1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କିପରି ଜାଣିବେ ଆପଣଙ୍କୁ ହୋଇଛି H.I.V ଏଡସ୍ ?...

ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ ଏହାକୁ ଏତେ ପରିମାଣରେ ଦୁର୍ବଳ କରିଦେଇଥାଏ ଯାହା ଶରୀର ଅନ୍ୟ କୌଣସି ରୋଗ ସହ ଲଢେଇ କରିବାରେ ସକ୍ଷମ ହୋଇନଥାଏ । ଏଚଆଭି ଏମିତି ଏକ ସଂକ୍ରମଣ ଯାହାର ଚିକିତ୍ସା ନ କଲେ ଆଗକୁ ଯାଇ ଏହା ଏଡ଼ସ୍ ରେ ପରିଣତ ହୋଇଥାଏ । ଏଚଆଇଭି ଦୁଇ ପ୍ରକାରର :ଏଚଆଇଭି-୧ ଓ ଏଚଆଇଭି-୨ ।

Priyambada Rana
Priyambada Rana
HIV Aids: Causes and Symptoms...

HIV Aids: Causes and Symptoms...

ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ ଏହାକୁ ଏତେ ପରିମାଣରେ ଦୁର୍ବଳ କରିଦେଇଥାଏ ଯାହା ଶରୀର ଅନ୍ୟ କୌଣସି ରୋଗ ସହ ଲଢେଇ କରିବାରେ ସକ୍ଷମ ହୋଇନଥାଏ । ଏଚଆଭି ଏମିତି ଏକ ସଂକ୍ରମଣ ଯାହାର ଚିକିତ୍ସା ନ କଲେ ଆଗକୁ ଯାଇ ଏହା ଏଡ଼ସ୍ ରେ ପରିଣତ ହୋଇଥାଏ । ଏଚଆଇଭି ଦୁଇ ପ୍ରକାରର :ଏଚଆଇଭି-୧ ଓ ଏଚଆଇଭି-୨ ।

ଏଚ.ଆଇ.ଭି କିପରି ରୋଗର କାରଣ ହୁଏ ?

ଏଚ.ଆଇ.ଭି ମନୁଷ୍ୟ ଶରୀରରେ ପ୍ରବେଶ କରି ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରେ । ରୋଗ ପ୍ରତିରୋଧ ବା ଅସୁସ୍ଥତା ବିରୋଧରେ ଶକ୍ତି ହ୍ରାସ ପାଏ ଏବଂ ଶେଷରେ ସାମାନ୍ୟ ସଂକ୍ରମଣ ରୋଗୀକୁ ଉଦବେଗଜନକ ଅବସ୍ଥାରେ ପହଞ୍ଚାଏ । ସଂକ୍ରମିତ ବ୍ୟକ୍ତି ଶରୀରରେ ଏଚଆଇଭି ବର୍ଷ ବର୍ଷ ଧରି ରହି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦେଇ ଏଡସ୍ ହୋଇଥାଏ ।

ଗୁରୁତ୍ଵପୂର୍ଣ୍ଣ : ଶରୀର ଏଚଆଇଭି ସଂକ୍ରମଣ ହେବାର ୮-୧୦ ବର୍ଷ ବା ତା’ ଠାରୁ ଅଧିକ ସମୟ ପରେ ମଧ୍ୟ ଏଡସ୍ ଅବସ୍ଥା ଆସିଥାଏ । ଏଡସ୍ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ଉପଯୁକ୍ତ ଚିକିସ୍କା ଦ୍ଵାରା ଅଧିକ  କିଛି ବର୍ଷ ବଞ୍ଚିଥାଏ ।

ଏଚଆଇଭି କିପରି ବ୍ୟାପିଥାଏ?

ଏଚ.ଆଇ.ଭି ନିମ୍ନଲିଖିତ ଚାରୋଟି ଉପାୟ ସଂକ୍ରମିତ ହୋଇଥାଏ ।

ଅସୁରକ୍ଷିତ ଯୌନ ସମ୍ପର୍କ - ଉଭୟ ପୁରୁଷ ଓ ମହିଳା (ସ୍ୱଳ୍ପ ବୟସଙ୍କ ସମେତ ) ତାଙ୍କର ଯୌନ ସାଥିଙ୍କ ଦ୍ଵାରା ସଂକ୍ରମିତ ହୋଇଥାନ୍ତି । (ଏପରିକି ପୁରୁଷ କିମ୍ବା ସ୍ତ୍ରୀ ସମଲିଙ୍ଗୀ ବା ବିପରୀତ ଲିଙ୍ଗୀ ହୋଇଥାଏ ) ଏହା ଯୌନାଙ୍ଗ, ମଳଦ୍ଵାର ମାଧ୍ୟମରେ ଯୌନକ୍ରିୟା, ତଥା ମୁଖଯୌନ ସମ୍ପର୍କ ବା ମୁଖ ମୌଥୁନ, ସଂକ୍ରମିତ ବିଜ୍ୟ, ରକ୍ତ କିମ୍ବା ଯୋନି-ସ୍ରାବ ଦ୍ଵାରା ବ୍ୟାପିଥାଏ ।

ସଂକ୍ରମଣ ଛୁଞ୍ଚି / ସିରିଞ୍ଜ  ସଂକ୍ରମିତ କିମ୍ବା ଏକାଧିକବାର ବ୍ୟବହୃତ ସିରିଞ୍ଜଏବଂ ଛୁଞ୍ଚି ଦ୍ଵାରା ଏଚଆଇଭି/ ଏଡସ୍ ହୋଇପାରେ ।

ଗୁରୁତ୍ଵପୂର୍ଣ୍ଣ : ଯେଉଁ ବ୍ୟକ୍ତି ସିରିଞ୍ଜଓ ଛୁଞ୍ଚି ଦ୍ଵାରା ଡ୍ରଗସ ସେବନ କରୁଥାନ୍ତି, ସେମାନେ ଯଦି ଅନ୍ୟର ସିରିଞ୍ଜବା ଛୁଞ୍ଚି ବ୍ୟବହାର କରନ୍ତି ତେବେ ଏଡସ୍ ହୋଇଥାଏ । କାରଣ କେଉଁ  ମାନଙ୍କୁ ଏଚଆଇଭି/ ଏଡସ୍ ହୋଇଛି, ତାହା ସାଧାରଣତଃ ଜାଣିହୁଏ ନାହିଁ ।

ଏଚ.ଆଇ.ଭି/ ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିର ରକ୍ତ ଓ ରକ୍ତରୁ ସୃଷ୍ଠ ପଦାର୍ଥ ଗ୍ରହଣ ଦ୍ଵାରା ଏଚଆଇଭି ବ୍ୟାପିଥାଏ । ରକ୍ତ ଗ୍ରହଣ ପରେ ଯଦି ରକ୍ତର ଏଚଆଇଭି ପରୀକ୍ଷଣ ହୋଇନଥାଏ ତେବେ ଏହା ଦ୍ଵାରା ନିଶ୍ଚିନ୍ତ ସଂକ୍ରମିତ ହେବାର ସମ୍ଭାବନା ଥାଏ।

-ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କୌଣସି ଶକ୍ତ ଚିକିତ୍ସା ବାହାରି ନାହିଁ ଯାହା ଏହାକୁ ସମ୍ପୂର୍ଣ୍ଣ ଠିକ କରିପାରିବ । କେବଳ କିଛି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରୁଛି । ଔଷଧ ସାହାଯ୍ୟରେ ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ କରାଯାଇ ପାରୁଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ, ଏଚଆଇଭି କଣ୍ଟ୍ରୋଲ ପାଇଁ ବହୁ ପ୍ରକାର ଜିନିଷ ବାହାରି ମଧ୍ୟ ବର୍ତ୍ତମାନ ଏହା ଲକ୍ଷ ଲକ୍ଷ ଲୋକ ମାନଙ୍କୁ ସଂକ୍ରମିତ କରୁଛି । ୨୦୨୧ର ଶେଷ ସୁଧା ଦୁନିଆରେ ୩.୮୪ କୋଟି ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ଥିଲେ ।

ଏଚ.ଆଇ.ଭି ସଂକ୍ରମିତ ଲୋକଙ୍କର ଶେଷରେ ମୃତ୍ୟୁ ହୁଏ କାହିଁକି?

ଏଚ.ଆଇ.ଭି ସଂକ୍ରମିତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି କମିଗଲେ ସାଧାରଣ ଥଣ୍ଡା ଠାରୁ ଆରମ୍ଭକରି କ୍ୟାନସର ପରି କେତେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ସମସ୍ୟା ଗୁଡିକ ଲୋକମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରେ । ତେଣୁ ମୃତ୍ୟୁ ହୋଇଥାଏ ।

-ଭାରତରେ ପ୍ରଥମ ମାମଲା ସେକ୍ସ ୱାର୍କରଙ୍କ ପାଖରେ ଦେଖାଦେଇଥିଲା । ସେଥିପାଇଁ ଯୌନ ସମ୍ପର୍କ ରଖିବା ପୂର୍ବରୁ ସୁରକ୍ଷାକାରୀ ଜିନିଷ ବ୍ୟବାହାର କରନ୍ତୁ । ଏହାଛଡା ଇଞ୍ଜେକ୍ସନ ନେବା ପୂର୍ବରୁ ପ୍ୟାକେଟ ଯୁକ୍ତ ଛୁଂଚି ବ୍ୟବାହାର କରନ୍ତୁ । ଆଜିକାଲି ଟାଟୁ କରିବା ଏକ ଫ୍ୟାସନ ହୋଇଗଲାଣି ତେବେ ଭଲ ଯାଗାରେ ଟାଟୁ କରନ୍ତୁ ଯେଉଁଠାରେ ପ୍ୟାକେଟ ଯୁକ୍ତ ଛୁଂଚି ବ୍ୟବହାର କରାଯାଉଛି ।ଯଦି ଆପଣଙ୍କୁ ଏଚଆଇଭି ସଂକ୍ରମଣ ହୋଇଛି ତେବେ ଚିନ୍ତା ନ କରି ତୁରନ୍ତ ଡ଼ାକ୍ତର ସହ ପରାମର୍ଶ କରି ଆଣ୍ଟି ରେଟ୍ରୋଭାଇରଲ ଟ୍ରିଟମେଣ୍ଟ କରନ୍ତୁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମଜଭୁତ ଚିକିତ୍ସା ବାହାରି ନାହିଁ ହେଲେ ଔଷଧ ମାଧ୍ୟମରେ ଏହାକୁ ବଂଚାଯାଇ ପାରିବ ।

ଥଣ୍ଡାଠୁ ଆରମ୍ଭ କରି ଅଣ୍ଟା ବିନ୍ଧା ପର୍ଯ୍ୟନ୍ତ ସବୁ ସମସ୍ୟା ଦୂର କରିଦେବ ପସାରୁଣୀ ପତ୍ର....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments