Health & Lifestyle

ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା

କିଛି ଲୋକ ଉପବାସ ସମୟରେ ମଖାନା ଖାଇବାକୁ ପସନ୍ଦ କରନ୍ତି । ମଖାନାରେ ଭଲ ପରିମାଣର କ୍ୟାଲୋରୀ ମିଳିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କିଛି ଲୋକମାନଙ୍କୁ ମଖାନା ଖାଇବା ଜମା ଉଚିତ୍ ନୁହେଁ । ଆଜ୍ଞା ହଁ କିଛି ଲୋକ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନେ ମଖାନା ଖାଇବା ଉଚିତ୍ ନୁହେଁ ।

25 November, 2022 2:24 PM IST By: Sudesna Nayak

କିଛି ଲୋକ ଉପବାସ ସମୟରେ ମଖାନା (Makhana)ଖାଇବାକୁ ପସନ୍ଦ କରନ୍ତି । ମଖାନା (Makhana)ରେ ଭଲ ପରିମାଣର କ୍ୟାଲୋରୀ ମିଳିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କିଛି ଲୋକମାନଙ୍କୁ ମଖାନା (Makhana)ଖାଇବା ଜମା ଉଚିତ୍ ନୁହେଁ । ଆଜ୍ଞା ହଁ କିଛି ଲୋକ ମଖାନା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନେ ମଖାନା (Makhana) ଖାଇବା ଉଚିତ୍ ନୁହେଁ ।

ଡାଇରିଆ ସମସ୍ୟା (Diarrhea problem) ଥିବା ଲୋକମାନଙ୍କୁ ମଖାନା (Makhana)ଖାଇବା ଉଚିତ୍ ନୁହେଁ, ଜାଣନ୍ତୁ...

ମଖାନା (Makhana)ରେ ଥିବା ତନ୍ତୁ ଝାଡ଼ା ରୋଗରେ ପୀଡିତ ରୋଗୀଙ୍କ ପାଇଁ କ୍ଷତିକାରକ । ମଖାନାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି । ଏହାର କାରଣ ହେଉଛି ମଖାନା(Makhana)ରେ ବହୁତ ପରିମାଣର ଫାଇବର ଥାଏ, ଯାହା ଝାଡା ସମସ୍ୟାକୁ ବଢାଇବା ପାଇଁ କାମ କରିଥାଏ । ସେଥିପାଇଁ ହିଁ ଯେଉଁ ଲୋକମାନଙ୍କର ଝାଡା ସମସ୍ୟା ବା ପେଟ ଖରାପ ଜନୀତ ସମସ୍ୟାରେ ପୀଡିତ ଥିଲେ ମଖାନା (Makhana) ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

କିଡନୀ ଷ୍ଟୋନ (kidney stone) ଥିବା ଲୋକମାନଙ୍କୁ ମଖାନା (Makhana)ଖାଇବା ଉଚିତ୍ ନୁହେଁ,ଜାଣନ୍ତୁ...

ମଖାନାରେ ଭଲ ପରିମାଣର କ୍ୟାଲସିୟମ ଅଛି । ଯେଉଁଥିପାଇଁ ପଥରର ଆକାର ମଧ୍ୟ ବୃଦ୍ଧି ପାଇପାରେ । ଯଦି ଆପଣଙ୍କର କିଡନୀ ଷ୍ଟୋନ ବା ପଥୁରୀ ସମସ୍ୟା ଦ୍ୱାରା ପୀଡିତ ଅଛନ୍ତି ତେବେ ମଖାନା (Makhana)ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ଗ୍ୟାଷ୍ଟ୍ରିକ ସମସ୍ୟା (Gastric problem)ଥିବା ଲୋକମାନଙ୍କୁ ମଖାନା (Makhana)ଖାଇବା ଉଚିତ୍ ନୁହେଁ,ଜାଣନ୍ତୁ...

ମଖାନା (Makhana)ରେ ଭଲ ପରିମାଣର ଫାଇବର ଏବଂ ପ୍ରୋଟିନ୍ ମିଳିଥାଏ । ଯେଉଁଥିପାଇଁ ହଜମ କରିବାକୁ ଅଧିକ ସମୟ ଲାଗେ ।

କିନ୍ତୁ ଆପଣମାନେ ଜାଣିଛନ୍ତି କି, ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖେ ମଖାନା (Makhana),ଖାଲି ପେଟରେ ମଖାନା ଖାଇବା ଦ୍ୱାରା ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ (diabetes control)ରେ ରଖିବାରେ ସାହାଯ୍ୟ ମିଳିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ। ତେଣୁ ଆପଣ ନିୟମିତ ଭାବରେ ଦୈନିକ ମଖାନା ଖାଇବା ଉଚିତ।

ପ୍ରକାଶ ଥାଉ ଯେ, ଡାଇରିଆ ସମସ୍ୟା (Diarrhea problem), କିଡନୀ ଷ୍ଟୋନ (kidney stone),ଗ୍ୟାଷ୍ଟ୍ରିକ ସମସ୍ୟା (Gastric problem) ଥିବା ଲୋକମାନଙ୍କୁ ମଖାନା (Makhana)ଖାଇବା ଜମା ଉଚିତ୍ ନୁହେଁ ।

ଶୀତଦିନେ ଆପଣଙ୍କୁ ସୁସ୍ଥ ରଖିବ ଅଞ୍ଜିର,ମିଳିବ ଚମତ୍କାର ଫାଇଦା

ଚେହେରାକୁ ସୁନ୍ଦର କରିବ ଏହି ଜୁସ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)