Health & Lifestyle

ଅଧିକ ସେଓ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ସେଓ (apple)ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ । ଅତ୍ୟଧିକ ସେଓ ଖାଇବା ହାନିକାରକ ମଧ୍ୟ ହୋଇଥାଏ ।

01 January, 2022 4:26 PM IST By: Sudesna Nayak

ଫଳ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । ସେଓ ବା ଆପଲ୍‌ (apple) ଏଭଳି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ, ବୋଲି ବିଶ୍ୱାସ କରାଯାଏ । ଏଥିରେ ଫାଇଭର, ଭିଟାମିନ୍‌-ସି ଏବଂ ପୋଟାସିଅମ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଅଛି, ଯାହା ରୋଗଠାରୁ ଆମକୁ ଦୂରେଇ ରଖିଥାଏ । ତେବେ ସେଓ (apple)ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ । ଅତ୍ୟଧିକ ସେଓ ଖାଇବା ହାନିକାରକ ମଧ୍ୟ ହୋଇଥାଏ ।

ଜଣେ ବ୍ୟକ୍ତି ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ ନୁହେଁ । ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସେଓ ଖାଉଛନ୍ତି ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିପାରେ ।

ସେଓରେ ଭରପୂର ମାତ୍ରାର ଫାଇଭର ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । କିନ୍ତୁ ଯଦି ଶରୀରକୁ ଆବଶ୍ୟକତାଠାରୁ ଅଧିକ ଫାଇଭର ମିଳେ, ତେବେ ଏହା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

ସେଓକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ମାତ୍ରା ବଢ଼ିବା ସମ୍ଭାବନା ରହିଥାଏ । କାରଣ ଏଥିରେ କାର୍ବୋହାଇଡ୍ରେଡ୍‌ ଭରପୁର ମାତ୍ରାରେ ରହିଛି । ତେଣୁ ଆବଶ୍ୟକତା ଠାରୁ ଅଧିକ ସେଓ ଖାଇବା ଉଚିତ ନୁହେଁ

ସେଓ ଖାଇବା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳଥାଏ । କିନ୍ତୁ ଏହାକୁ ଅଧିକ ସେଓ ଓଜନ ମଧ୍ୟ ବଢ଼ିପାରେ । ଯଦି ଆପଣ ଗୋଟିଏ ସମୟରେ ଅତ୍ୟଧିକ ସେଓ (apple)ଖାଇ ନିଅନ୍ତି ତେବେ ଏହା ଆପଣଙ୍କ ଶରୀରର ଚର୍ବି ଅଂଶ ତରଳାଇ ପାରିବ ନାହିଁ ।

ଅଧିକ ସେଓ ବା ଆପଲ (apple) ଖାଇବା ଦ୍ୱାରା ଦାନ୍ତ ମଧ୍ୟ ଖରାପ ହୋଇଯାଇଥାଏ । ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ ଅଟେ । ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣମାନଙ୍କୁ ଆପଲକୁ ଅନ୍ୟ କୌଣସି ସ୍ନାକ୍ସ ଆଇଟମ୍ ସହ ମିଶାଇ ଖାଇପାରିବେ ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

ହୃଦରୋଗରୁ ରକ୍ଷା କରେ ମେଥି ଶାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)