Health & Lifestyle

କ୍ୟାନ୍ସର ଭଳି ବଡ଼ ରୋଗକୁ ଦୂରେଇ ଦିଏ ତମ୍ବା ପାତ୍ର

ଆଜିକାଲିର ଆଧୁନିକ ଜୀବନଶୈଳୀ ଆପଣେଇ ଲୋକେ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା କାଠିକର ପାଠ ସାବ୍ୟସ୍ତ ହୋଇଯାଇଛି । ସାରା ଦିନ ସତେଜ ରହିବାକୁ ହେଲେ ଦିନର ଆରମ୍ଭକୁ ଭଲରେ କରିବାକୁ ହେବ । ସକାଳକୁ ସତେଜ କରିବାକୁ ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର(Copper) ପାଣି ପିଇଲେ ଅନେକ ଉପକାର ହୋଇଥାଏ । ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ । ଏହି ପାଣିରେ ତମ୍ବା ଆୟନ ଚାର୍ଜ ହୋଇଯାଇଥାଏ ।

21 March, 2023 12:07 PM IST By: Priyambada Rana

ଆଜିକାଲିର ଆଧୁନିକ ଜୀବନଶୈଳୀ ଆପଣେଇ ଲୋକେ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା କାଠିକର ପାଠ ସାବ୍ୟସ୍ତ ହୋଇଯାଇଛି ।  ସାରା ଦିନ ସତେଜ ରହିବାକୁ ହେଲେ ଦିନର ଆରମ୍ଭକୁ ଭଲରେ କରିବାକୁ ହେବ । ସକାଳକୁ ସତେଜ କରିବାକୁ ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର(Copper) ପାଣି ପିଇଲେ ଅନେକ ଉପକାର ହୋଇଥାଏ । ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ । ଏହି ପାଣିରେ ତମ୍ବା ଆୟନ ଚାର୍ଜ ହୋଇଯାଇଥାଏ । ତମ୍ବା ଅଣୁଜୀବ ନିରୋଧୀ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଫଳରେ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିବା ସହିତ ଯୁବ ସୁଲଭ ଠାଣି ବଜାୟ ରହିଥାଏ । ଅଭ୍ୟାସ କରି ନିୟମିତ ଏହାକୁ ପିଇଲେ ଶରୀର ମଧ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ କ୍ଷତ ମଧ୍ୟ ଶୁଖିଯାଏ । ଫଳରେ ତମ୍ବା ପାତ୍ରରେ ପାଣି ପିଇଲେ ଅନେକ ପରିମାଣରେ ଲାଭ ହୋଇଥାଏ।

ମୁଖ୍ୟତଃ ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ପାତ୍ରରେ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟର କ୍ଷତି କରିଥାଏ। ତମ୍ବାରେ କପର ଧାତୁ ରହିଥାଏ, ଯାହା ଖାଦ୍ୟରେ ମିଶିବା ଫଳରେ ତାହା ବିଷାକ୍ତ ହୋଇଯାଏ। ସେହି ଖାଦ୍ୟକୁ ଖାଇବା ପରେ ଫୁଡ଼ ପଏଜନିଂ ହେବାର ଆଶଙ୍କା ରହିଛି। ଜାଣନ୍ତୁ କେଉଁ ଖାଦ୍ୟ ତମ୍ବା ବାସରେ ରଖିବା ଉଚିତ ନୁହେଁ ..
ଆଚାର, ଦହି ଓ ଲେମ୍ବୁରସ ଆଦିକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ। ଆଚାରରେ ଥିବା ସିରକା, ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ଼, ଦହିରେ ଥିବା ଲାକଟିକ ଏସିଡ଼ ତମ୍ବା ସହ ମିଶି ବିଷାକ୍ତ ହୋଇଯାଏ। ତେଣୁ ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ।

ଫଳ– ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା ପରି ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର – ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।
ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ସକାଳେ ଏହି ପାଣି ପିଇବାକୁ ଅନେକ ପରାମର୍ଶ ଦେବାର ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ପରାମର୍ଶ ପଛରେ କ’ଣ ରହିଛି କାରଣ?
-ତମ୍ବା ପାତ୍ରର ପାଣି ପିଇବା ଦ୍ବାରା ପାଚନ କ୍ରିୟା ସଠିକ୍ ଭାବରେ ହୋଇଥାଏ ।
-ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ ।
-ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲ୍‍ ମାତ୍ରା ମଧ୍ୟ କମ୍ କରେ ।

-ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ହୃଦଘାତ ଜନିତ ଆଶଙ୍କା କମ୍ ଥାଏ ।
-ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
-ମୋଟାପଣ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।
-ଏହା ଦ୍ୱାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ ।
-ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ତ୍ୱ ରହିଛି । ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇ ପାରିବ।
-ନିୟମିତ ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ ।

କିପରି ଜାଣିବେ ଆପଣଙ୍କୁ ହୋଇଛି H.I.V ଏଡସ୍ ?...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)