Health & Lifestyle

କାୟା ବଢାଉଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

ମଙ୍କି ପକ୍ସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ସତର୍କ କରାଇଛନ୍ତି । ଏ ସମ୍ପର୍କରେ ଚିକିତ୍ସା ଗବେଷଣା ପରିଷଦ(ICMR)ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

21 May, 2022 3:58 PM IST By: Shuvanshu Kar

ମହାମାରୀ କୋରୋନା ମଧ୍ୟରେ ଡରାଉଛି ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗ । ଟମାଟୋ ଫ୍ଲୁ ପରେ ଏବେ ଭୟ ବଢାଇଛଇ ମଙ୍କି ପକ୍ସ । ତେବେ ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)।

ମଙ୍କି ପକ୍ସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ସତର୍କ କରାଇଛନ୍ତି । ଏ ସମ୍ପର୍କରେ ଚିକିତ୍ସା ଗବେଷଣା ପରିଷଦ(ICMR)ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କ ନମୁନା ସଂଗ୍ରହ କରି ପୁଣେର NIVକୁ ପଠାଇବାକୁ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁମାନଙ୍କଠାରେ ମଙ୍କି ପକ୍ସ ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ନମୁନା ପୁଣେର NIV ପଠାଯିବ ବୋଲ ଜଣାପଡିଛି ।

ମଙ୍କି ପକ୍ସ ଏକ ରୋଗ ଯାହା ଦଶନ୍ଧି ଧରି ଆଫ୍ରିକୀୟ ଲୋକଙ୍କ ମଧ୍ୟରେ ସାଧାରଣ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ଏହା ବିଶ୍ବର ଅନ୍ୟ ଦେଶକୁ ବ୍ୟାପିଛି । ବିଶେଷକରି ଆମେରିକା, କାନାଡା ଏବଂ ଅନେକ ୟୁରୋପୀୟ ଦେଶରେ ମାମଲା ରିପୋର୍ଟ କରାଯାଉଛି । 11 ଟି ଦେଶରେ ଏପର୍ଯ୍ୟନ୍ତ 80ଟି ମାମଲା ଚିହ୍ନଟ ହୋଇସାରିଲାଣି ।

ଯଦିଓ ଏହି ରୋଗର ସଂକ୍ରମଣ ହାର ଏତେ ବ୍ୟାପକ ନୁହେଁ, କିନ୍ତୁ କେତେକ ଦେଶରେ ଏହି ନୂଆ ରୋଗ ନିଶ୍ଚିତ ଭାବରେ ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଭାଇରସ ବିସ୍ତାର ହେବାର କାରଣ କ’ଣ ତାହା ଉପର ଅଧିକ ସୂଚନା ନଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ସାଧାରଣ ଜନତା ଆତଙ୍କିତ ହେବାର ଆବଶ୍ୟକ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

Omicron: ପେଟ ସହ ଜଡ଼ିତ ସମସ୍ୟା ଓମିକ୍ରନର ଏହି ଲକ୍ଷଣ ; ହୋଇଯାଆନ୍ତୁ ସାବଧାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)