Health & Lifestyle

ଶରୀରରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବ ମୁଠା ଚଣା ସହ ଗୁଡ

ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ( jaggery ) ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।

24 March, 2023 11:00 AM IST By: Tanushree Mahapatra

ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ( jaggery )  ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଗୁଡ ଶରୀର ପାଇଁ ଆବଶ୍ୟକ ହେଉଥିବା କିଛି ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ନିୟମିତ ନିଜ ଖାଦ୍ୟରେ ଗୁଡ ସାମିଲ କରିବା ଦ୍ୱାରା ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।  

ଏଥିରେ କ୍ୟାଲସିୟମ୍‌, ଫସଫରସ୍‌, ପୋଟାସିୟମ୍‌, ଲୌହ ( iron ) , ଜିଙ୍କ୍‌ (jinc ) , ପ୍ରୋଟିନ୍‌, ଭିଟାମିନ୍ ଆଦି ଅନେକ୍ ପୋଷକ ତତ୍ୱ ରହିଛି । ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ l

ଗୁଡ ଦ୍ୱାରା ମସ୍ତିଷ୍କ ଜନିତ ସମସ୍ୟାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିବା ସହିତ,ଅଧକପାଳିରୁ ମଧ୍ୟ ଏହା ଆରାମ୍ ଦେଇଥାଏ । ଏହା ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଅଧିକ କ୍ଳାନ୍ତ ଅନୁଭବ କରୁଥିଲେ, ସେହି ସମୟରେ ଗୁଡ ଖଣ୍ଡିଏ ଖାଇବା ଦ୍ୱାରା, କ୍ଳାନ୍ତପଣ ଦୂର ହୋଇଥାଏ । ଏହା ଶରୀରରେ ଶକ୍ତି ସ୍ତର ବଢାଇ କ୍ଳାନ୍ତି ଦୂର କରିପାରେ । ଗୁଡ ରକ୍ତ ପରିଷ୍କାର କରିବା ସହିତ,ମେଟାବଲିଜମ୍ ହାର ନିୟନ୍ତ୍ରଣ କରେ । ଏହା ଛଡା ଫୁସ୍‌ଫୁସ୍ ଓ ଗଳା ସଂକ୍ରମଣରୁ ସୁରକ୍ଷା ଦେବାରେ ଏହା ଉପକାରୀ । ପେଟ ଜନିତ ସମସ୍ୟାରୁ ମୁକ୍ତି ଦେବାରେ ଯାହାଯ୍ୟ କରେ ଗୁଡ । ଗ୍ୟାସ୍ ଓ ଏସିଡିଟି ହେଉଥିଲେ ଗୁଡ ଖାଇବା ଦ୍ୱାରା ଆରାମ୍ ମିଳିଥାଏ । ଗୁଡ ସହିତ ପ୍ରତିଦିନ ଖଣ୍ଡେ ଅଦା ମିଶାଇ ଖାଇଲେ , ଏହା ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାଦ୍ୟ ଖାଇ ସାରିବା ପରେ ଛୋଟ ଗୁଡ ଖଣ୍ଡିଏ ଖାଇଲେ ଏହା ହଜମ କରିବାରେ ସାହାଯ୍ୟ କରେ । ଅଦା ଓ ଗୋଲମରିଚ ସହିତ ଗୁଡ ମିଶାଇ ଖାଇଲେ ଥଣ୍ଡା,ସର୍ଦ୍ଦି ଠାରୁ ଆରାମ୍ ମିଳେ ।

ଗୁଡ ମଧ୍ୟ ଚର୍ମ ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖରାପ ଟକ୍ସିନ ଦୂର ହେବା ସହ ରକ୍ତ ପରିଷ୍କାର ହୋଇଥାଏ। ଏହାଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯାଏ। ମୁହଁରେ ବ୍ରଣ ଏବଂ ତ୍ୱଚାରେ ଭାଙ୍ଗ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପେଟ ଜନିତ ସମସ୍ୟା ଦୂର କରିବା ପାଇଁ ଗୋଟେ ଗ୍ଲାସପାଣିରେ ଗୁଡ ଖାଇବା ଦ୍ୱାରା ଉପଶମ ମିଳିଥାଏ। ଗ୍ୟାସ୍‌ ଭଳି ଦୋଷ ମଧ୍ୟ ଦୂର କରିଥାଏ ଗୁଡ । ଯୁବତୀମାନଙ୍କୁ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଗୁଡ। ଏଥିରେ ଅନେକ ଭିଟାମିନ ଏବଂ ମିନେରାଲ ରହିଥାଏ । ଗୁଡ ଖାଇବା ଦ୍ୱାରା ଶରୀରରୁ ଭିଟାମିନର ଅଭାବ ଦୂର କରାଯାଏ। ଏହାଛଡା ଆଳସ୍ୟ ଏବଂ ଥକ୍କାପଣ ସମସ୍ୟା ଦୂର କରିବା ପାଇଁ ଗୁଡ ଖାଇବା ଉଚିତ ।

ଗୁଡ ସହିତ ଏମିତି ଅନେକ ଜିନିଷ ରହିଛି ଯାହାକୁ କହିଲେ ଶରୀର ପାଇଁ ଖୁବ ଭଲ ସାବ୍ୟସ୍ତ ହୋଇଥାଏ l ତେବେ ଗୁଡ ସହିତ ଚଣା ମିଶାଇ ଖାଇଲେ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ  । ଏହା ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ । ବିଶେଷ କରି ଶୀତଦିନେ ତଥା ବର୍ଷ ର ଅନ୍ୟଦିନ ଗୁଡିକରେ ଗୁଡ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ । କିନ୍ତୁ ଆପଣ ଜାଣିଛନ୍ତି କି, ମାତ୍ର ଗୁଡ ସହ ଚଣା ମିଶାଇ ଖାଇଲେ ଏହାର ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ । ଏଥିରେ କାବ୍ରୋହାଇଡ୍ରେଟ, ପ୍ରୋଟିନ , ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ହୋଇଥାଏ ।

ଗୁଡ ଓ ଚଣାର ସେବନ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ ହୋଇଥାଏ  । ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ତେଣୁ ଏହି ଶର୍କରା ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ ଭଲ । ସେହିପରି ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏଥିରେ ଆଇରନ ଭରପୁର ମାତ୍ରାରେ ଥିବାରୁ ରକ୍ତର ଅଭାବକୁ ଦୂର କରିଥାଏ ଶରୀରରେ । ଚଣାରେ କ୍ଷୀର ଓ ଦହି ଭଳି କ୍ୟାଲସିୟମ ମଧ୍ୟ ରହିଛି । ଯାହାକି ଶରୀର ର ହାଡକୁ ମଜଭୂତ କରିଥାଏ । ଚଣା ଖାଇବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଗୁଡ ସହ ଚଣାର ସେବନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ଏବଂ ସ୍ମରଣ ଶକ୍ତିର ବୃଦ୍ଧି ହୋଇଥାଏ ।

ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ । ଫାଇବରରେ ଭରପୁର ଚଣାର ସେବନ କରିବା ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ହେବା ଭଳି ରହିଥାଏ । ବାରମ୍ବାର ଭୋକ ଲାଗିନଥାଏ ଏହା ଖାଇବା ଦ୍ୱାରା । ଫଳରେ ଏହା ଖାଇବା ଦ୍ୱାରା ଓଜନ ହ୍ରାସ ସହଜରେ ହୋଇଥାଏ । ଦୁର୍ବଳତା କାରଣରୁ ଅନେକ ସମୟରେ ମହିଳାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଏକ ମୁଠା ଚଣା ଓ ଅଳ୍ପ ପରିମାଣରେ ଗୁଡର ସେବନ କରନ୍ତୁ । ଦେଖିବେ କିଛି ଦିନ ପରେ ଏହା ଦୂରେଇଯିବ l

ପେଟର ବିଭିନ୍ନ ସମସ୍ୟା ଦୂର କରିଥାଏ ମାଣ୍ଡିଆ ଗୁପଚୁପ୍, ଜାଣନ୍ତୁ କିପରି କରିବେ ତିଆରି….

ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ ! ନହେଲେ ହୋଇଯିବେ ନପୁଂସକ..

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)