1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୋଇବା ପୂର୍ବରୁ ପ୍ରତିଦିନ ଘରେ ଜଳାନ୍ତୁ ଗୋଟିଏ ତେଜ ପତ୍ର, ଦେଖିବେ ଏହାର ଫାଇଦା

ଆଜି ଆମେ ଆପଣଙ୍କ ପାଖରେ ତେଜ ପତ୍ରର କିଛି ଏପରି ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ଏମିତିରେ ତ ତେଜ ପତ୍ର ଆମେ ମସଲା ଭାବେ ବ୍ୟବହାର କରିଥାଉ ମାତ୍ର ତାହାର କିଛି ଏପରି ଫାଇଦା ଆମେ ଆଜି କହିବୁ କି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ ।

Sudesna Nayak
Sudesna Nayak
burning tej patta at home before sleeping

burning tej patta at home before sleeping

ଆଜି ଆମେ ଆପଣଙ୍କ ପାଖରେ ତେଜ ପତ୍ରର କିଛି ଏପରି ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ଏମିତିରେ ତ ତେଜ ପତ୍ର ଆମେ ମସଲା ଭାବେ ବ୍ୟବହାର କରିଥାଉ ମାତ୍ର ତାହାର କିଛି ଏପରି ଫାଇଦା ଆମେ ଆଜି କହିବୁ କି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ । ଏହା ଭିତରେ ବହୁତ କିଛି ଔଷଧୀୟ ତତ୍ତ୍ୱ ରହିଥାଏ । ସମସ୍ତଙ୍କ ରୋଷେଇ ଘରେ ତେଜପତ୍ର ଦେଖିବାକୁ ମିଳେ । ପ୍ରାୟତଃ ତେଜପତ୍ରକୁ ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ତାହା ଅନେକ ଲୋକଙ୍କୁ ଅଜଣା ।

ଏହାକୁ ଖାଇବାରେ ତ ଆମକୁ ଅନେକ ଫାଇଦା ମିଳିଥାଏ ହି ମାତ୍ର ଏହାକୁ ଜଳେଇବାରେ ଆମକୁ ଆହୁରି ଫାଇଦା ମିଳିଥାଏ । କୁହାଯାଏ କି ଏହାକୁ ଜଳେଇବା ଦ୍ୱାରା ଏହାର ଔଷଧୀୟ ଗୁଣ ହାୱା ରେ ମିଶିଯାଏ ଆଉ ଆମକୁ ଅନେକ ଫାଇଦା ଦେଇଥାଏ । ଆମ ମାନସିକ ଟେନ୍ସନକୁ ଦୂର କରିଥାଏ । ଆପଣ ବାସ ନିଜର ରୁମ ରେ ତେଜ ପତ୍ର କୁ ଜଳାନ୍ତୁ ଆଉ ପ୍ରାୟ ୧୦ ମିନିଟ ଯାଏ ବାହାରକୁ ଚାଲି ଯାଆନ୍ତୁ ଆଉ ତା ପରେ ଆସିକି ରୁମରେ ପ୍ରବେଶ କରନ୍ତୁ । ତା ପରେ ଆପଣ ସେହି ରୁମରେ ଆସିକି କାମ କରନ୍ତୁ । ଆପଣ ଦେଖିବେ କି ଆପଣଙ୍କ ମନ କେତେ ଶାନ୍ତିରେ ଭରପୁର ରହୁଛି । ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣାରୁ ମୁକ୍ତ ରହିବେ । ଏହାଦ୍ୱାରା ଆପଣ ମାନସିକ ଚିନ୍ତାରୁ ମୁକ୍ତ ରହିବେ ।

 

ଏଥିରେ ଥିବା ଆଂଟିଅକ୍ସିଡାଂଟରେ ଅନେକ ଔଷଧିୟ ଗୁଣ ଭରପୁର ଥାଏ । ତେଜପତ୍ର ଖାଉଥିବା ଲୋକଙ୍କଠାରେ ପାଚନ ସମସ୍ୟା କମ ଦେଖାଯାଇଥାଏ । ଏହା ବ୍ୟତୀତ ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

 

ପ୍ରତିଦିନ ଘରେ ଜଳାଇଲେ ପରିବେଶ ସ୍ବଚ୍ଛ ରହେ । ଅଧିକାଂଶ ସମୟରେ ତେଜପତ୍ର ରୋଷେଇ ଘରେ ବ୍ୟବହାର କରାଯାଏ ହେଲେ ଏହାର ଔଷଧୀୟ ଗୁଣ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି । ତେଜ ପତ୍ର ମସଲା ବ୍ୟତୀତ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଏ । ତେଜପତ୍ର କେବଳ ଖାଦ୍ୟକୁ ସୁଆଦିଆ କରି ନଥାଏ ଏଥିରେ ଭରପୁର ମାତ୍ରାର ଔଷଧୀୟ ଗୁଣ ରହିଛି । ଏଥିରେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ ।

ଏହା ଛଡା ଘରର ପରିବେଶକୁ ମଧ୍ୟ ସ୍ବଚ୍ଛ ରଖିଥାଏ ତେଜ ପତ୍ର  । ତେଜପତ୍ର ଜଳାଇଲେ ଘରୁ ମଶା ବାହାରି ପଳାଇଯାଆନ୍ତି । ଘରେ ବାସ୍ନା ଥିବା ପର୍ଯ୍ୟନ୍ତ ପୁଣି ମଶା ଘରକୁ ପ୍ରବେଶ କରିନଥାନ୍ତି । ଏଣୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସମସ୍ୟାରୁ ଘର ଲୋକ ମୁକ୍ତ ହୋଇଥାନ୍ତି । ଏହା ବ୍ୟତୀତ ତେଜ ପତ୍ର ଖାଇବା ଦ୍ବାରା ଲୋକେ ଅଲଝାଇମର ଭଳି ସମସ୍ୟାରୁ ମୁକ୍ତ ରହିଥାନ୍ତି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments