1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚେହେରାକୁ ସୁନ୍ଦର କରିବ ଏହି ଜୁସ୍

ଟମାଟୋ ଏକ ଏମିତି ଜିନିଷ ଜାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଟମାଟୋ ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

Sudesna Nayak
Sudesna Nayak
tomato juice benefits for face

tomato juice benefits for face

ଟମାଟୋ (tomato)ଏକ ଏମିତି ଜିନିଷ ଜାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଟମାଟୋ (tomato)ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

-ଟମାଟୋ ଜୁସ୍‌ (tomato juice)ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍‌ ଏସିଡ଼୍‍, ବେଟା କେରୋଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକା ଗୁଡ଼ିକୁ ବଢ଼ିବାରୁ ରୋକିଥାଏ ।

-ଟମାଟୋ ଜୁସ୍‌ (tomato juice) ଶରୀରରେ ଥିବା ବିଷାକ୍ତ ପାଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ ।

-ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ (tomato juice)ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।

-ଯଦି ଆପଣ ପ୍ରତିଦିନ ଜଳଖିଆ ଖାଇବା ସମୟରେ ଗୋଟିଏ ଗ୍ଲାସ୍ ଟମାଟୋ ଜୁସ୍ (tomato juice)ପିଉଛନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବେ ଏବଂ ଆପଣ ଦିନସାରା ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ । ଆପଣଙ୍କ ଚର୍ମ ମଧ୍ୟ ବାହାରୁ ସୁସ୍ଥ ରହିଥାଏ ଏବଂ ଚେହେରାର ରଙ୍ଗରେ ମଧ୍ୟ ଉନ୍ନତ ହୁଏ । ଏହା ବ୍ୟତୀତ, ଆପଣଙ୍କର ହୃଦୟ ମଧ୍ୟ ଏହାର ବ୍ୟବହାର ଦ୍ୱାରା ସୁସ୍ଥ ରହିଥାଏ ।

- ଯକୃତର ବିଶୁଦ୍ଧିକରଣ ପାଇଁ ଟମାଟୋ ଜୁସ୍‌ (tomato juice)ପିଇବା ହେଉଛି ସବୁଠାରୁ ଭଲ ଉପାୟ ।

-ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ଅଛି,ତେବେ ସେଥିରୁ ରକ୍ଷା ପାଇବା ଲାଗି ବି ଟମାଟୋ ଜୁସ୍‌ (tomato juice) ପିଇପାରନ୍ତି ।

ଟମାଟୋ ଜୁସ୍‌ (tomato juice)କୁ ଡାକ୍ତରଙ୍କ ପରାମର୍ଶରେ ପିଇବା ଉଚିତ୍ ।

ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ଜାଣନ୍ତୁ...

ସାବଧାନ! ବାସି ଚା’ପିଉଛନ୍ତି କି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments