1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପେଟର ବିଭିନ୍ନ ସମସ୍ୟା ଦୂର କରିଥାଏ ମାଣ୍ଡିଆ ଗୁପଚୁପ୍, ଜାଣନ୍ତୁ କିପରି କରିବେ ତିଆରି….

ପିଲା ହୁଅନ୍ତି କି ବୟସ୍କ ଗୁପୁଚୁପ୍ ନାଁ ସୁଣିବା କ୍ଷଣି ପାଟିରେ ଲାଳ ଚାଲିଆସେ, ଚାହିଁକି ବି ଗୁପଚୁପ୍ କୁ ମନା କରିବାକୁ ମନ ବଳି ନଥାଏ ।ବିଶେଷ କରି ଗୁପଚୁପ୍ ରେ ବ୍ୟବହାର ହେଉଥିବା ଖଟା ପାଣି ସମସ୍ତଙ୍କୁ ଖୁବ୍ ପସନ୍ଦ । ତେବେ ସାଧାରଣତଃ ଗୁପଚୁପ୍ ମଇଦା, ଅଟା ଏବଂ ସୂଜୀରେ ତିଆରି ହୋଇଥାଏ । ତେବେ ଏହି ସବୁ ଗୁପଚୁପ୍ ଆପଣମାନେ ସମସ୍ତେ ଖାଇଥିବେ । କିନ୍ତୁ ଆପଣ କେବେ ମାଣ୍ଡିଆରେ ତିଆରି ଗୁପଚୁପ୍ ଖାଇଛନ୍ତି କି ?

Priyambada Rana
Priyambada Rana
Millet Golgappa Recipe

Millet Golgappa Recipe

ଗୁପଚୁପ୍ ଭାରତର ଏକ ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ । ହିନ୍ଦୀ ଭାଷାଭାଷୀ ଲୋକ ଏହାକୁ ପାନୀପୁରୀ(Golgappa) କହୁଥିବା ବେଳେ କଲିକତାବାସୀ ଏହାକୁ ପୁଚୁକା କହି ସମ୍ବୋଧନ କରିଥାନ୍ତି । ସେହିପରି ଆମ ଓଡ଼ିଶାରେ ଏହା ଗୁପଚୁପ୍ ନାମରେ ଖୁବ୍ ପ୍ରସିଦ୍ଧ । ପିଲା ହୁଅନ୍ତି କି ବୟସ୍କ ଗୁପୁଚୁପ୍ ନାଁ ସୁଣିବା କ୍ଷଣି ପାଟିରେ ଲାଳ ଚାଲିଆସେ, ଚାହିଁକି ବି ଗୁପଚୁପ୍ କୁ ମନା କରିବାକୁ ମନ ବଳି ନଥାଏ ।ବିଶେଷ କରି ଗୁପଚୁପ୍ ରେ ବ୍ୟବହାର ହେଉଥିବା ଖଟା ପାଣି ସମସ୍ତଙ୍କୁ ଖୁବ୍ ପସନ୍ଦ । ତେବେ ସାଧାରଣତଃ ଗୁପଚୁପ୍ ମଇଦା, ଅଟା ଏବଂ ସୂଜୀରେ ତିଆରି ହୋଇଥାଏ । ତେବେ ଏହି ସବୁ ଗୁପଚୁପ୍ ଆପଣମାନେ ସମସ୍ତେ ଖାଇଥିବେ । କିନ୍ତୁ ଆପଣ କେବେ ମାଣ୍ଡିଆରେ ତିଆରି ଗୁପଚୁପ୍ ଖାଇଛନ୍ତି କି ?

ଯଦି କେବେ ଖାଇ ନାହାଁନ୍ତି ତେବେ ଆଜି ଆମେ ସିଖାଇବୁ ମାଣ୍ଡିଆରେ ତିଆରି ଗୁପଚୁପ୍(Millet Golgappa) ପ୍ରସ୍ତୁତି ପ୍ରଣାଳୀ ।ଯାହା ପାଟିକୁ ସୁଆଦିଆ ଲାଗିବା ସହ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୀତକାରକ ।ତେବେ ଆସନ୍ତୁ ସିଖିବା ମାଣ୍ଡିଆ ଗୁପଚୁପର ପ୍ରସ୍ତୁତୀ ପ୍ରଣାଳୀ...

ଆବଶ୍ୟକୀୟ ସାମଗ୍ରୀ:

-୧ କପ୍ ମାଣ୍ଡିଆ ପାଉଡର

-୧ କପ୍ ପାଣି

-୧/୨ ଚାମଚ ଲୁଣ

-୧/୪ ଆଳୁ ଭର୍ତା

-ତେନ୍ତୁଳୀ ପାଣି

-ପୁଦିନା, ଧନିଆ ଓ କଞ୍ଚାଲଙ୍କା ପେଷ୍ଟ

-ଛାଣିବା ପାଇଁ ତେଲ

ପ୍ରସ୍ତୁତୀ ପ୍ରଣାଳୀ:

- ଏକ ପାତ୍ରରେ ଗରମ ପାଣି ନିଅନ୍ତୁ, ସେଥିରେ ମାଣ୍ଡିଆ ପାଉଡରକୁ ଭଲ ଭାବେ ମିଶାଇ ଭଲ ଭାବେ ଚକଡି ଦିଅନ୍ତୁ ।

-ଏହା ପରେ ସେହି ଚକଡ଼ାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇ ରଖି ଦିଅନ୍ତୁ ।

-ମାଣ୍ଡିଆ ଚକଡ଼ା ନରମ ହୋଇଯିବା ପରେ ଏଥିରୁ ଛୋଟ ଛୋଟ ଗୋଲ ତିଆରି କରି ଭଲ ଭାବେ ବେଲି ଛୋଟ ପୁରୀ ଭଳି ଆକାର ଦେଇ ଦିଅନ୍ତୁ । ଚେଷ୍ଟା କରିବେ ପତଳା ପତଳା ବେଲିବା ପାଇଁ ।

-ସେପଟେ ଏକ କଢ଼େଇରେ ଛାଣିବା ଭଳି ତେଲ ନେଇ ଗରମ କରନ୍ତୁ, ତେଲ ଗରମ ହେବା ପରେ ବେଲା ହୋଇଥିବା କଞ୍ଚା ଗୁପଚୁପକୁ ସେଥିରେ ଧିରେ ଧିରେ ପକାନ୍ତୁ ।

-ଗୁପଚୁପ୍ ଭଲ ଭାବେ ଫୁଲିଯିବା ପରେ ଚଟୁରେ ତାକୁ ବାହାରକୁ ବାହାର କରି ଦିଅନ୍ତୁ ।

-ଉକ୍ତ ଗୁପଚୁପ୍ ରୁ ଅନାବଶ୍ୟକ ତେଲ ବାହାର କରିବା ପାଇଁ ଟିସୁ ଉପରେ ଏହାକୁ ରଖି ପାରିବେ ।

-ଏବେ ତିଆରି ହୋଇଗଲା ଆପଣଙ୍କର ହେଲ୍ଦି ଏବଂ ଟେଷ୍ଟି ଗୁପଚୁପ୍ ।

-ଏବେ ଆପଣ ଏଥିରେ ଆଳୁ ଚକଟା ଓ ଖଟା ପାଣି ଦେଇ ଖାଇପାରିବେ ।

 

ଏହି ଗୁପଚୁପ୍ ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୀତକର । ଏହାକୁ ଆପଣ ପରିବାରର ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁଆଇ ପାରିବେ ।

କ’ଣ ଏହି ମିଲେଟ ମିଶନ ? କାହିଁକି ଚାଲିଛି ଏତେ ପ୍ରଚାର ପ୍ରସାର ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments