1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବାଦାମ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବାଦାମ ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ । ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥାନ୍ତି । କିନ୍ତୁ ଅଧିକ ବାଦାମ ଖାଇବା ଭୟାନକ ହୋଇପାରେ ।

Sudesna Nayak
Sudesna Nayak
peanuts side effects some surprising adverse effects of peanuts

peanuts side effects some surprising adverse effects of peanuts

ବାଦାମ (Peanuts)ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ । ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥାନ୍ତି । କିନ୍ତୁ ଅଧିକ ବାଦାମ ଖାଇବା ଭୟାନକ (Side Effects)ହୋଇପାରେ । ଏହା ଫୁଡ୍ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ ।

ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ମୁତାବକ, ବାଦାମ ଖାଇବା ଦ୍ୱାରା ଲୋକେ ନିଜ ଜୀବନର ଯେକୌଣସି ମୁହୂର୍ତ୍ତରେ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି । କେବଳ ସେତିକି ନୁହେଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଅଧିକ ବାଦାମ (Peanuts) ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ରିପୋର୍ଟ ଅନୁଯାୟୀ, ବାଦାମ (Peanuts)ଶରୀରରେ ଆଫ୍ଲାଟୋକ୍ସିନର ପରିମାଣ ବୃଦ୍ଧି କରିଥାଏ । ଯାହା ଏକ କ୍ଷତିକାରକ ପଦାର୍ଥ ଅଟେ । ଆଫ୍ଲାଟୋକ୍ସିନ ଲକ୍ଷଣ ହେଉଛି ଭୋକ ନଲାଗିବା ଏବଂ ଆଖି ହଳଦିଆ ଦେଖାଯିବା । ଯାହା ଯକୃତ ଖରାପ କିମ୍ବା ଜଣ୍ଡିସ ହେବାର ସଙ୍କେତ ଦେଇଥାଏ ।

ଏଥିସହ ଆର୍ଥ୍ରାଇଟିସ୍ ରୋଗୀ ବାଦାମ (Peanuts) ସେବନ କରିବାରୁ ଦୂରେଇ ରହିବା ଉଚିତ୍ । ଏଥିରେ ଥିବା ଲେକ୍ଟିନ୍ ଯୋଗୁଁ କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଛାତି ଜଳାପୋଡା ଆଦି ହେବାର ଆଶଙ୍କା ରହିଛି ।

ବାଦାମ (Peanuts)ରେ ଫାଇଟିକ୍ ଏସିଡ୍ ନାମକ ଅନ୍ୟ ଏକ ଉପାଦାନ ମିଳିଥାଏ, ଯାହା ଶରୀରରେ ନ୍ୟୁଟ୍ରିସନାଲ୍ ଭେଲ୍ୟୁକୁ ହ୍ରାସ କରିଥାଏ । ଫାଇଟିକ୍ ଏସିଡ୍ ଶରୀରରେ ଲୌହ ଏବଂ ଜିଙ୍କ ପରିମାଣକୁ ହ୍ରାସ କରିଥାଏ । ଯେଉଁମାନେ ସନ୍ତୁଳିତ ଡାଏଟ୍ କିମ୍ବା ନିୟମିତ ଆମିଷ ଖାଆନ୍ତି, ସେମାନଙ୍କୁ ଅଧିକ ଅସୁବିଧା ହେବ ନାହିଁ । ହେଲେ ଯେଉଁମାନେ କେବଳ ଶସ୍ୟ ଜାତୀୟ କିମ୍ବା ଫଳ ଆଦି ସେବନ କରନ୍ତି, ସେମାନଙ୍କ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି ।

ଯେଉଁ ଲୋକମାନେ ଆଜମା ରୋଗରେ ପୀଡିତ ଅଛନ୍ତି ସେମାନେ ଭୁଲରେ ବାଦାମ (Peanuts) ଖାଆନ୍ତୁ ନାହିଁ, ଏହା ଖାଇବା ଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ହୋଇଥାଏ ।

ଯେଉଁ ଲୋକମାନଙ୍କ ଠାରେ ସ୍କିନରେ ଚର୍ମ ଜନୀତ ରୋଗ ହେଉଥିଲେ ବାଦାମ (Peanuts)କୁ ଖାଆନ୍ତୁ ନାହିଁ, ଏହା ଖାଇବା ଦ୍ବାରା ସ୍କିନରେ ବିଭିନ୍ନ ପ୍ରକାରର ଇନଫେକସନ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ବାଦାମ (Peanuts)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଜୀବନ ନେଇପାରେ କଫି, ଅତ୍ୟଧିକ କଫି ପିଇବା ଦ୍ୱାରା ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ...

ଅତ୍ୟାଧିକ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments