1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

ଶୀତଦିନେ ରାତିରେ ଅଧିକାଂଶ ଲୋକ କ୍ଷୀର ପିଇବା ପାଇଁ ବହୁତ ପସନ୍ଦ କରଥାନ୍ତି । ଲୋକମାନେ ବିଶ୍ୱାସ କରନ୍ତି ଯେ, କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ । ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ । କିନ୍ତୁ ଏହି କ୍ଷୀର ସହ ଲବଙ୍ଗ ମିଶାଇ ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ । ଏହି ଦୁଇଟି ଜିନିଷକୁ ଏକାଠି ପିଇବା ଦ୍ବାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ।

Sudesna Nayak
Sudesna Nayak
Drink milk with cloves for health benefits

Drink milk with cloves for health benefits

ଶୀତଦିନେ ରାତିରେ ଅଧିକାଂଶ ଲୋକ କ୍ଷୀର ପିଇବା ପାଇଁ ବହୁତ ପସନ୍ଦ କରଥାନ୍ତି । ଲୋକମାନେ ବିଶ୍ୱାସ କରନ୍ତି ଯେ, କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ । ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ । କିନ୍ତୁ ଏହି କ୍ଷୀର ସହ ଲବଙ୍ଗ ମିଶାଇ ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ । ଏହି ଦୁଇଟି ଜିନିଷକୁ ଏକାଠି ପିଇବା ଦ୍ବାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ।
କ୍ଷୀର ଏବଂ ଲବଙ୍ଗ ଅନେକ ପୋଷକ ତତ୍ତ୍ୱରେ ଭରପୂର । କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ-ଏ, ଭିଟାମିନ-ଡି ଓ ଭିଟାମିନ-କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ରହିଛି ।

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଭଲ ହୋଇଥାଏ । ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ତିଆରି କରି ରଖିଦିଅନ୍ତୁ । ତା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ । ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ ପାଉଡର ମିଶାନ୍ତୁ । ତାପରେ ସେଥିରେ ଟିକେ ଗୁଡ ମିଶାଇ ପିଅନ୍ତୁ । ଏହା ଶରୀର ପାଇଁ ବହୁତ ଲାଭଦାୟୀ ହୋଇଥାଏ ।

ଶୀତଦିନେ ପ୍ରାୟତଃ ଲୋକମାନଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ ଆପଣମାନେ ଯଦି କ୍ଷୀର ସହ ଲବଙ୍ଗ ମିଶାଇ ପିଇବେ ତାହା ବହୁତ ଲାଭଦାୟୀ ହୋଇଥାଏ । ଯାହା ଫଳରେ ଗଳାର ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିବ ।

ଯଦି ଆପଣମାନେ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ । କ୍ଷୀରରେ କ୍ୟାଲସିଅମ୍‌, ସୋଡିଅମ୍‌, ପୋଟାସିଆମ ଭରପୂର ମାତ୍ରାରେ ରହିଛି । ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ ।

ଯଦି ଆପଣମାନେ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି ତେବେ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ । ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଯାଇଥାଏ ।

ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ । ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।

ହୃଦରୋଗରୁ ରକ୍ଷା କରେ ମେଥି ଶାଗ

Immunity Booster Foods: ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ୮ ପ୍ରକାରର ଖାଦ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments