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments