Health & Lifestyle

ଶୀତ ଦିନେ ଫ୍ରିଜରେ ରଖନ୍ତୁନି ଏହି ଖାଦ୍ୟ, ନହେଲେ ହୋଇପାରେ ଘାତକ....

ବର୍ତ୍ତମାନ ସମୟରେ ଫ୍ରିଜ(Refrigerator) ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଏହା ମାଧ୍ୟମରେ ଖାଦ୍ୟ ସଂରକ୍ଷଣ କରିବା ସହଜ ହୋଇଯାଇଛି। ସପ୍ତାହ ଶେଷରେ ଆମେ ପୁରା ସପ୍ତାହ ପାଇଁ ପନିପରିବା(Vegetable) କିଣିଥାଉ ଏବଂ ଫ୍ରିଜରେ ରଖିଥାଉ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି ଯେ କେତେକ ପନିପରିବା ଶୀତ ଋତୁରେ ଫ୍ରିଜରେ ରଖିବା ଉଚିତ୍ ନୁହେଁ।

13 January, 2023 1:00 PM IST By: Priyambada Rana

ବର୍ତ୍ତମାନ ସମୟରେ ଫ୍ରିଜ (Refrigerator) ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଏହା ମାଧ୍ୟମରେ ଖାଦ୍ୟ ସଂରକ୍ଷଣ କରିବା ସହଜ ହୋଇଯାଇଛି। ସପ୍ତାହ ଶେଷରେ ଆମେ ପୁରା ସପ୍ତାହ ପାଇଁ ପନିପରିବା (Vegetable) କିଣିଥାଉ ଏବଂ ଫ୍ରିଜରେ ରଖିଥାଉ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି ଯେ କେତେକ ପନିପରିବା ଶୀତ ଋତୁରେ ଫ୍ରିଜରେ ରଖିବା ଉଚିତ୍ ନୁହେଁ ।ଫ୍ରିଜରେ ଅଧିକାଂଶ ଲୋକେ ସମସ୍ତ ପ୍ରକାର ଜିନିଷକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏସବୁକୁ ଫ୍ରିଜରେ ରଖି ଦେଇଥାଆନ୍ତି। 

ମାତ୍ର ଏପରି କେତେକ ଜିନିଷ ରହିଛି,ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ପୋଷକ ତତ୍ତ୍ୱ (Nutrients) ନଷ୍ଟ ହୋଇ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।ଏହାର ପ୍ରଭାବ ପରିବର୍ତ୍ତନ ହୋଇଥାଏ ଏବଂ ଏହା ସ୍ୱାସ୍ଥ୍ୟକୁ ଗମ୍ଭୀର କ୍ଷତି ପହଞ୍ଚାଏ। ତେବେ ଆସନ୍ତୁ ଜାଣିବା କେଉଁ ପନିପରିବା ଫ୍ରିଜରେ ରଖିବା ଉଚିତ ନୁହେଁ।

୧. ରସୁଣ : ରସୁଣ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଏହାକୁ ରୋଷେଇ ଘରେ ଏକ ଛୋଟ ଟୋକେଇରେ ରଖିବା । କୋଠରୀ ତାପମାତ୍ରାରେ ମଧ୍ୟ ଏହା ଅନେକ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ । ଯଦି ଆପଣ ଏହାର ଚୋପାକୁ ଛଡ଼ାଇ କିମ୍ବା ମିଶ୍ରଣ କରି ଫ୍ରିଜରେ ରଖନ୍ତି, ତେବେ ଏହାର ପୁଷ୍ଟିକର ଗୁଣ ହ୍ରାସ ପାଇବ ।

୨. କାକୁଡ: ସାଲାଡରେ ଆମେ କାକୁଡି ବହୁତ ଖାଇଥାଉ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ଏହାକୁ ଶୀତ ଋତୁରେ କିଣୁଛନ୍ତି, ତେବେ ଏହାକୁ ଫ୍ରିଜରେ ରଖନ୍ତୁ ନାହିଁ । ଏହାକୁ କୋଠରୀର ସାଧାରଣ ତାପମାତ୍ରାରେ ରଖନ୍ତୁ, ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ।

୩. ଟମାଟୋ: ସେହିପରି, ଶୀତ ଋତୁରେ ତାପମାତ୍ରା ଅଧିକ ନୁହେଁ, ତେଣୁ ଆପଣ ଏହି ସମୟରେ ଟମାଟୋକୁ କୋଠରୀର ସାଧାରଣ ତାପମାତ୍ରାରେ ରଖିପାରିବେ। ଯଦି ଆପଣ ଏହାକୁ ଫ୍ରିଜରେ ରଖନ୍ତି ତେବେ ଏହାର ସ୍ୱାଦ ବଦଳିବା ଆରମ୍ଭ କରେ ।

୪. ଆଳୁ: ଆଳୁକୁ ପନିପରିବାର ରାଜା କୁହାଯାଏ କାରଣ ଏହା ଯେ କୌଣସି ପନିପରିବା ସହିତ ରନ୍ଧା ଯାଇପାରେ । ଆଳୁକୁ କେବେବି ଫ୍ରିଜରେ ରଖିବା ଉଚିତ ନୁହେଁ କାରଣ ଏଥିରେ ଥିବା ଷ୍ଟାର୍କ ସୁଗାରରେ ପରିଣତ ହୁଏ, ଯେଉଁ କାରଣରୁ ମେଦବହୁଳତା ଏବଂ ଗ୍ଲୁକୋଜ ସ୍ତର ବୃଦ୍ଧି ହେବାର ଆଶଙ୍କା ଥାଏ ।

୫. ପିଆଜ : ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ଯ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ। ଛୋପା ଲାଗିଥିବା ପିଆଜକୁ ସର୍ବଦା ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ। କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ।  କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ଫ୍ରିଜରେ ରଖିଥାଆନ୍ତି। ମାତ୍ର ଏପରି ରଖିବା ଉଚିତ ନୁହେଁ। ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ।

୬. କଖାରୁ : କଖାରୁକୁ ଅନେକ ଫ୍ରିଜରେ​‌ ରଖିଥାଆନ୍ତି। ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ। କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ବାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ।

ଖଟା ଫଳ : କମଳା, ଲେମ୍ବୁ ପରି ଖଟା ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ତାର ଚୋପା କଳା ପଡିଯାଏ। ଏବଂ ସେଥିରୁ ରସ ମଧ୍ୟ ଶୁଖିଯାଏ।
୭. ତରଭୂଜ : ତରଭୂଜରେ ବହୁ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ନଷ୍ଟ ହୋଇଯାଏ। ମାତ୍ର କାଟିବା ପରେ ଏହାକୁ ଅଳ୍ପ ଦିନ ଫ୍ରିଜରେ ରଖି ପାରିବେ। ଖାଇବାର କିଛି ସମୟ ପୂର୍ବରୁ ଏହାକୁ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କରି ଖାଇପାରିବେ।

୮. କଦଳୀ : କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ କଦଳୀକୁ ଫ୍ରିଜରେ ରଖିବା ଦ୍ବାରା ତାହା କଳା ପଡିଯାଏ। ଏହାକୁ ଫ୍ରିଜରେ ରଖିବା ଦ୍ବାରା ସେଥିରୁ ଇଥାଲିନ ନାମକ ଏକ ଗ୍ୟାସ ନିର୍ଗତ ହୋଇଥାଏ। ଏହା ସମ୍ପୁର୍ଣ୍ଣ କଦଳୀକୁ ଖରାପ କରି ଦେଇଥାଏ।

୯. କମଳା , ଲେମ୍ବୁ – କମଳା , ଲେମ୍ବୁର ସ୍ୱାଦ ଖଟା। ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ। ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ।
୧୦. ଅଙ୍ଗୁର – ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ। ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ। ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ।

ଅଣ୍ଡା ଓ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟ କୁ ହିତ ବାଜରା ଖେଚେଡି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)