1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

ଦେଶରେ କୋରୋନା ସଂକ୍ରମଣ ଥମି ନ ଥିବାବେଳେ ଚିନ୍ତା ବଢାଉଛି ଆଉ ଏକ ଭୂତାଣୁ । ଆଗରୁ ବାର୍ଡ ଫ୍ଲୁ, ସ୍ବାଇନ ଫ୍ଲୁ ଥିବାବେଳେ ଏବେ ଏକ ନୂଆ ଭୂତାଣୁ ଟମାଟୋ ଫ୍ଲୁ(tomato flu)କୁ ନେଇ ବଢୁଛି ଟେନସନ । କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଦ୍ରୁତଗତିରେ ବ୍ୟାପୁଛି ଟମାଟୋ ଫ୍ଲୁ(tomato flu) ସଂକ୍ରମଣ ।

Sudesna Nayak
Sudesna Nayak
Alert in Karnataka over ‘tomato flu’

Alert in Karnataka over ‘tomato flu’

ଦେଶରେ କୋରୋନା ସଂକ୍ରମଣ ଥମି ନ ଥିବାବେଳେ ଚିନ୍ତା ବଢାଉଛି ଆଉ ଏକ ଭୂତାଣୁ । ଆଗରୁ ବାର୍ଡ ଫ୍ଲୁ, ସ୍ବାଇନ ଫ୍ଲୁ ଥିବାବେଳେ ଏବେ ଏକ ନୂଆ ଭୂତାଣୁ ଟମାଟୋ ଫ୍ଲୁ(tomato flu)କୁ ନେଇ ବଢୁଛି ଟେନସନ । କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଦ୍ରୁତଗତିରେ ବ୍ୟାପୁଛି ଟମାଟୋ ଫ୍ଲୁ(tomato flu) ସଂକ୍ରମଣ । ସ୍ଥିତି ଏଭଳି ହୋଇଛି ଯେ ଏହି ରାଜ୍ୟରେ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।

ଗତ କିଛି ଦିନ ଧରି କର୍ଣ୍ଣାଟକରେ ଟମାଟୋ ଫ୍ଲୁ ରୋଗ ଦେଖା ଦେଇଛି। ତାମିଲନାଡୁ ଓ କେରଳରେ ମଧ୍ୟ ଏହାର ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପୁଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେବଳ କେରଳରେ 80 ଶିଶୁ ଆକ୍ରାନ୍ତ ହୋଇସାରିଲେଣି । ସେପଟେ କର୍ଣ୍ଣାଟକର ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି ।

ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି । ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି। ଟମାଟୋ ଭଳି ଦେହରେ ନାଲି ନାଲି ଫଳି ଯାଉଛି । ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହା ଆକ୍ରାନ୍ତ କରୁଛି । ଟମାଟୋ ଫ୍ଲୁ ‘tomato flu’ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା କରିବା ଏବଂ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା ଦେଖାଯାଇଛି।ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।


ଟମାଟୋ ଫ୍ଲୁ ‘tomato flu’ ର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ସଂକ୍ରାମକ ରୋଗ। ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି। ତେବେ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଉଥିବା ଲକ୍ଷ୍ୟ କରାଯାଇଛି ।

Omicron: ପେଟ ସହ ଜଡ଼ିତ ସମସ୍ୟା ଓମିକ୍ରନର ଏହି ଲକ୍ଷଣ ; ହୋଇଯାଆନ୍ତୁ ସାବଧାନ

ଚିକେନ ଖାଇଲେ ହେଇପାରେ ଏହି ରୋଗ !

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments