1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଜାଣିଛନ୍ତି କି, ସବୁ ଜିନିଷର ଅତିର ପରିଣାମ କେବେ ଭଲ ହୋଇ ନ ଥାଏ । ସେହିପରି ଅଧିକ ଲେମ୍ବୂ ପାଣି ପିଇଲେ ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ଭୋଗିବାକୁ ପଡ଼ିପାରେ ।

Sudesna Nayak
Sudesna Nayak
drinking lemon water too much problems

drinking lemon water too much problems

ସାଧାରଣତଃ ସକାଳୁ ସକାଳୁ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି । ୱେଟ ଲସ୍‌ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କମନ୍‌ ମ୍ୟାନ୍‌ ବି ଏହାକୁ ଫଲୋ କରୁଛନ୍ତି । ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇ ଦିନରେ ଅଧିକାଂଶ ସମୟରେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କେବଳ ୱେଟ ଲସ୍‌ ନୁହେଁ, ପାଚନ ସମସ୍ୟା, ଡିହାଇଡ୍ରେସନ ମଧ୍ୟ ଏହାଦ୍ୱାରା ଦୂର ହୋଇଯାଏ । ହେଲେ ଜାଣିଛନ୍ତି କି, ସବୁ ଜିନିଷର ଅତିର ପରିଣାମ କେବେ ଭଲ ହୋଇ ନ ଥାଏ । ସେହିପରି ଅଧିକ ଲେମ୍ବୂ ପାଣି ପିଇଲେ ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ଭୋଗିବାକୁ ପଡ଼ିପାରେ ।

ଲେମ୍ବୁ ପାଣି ପେଟ ପାଇଁ ଅମୃତ ସମାନ ହୋଇଥାଏ । ହେଲେ ଏହାକୁ ଅଧିକ ଚିପୁଡ଼ିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରୋଓସୋଫେଗଲ ରିଫ୍ଲକ୍ସ ରୋଗ ଏବଂ ଏସିଡ ରିଫ୍ଲକ୍ସ ଆଦି ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁ ଛାତି ଜଳାପୋଡ଼ା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଦିଏ ।

ଖଟା ଫଳ ମାଇଗ୍ରେନ୍‌ ସମସ୍ୟାକୁ ବଢ଼ାଇଥାଏ । ଲେମ୍ବୁ ମାଇଗ୍ରେନ୍‌ ସମସ୍ୟା ଓ ମୁଣ୍ଡବିନ୍ଧା ସମସ୍ୟାକୁ ବଢ଼ାଇଥାଏ । କାରଣ ଲେମ୍ବୁରେ ଟାଇରାମାଇନ୍‌ ଅଧିକ ଥାଏ ଓ ଅନ୍ୟ ଫଳ ତୁଳନାରେ ଏହା ମାଇଗ୍ରେନ୍‌ ସମସ୍ୟା ଅଧିକ ବଢ଼ାଇଥାଏ ।

ଏକ ସର୍ଭେ ଅନୁଯାୟୀ, ଲେମ୍ବୁ ବହୁତ ଅଧିକ ଖଟା ହୋଇଥାଏ । ସେଥି ନିମନ୍ତେ ଦିନରେ ବହୁ ଥର ଏହା ଦାନ୍ତରେ ବାଜିବା ଦ୍ୱାରା ଦାନ୍ତ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ଦାନ୍ତର ଇନେମଲ ଖରାପ ହୋଇଥାଏ । ତେଣୁ ଆପଣ ଯଦି ଦିନରେ ବାରମ୍ବାର ଲେମ୍ବୁ ପାଣି ପିଇବାରେ ଅଭ୍ୟସ୍ତ, ତେବେ ଆପଣ ଏଥିନିମନ୍ତେ ଷ୍ଟ୍ର ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ଦାନ୍ତ ସିଧାସଳଖ ଏସିଡ ସମ୍ପର୍କରେ ଆସିବ ନାହିଁ ।

ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ବ୍ରଶ୍‌ କରନ୍ତୁ ନାହିଁ । ଏହା ଦ୍ୱାରା ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ । କିନ୍ତୁ ଏହାପରେ ଆପଣ ଏକ ଗ୍ଲାସ୍‌ ସାଧା ପାଣି ପିଇପାରିବେ ।

ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ହୋଇଥିବା ଛୋଟ ଛୋଟ ଘା’ ଜଲଦି ଶୁଖି ନ ଥାଏ । ଅଧିକ ଖଟା ଫଳ ଖାଇବା ଦ୍ୱାରା ଶରୀରରେ ହୋଇଥିବା ଘା ଶୀଘ୍ର ଶୁଖି ନ ଥାଏ । ଫଳରେ ଘା ଶୁଖିବାରେ ଅଧିକ ସମୟ ଲାଗିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments