1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସାବଧାନ! ବାସି ଚା’ପିଉଛନ୍ତି କି?

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ଭଲ ଲାଗେ । ଚା’ ବିନା ତାଙ୍କ ଦିନ ଆରମ୍ଭ ହୁଏନି । ଅନେକ ଅଛନ୍ତି ଯିଏକି ଏପରି ଯିଏକି ଦିନରେ ୩ ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି । ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’ କୁ ରଖି ଗରମ କରି କରି ପିଇଥାନ୍ତି । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

Sudesna Nayak
Sudesna Nayak
Is it bad to drink tea some hours after it was made

Is it bad to drink tea some hours after it was made

ଅଧିକାଂଶ ଲୋକଙ୍କୁ ଚା’(Tea) ପିଇବା ଭାରି ଭଲ ଲାଗେ । ଚା’(Tea) ବିନା ତାଙ୍କ ଦିନ ଆରମ୍ଭ ହୁଏନି । ଅନେକ ଅଛନ୍ତି ଯିଏକି ଏପରି ଯିଏକି ଦିନରେ ୩ ରୁ ୪ ଥର ଚା’(Tea) ପିଇବାକୁ ଭଲ ପାଆନ୍ତି । ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’(Tea)କୁ ରଖି ଗରମ କରି କରି ପିଇଥାନ୍ତି । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ । ରଖାଯାଇଥିବା ବାସି ଚା’(Tea)କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ରଖାଯାଇଥିବା ଚା’(Tea)କୁ ଗରମ କରି ପିଇବା ଉଚିତ୍ ନୁହେଁ । ଏହାଦ୍ବାରା ଦ୍ୱାରା ଚା’(Tea)ର ସ୍ୱାଦ ଏବଂ ତା’ର ସୁଗନ୍ଧ ବଦଳି ଯାଇଥାଏ । ଫଳରେ ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା’(Tea) ପିଅନ୍ତୁ ନାହିଁ ।

ସେହିପରି ବାସି ଚା’(Tea)କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏହା ସ୍ୱାଦହୀନ ମଧ୍ୟ ଲାଗେ । ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ ।

କାରଣ ଚା’(Tea) କୁ ରିହିଟ କରି ପିଇବା ଦ୍ୱାରା ଆପଣଙ୍କ ଅମ୍ଲ ଦୋଷ ବଢିଥାଏ । ଖାସ କରି ଅଧିକ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ପୁଣି ଏହାର ସ୍ୱାଦ ମଧ୍ୟ ବଦଳି ଯାଇଥାଏ ।

ବାସି ଚା’(Tea)ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ । ଏଥିପାଇଁ ବାସି ଚା’(Tea)କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ । ଗରମ ଚା’(Tea) ସବୁଠୁ ଭଲ ।

କଫି ହେଉ କିମ୍ବା ଚା’ ଏହି ଦୁଇଟି ଡ୍ରିଙ୍କରେ ଭିଟାମିନ ମଧ୍ୟ ରହିଛି କିନ୍ତୁ ଏହାକୁ ଉଚିତ ପରିମାଣରେ ପିଇବା ଆବଶ୍ୟକ । ହେଲେ ବାସି ଚା’ କୁ ଗରମ କରି ପିଇବା ଦ୍ୱାରା ଏହା ଶରୀରରେ ଅନେକ ରୋଗ ସୃଷ୍ଟି କରାଇଥାଏ ।

ବାସି ଚା’(Tea)ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥାନ୍ତି । ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍ ଜୀବାଣୁ ହେବା ଆଶଙ୍କା ରହିଥାଏ ।

ଚା’(Tea) ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ।

ଯଦି ଆପଣ ହର୍ବାଲ ଚା’(Tea) ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ । ଯଦିଓ, ଆପଣ ଚା’(Tea) କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଆପମ ଗରମ କରି ପିଇପାରିବେ । ଏହା ଆପଣ ଶରୀରକୁ କୌଣସି କ୍ଷତି ପହଞ୍ଚାଇନଥାଏ ।

ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ,ମିଳିବ ଅନେକ ଫାଇଦା

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments