1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗୁଡ଼ୁଚି ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!

ବର୍ତ୍ତମାନ ସମୟରେ ଭାରତର ବିଭିନ୍ନ ପ୍ରଦେଶରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିସାରିଛି l ଏହି ପରିପ୍ରେକ୍ଷୀରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଅନେକ ଉପାୟର ଅନୁସନ୍ଧାନ କରାଯାଉଛି l ପରୀକ୍ଷାରୁ ଜଣାପଡିଛି ଯେ, ଆମର ବାଡ଼ି ବଗିଚାରେ ହେଉଥିବା ଗୁଡ଼ୁଚି ବା ଗୁଳୁଚି ଲତାରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି l

Sugyan Kumar Nayak
Sugyan Kumar Nayak
Giloy

Giloy

ବର୍ତ୍ତମାନ ସମୟରେ ଭାରତର ବିଭିନ୍ନ ପ୍ରଦେଶରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିସାରିଛି l ଏହି ପରିପ୍ରେକ୍ଷୀରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଅନେକ ଉପାୟର ଅନୁସନ୍ଧାନ କରାଯାଉଛି l ପରୀକ୍ଷାରୁ ଜଣାପଡିଛି ଯେ, ଆମର ବାଡ଼ି ବଗିଚାରେ ହେଉଥିବା ଗୁଡ଼ୁଚି ବା ଗୁଳୁଚି ଲତାରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି l ଏହା ସହିତ ଗୁଡ଼ୁଚିରେ ହଜମ ବ୍ୟବସ୍ଥାକୁ ଠିକ ଅବସ୍ଥାକୁ ଆଣିବାର କ୍ଷମତା ମଧ୍ୟ ରହିଛି l ବର୍ତ୍ତମାନ ବଜାରରେ ମଧ୍ୟ ଏହାର ଚୁର୍ଣ୍ଣକୁ ବିଭିନ୍ନ କମ୍ପାନୀଗୁଡ଼ିକ ବିକ୍ରି କରୁଛନ୍ତି l ଗୁଡ଼ୁଚି ହେଉଛି ଏକ ମାଂସାଳ ଲତା ଜାତୀୟ ଉଦ୍ଭିଦ । ଏହା ଭାରତର ସମସ୍ତ ପ୍ରାନ୍ତରେ ଥିବା ଜଙ୍ଗଲ ବିଶେଷତଃ ଉଷ୍ଣ ପ୍ରାନ୍ତମାନଙ୍କରେ ଅଧିକ ପରିମାଣରେ ଦେଖାଯାଏ । ଆୟୁର୍ବେଦୀୟ ଚିକିତ୍ସାରେ ଗୁଡ଼ୁଚିର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇଆସୁଛି । ଆଜିକାଲି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର କଞ୍ଚାମାଲ ରୂପେ ଯଥେଷ୍ଟ ଚାହିଦା ରହିଛି । ତେଣୁ ଭବିଷ୍ୟତରେ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଚାଷୀଭାଇମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ ।  ତେବେ ଆସନ୍ତୁ ଆମେ ଏହି ଗୁଡ଼ୁଚିକୁ କିପରି ଲାଭଜନକ ଉପାୟରେ ଚାଷ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା, ଯାହା ଫଳରେ ଆମର ଓଡ଼ିଶାର ଚାଷୀଭାଇମାନେ ବିଶେଷ ଲାଭ ପାଇପାରିବେ l

ଗୁଡ଼ୁଚି ଏକ ଚିକ୍କଣ, ମାଂସାଳ ଲତାଜାତୀୟ ଉଦ୍ଭିଦ । ଏହାର ପତ୍ର ଚିକ୍କଣିଆ, ପତଳା ଏବଂ ୭ ରୁ ୯ ଶିରା ବିଶିଷ୍ଟ ହୋଇଥାଏ । ପ୍ରାୟ ବସନ୍ତ ଋତୁରେ ଏହାର ପୁରୁଣା ପତ୍ର ହଳଦିଆ ହୋଇ ଝଡିଯାଏ ଏବଂ ଜ୍ୟେଷ୍ଠ ମାସ ବେଳକୁ ନୂଆ ପତ୍ର କଅଁଳିଆଥାଏ ନବୀନ ପତ୍ର କଅଁଳିବା ସହିତ ସବୁଜ ହଳଦିଆ ମିଶ୍ରିତ ବର୍ଣ୍ଣଯୁକ୍ତ ଫୁଲ ଗୁଚ୍ଛରେ ଫୁଟିଥାଏ । ଏହାର ଫଳ ମଟର ସଦୃଶ ଅଟେ ଏବଂ ପାଚି ଗଲା ପରେ ଲାଲ ହୋଇଥାଏ । ଏହାର ମଞ୍ଜି ସାମାନ୍ୟ ବକ୍ର ତଥା ଚିକ୍କଣିଆ ଅଟେ । ସମୁଦାୟ ଲତାଟି ବକ୍ରାକାରରେ ଗୁଡାଇ ହୋଇ ଅନ୍ୟ ଗଛ ବିଶେଷତଃ ଆମ୍ବ ଓ ପଣସ ପ୍ରଭୃତି ଗଛରେ ମାଡ଼ିଥିବାର ଦେଖାଯାଏ । ଗୁଡ଼ୁଚିର କାଣ୍ଡ, ଚେର, ଏବଂ ପତ୍ରକୁ ସାଧାରଣତଃ ଔଷଧ ଭାବରେ ବ୍ୟବହାର କରାଯାଏ l  ଏହାର କଞ୍ଚା କାଣ୍ଡ ତ୍ଵକରେ ଗିଲୋଇନ ନାମକ ଗ୍ଲୁକୋସାଇଡ , ଗିଲୋଇନିନ ନାମକ ତିକ୍ତ ପ୍ରଦାର୍ଥ ତଥା ଗିରୋସ୍ଟେରଲ ମିଳିଥାଏ ।

ଜଳବାୟୁ ଓ ମୃତ୍ତିକା

ଭାରତୀୟ ଜଳବାୟୁ ଗୁଡ଼ୁଚି ଲତା ଚାଷ କରିବା ପାଇଁ ଉପଯୁକ୍ତ ଅଟେ । ବିଶେଷତଃ ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଏହି ଗଛ ଭଲ ବଢିଥାଏ । ଏହା ସମସ୍ତ ପ୍ରକାର ମାଟିରେ ହୋଇପାରିବ । ତେବେ ହାଲୁକା ମାଟି ଏହାର ଚାଷ ପାଇଁ ଅଧିକ ଉପଯୋଗୀ ଅଟେ ।

ଜମି ପ୍ରସ୍ତୁତି

ଗୁଡ଼ୁଚି ଲତା ଚାଷ ପାଇଁ ଏପ୍ରିଲ ମେ ମାସରେ ଜମିରେ ୨x୨ ମିଟର ବ୍ୟବଧାନରେ ୩୦x୩୦x ୩୦ ସେମି ଫୁଟର ଗାତ ଖୋଳାଯାଇ ସେଥିରୁ ୫ କିଗ୍ରା , ଗୋବର ଖତ ତଥା ୫୦୦ ଗ୍ରାମ ନିମ ପିଡ଼ିଆ ମିଶାଇ ଭର୍ତ୍ତି କରାଯାଏ । ଜୁଲାଇ ଅଗଷ୍ଟ ମାସରେ ପ୍ରସ୍ତୁତ ଚାରାଗୁଡିକ ରୋପଣ କରାଯାଏ । ଗୁଡ଼ୁଚି ଲତାର ବୃଦ୍ଧି ନିମନ୍ତେ ରଞ୍ଜା ଦେବା ବ୍ୟବସ୍ଥା କରିବା ଉଚିତ । ବର୍ଷାଋତୁ ପରେ ୨୫-୩୦ ଦିନ ବ୍ୟବଧାନରେ ପାଣି ଦେବା ଉଚିତ । ଏକ ଏକରରେ ୬୦୦ ଚାରା ରୋପଣ କରାଯାଇପାରିବ । ବର୍ଷାଋତୁରେ ଗୁଳୁଚୀ ଲତାରେ ବହୁତ ପତ୍ର ହୁଏ । କିନ୍ତୁ ଶୀତ ଋତୁରେ ପତ୍ର ସବୁ ଝଡିଯାଏ , କେବଳ ପାକଳ ଡାଳଗୁଡିକ ଲାଗି ରହିଥାଏ । ଏହି ସମୟରେ ଗଛ ର ମୂଳକୁ ୩୦ ସେମି , ଉଚ୍ଚାରେ ଛାଡି ଦେଇ ଗଛଟିକୁ ସମ୍ପୂର୍ଣ ଭାବେ କାଟି ଛୋଟ ଛୋଟ ଖଣ୍ଡରେ ଶୁଖାଇ ଦିଆଯାଏ ।

ଜାନୁଆରୀ , ଫେବୃୟାରୀ, ମାର୍ଚ୍ଚ ମାସରେ ଗୁଡ଼ୁଚି ଗଛର ପତ୍ରବିହୀନ ଡାଳ ସଂଗ୍ରହ କଲେ ଏହାର ଔଷଧୀୟ ଗୁଣାତ୍ମକମାନ ଅଧିକ ମିଳେ । ଗଛର ରହିଯାଇଥିବା ମୂଳରୁ ଆସନ୍ତା ବର୍ଷର ବର୍ଷାଋତୁରେ ନୂତନ ଡାଳ, ପତ୍ର ବାହାରିଥାଏ ଓ ଦ୍ୱିତୀୟ ବର୍ଷର ଫସଲ ସେଥିରୁ ଅମଳ କରାଯାଏ । ଏହିପରି ଗୋଟିଏ  ଥର ବ୍ୟବସାୟିକ ଭିତ୍ତିରେ ଗଛ ରୋପଣ କରି ବହୁତ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇପାରିବ ଏବଂ ଆର୍ଥିକ ଲାଭ ମଧ୍ୟ ମିଳିପାରିବ l ଏହାକୁ ଅନୁର୍ବର ପଡିଆ ଜମି କିମ୍ବା କୌଣସି ଫସଲ ସହିତ ବାଡ଼ ପାଖରେ ଲଗାଇ ଚାଷ କରାଯାଇପାରିବ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments