1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସୁନ୍ଦର ତ୍ୱଚା ପାଇଁ ଟମାଟୋ ଫେସ ପ୍ୟାକ

ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ବଚା ପାଇଁ ମଧ୍ୟ ବହୁତ୍ ଉପକାରୀ ଟମାଟୋ । ଅନେକ ତ୍ବଚା ଜନିତ ସମସ୍ୟାକୁ ଦୂର କରେ ଟମାଟୋ । ତେବେ ଏଥିପାଇଁ ଆସନ୍ତୁ ଜାଣିବା ଘରୋଇ ଓ ସରଳ ଉପାୟରେ କେମିତି ପ୍ରସ୍ତୁତ କରିବେ ଟମାଟୋ ଫେସପ୍ୟାକ୍ ।

Sudesna Nayak
Sudesna Nayak
TOMATO FACE PACK

TOMATO FACE PACK

ଦିନକୁ ଦିନ ଜନସଂଖ୍ୟା ବଢିବା ସହିତ ବାୟୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଫଳରେ ଲୋକମାନଙ୍କ ମୁହଁରେ ବହୁତ ପ୍ରକାର ଅସୁବିଧା ଦେଖା ଦେଇଥାଏ ଯେମିତି କି ବ୍ରଣ ମୁହଁରେ ଅଏଲ ଆସିବା ଏହିଭଳି ସମସ୍ୟା ପାଇଁ ଆମେମାନେ ବହୁତ ଚିନ୍ତାରେ ରୁହନ୍ତି କାରଣ ଏହି ଦିନରେ ମୁହଁର ଯତ୍ତ୍ନ ନେବା ନିହାତି ଆବଶ୍ୟକ । ମୁହଁରେ ସୁନ୍ଦରତା ପାଇଁ ଆମେ ମୁହଁରେ ଫେସ ପ୍ୟାକ୍ ଲଗାଇବା ନିତାନ୍ତ ଆବଶ୍ୟକ । ବଜାରରେ ମିଳୁଥିବା ଫେସ୍ ପ୍ୟାକ୍ ଅପେକ୍ଷା ଘରେ ପ୍ରସ୍ତୁତ କରି ଲଗାଇଲେ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । ସୁନ୍ଦର, ଚମକଦାର ଓ ବେଦାଗ ତ୍ବଚା ପାଇବା ପାଇଁ ପାର୍ଲର ନଯାଇ ଘରେ ରହି ମଧ୍ୟ , ତ୍ବଚାର ଯତ୍ନ ନେଇ ପାରିବେ । ଏହାର କୌଣସି କୁପ୍ରଭାବ ମଧ୍ୟ୍ୟ ପଡ଼ି ନ ଥାଏ । ଏହା ମୁହଁକୁ ଗୋରା ସୁନ୍ଦର ଏବଂ ଉଜ୍ବଳ ମଧ୍ୟ କରିଥାଏ ।ଏବେ ଆମେ ଜାଣିବା କି ସେଇ ଘରୋଇ ଉପଚାର କଣ ଯାହାଦ୍ଵାରା ଆମେ ଆମ ମୁହଁର ସୌନ୍ଦଯ୍ୟା ବଢାଇ ପାରିବା ।

ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ବଚା ପାଇଁ ମଧ୍ୟ ବହୁତ୍ ଉପକାରୀ ଟମାଟୋ । ଅନେକ ତ୍ବଚା ଜନିତ ସମସ୍ୟାକୁ ଦୂର କରେ ଟମାଟୋ  ।   ତେବେ ଏଥିପାଇଁ ଆସନ୍ତୁ ଜାଣିବା ଘରୋଇ ଓ ସରଳ ଉପାୟରେ କେମିତି ପ୍ରସ୍ତୁତ କରିବେ ଟମାଟୋ ଫେସପ୍ୟାକ୍ ।

ସାଧାରଣତଃ ସନଟ୍ୟାନ, ମୁହଁରେ କୁଞ୍ଚନ ପଡିବା ଆଦି ସମସ୍ୟାକୁ ଦୂର କରି, ଟମାଟୋ ଫେସ ପ୍ୟାକ୍ ତ୍ବଚାକୁ ସୁନ୍ଦର,ଚମକଦାର ଓ ବେଦାଗ କରିବାରେ ସାହାଯ୍ୟ କରେ । 

ଟମାଟୋ ଫେସ୍ ପ୍ୟାକ୍ ଏବଂ ଫେସ୍ ସ୍କ୍ରବ୍ ପ୍ରୟୋଗ କରିବା ଅତ୍ୟନ୍ତ ଲାଭଦାୟକ। ଟମାଟୋ ଫେସ୍ ପ୍ୟାକ୍ ଏବଂ ସ୍କ୍ରବ୍ ଚର୍ମକୁ ସୁସ୍ଥ ଏବଂ ଚମକଦାର କରିବା ପାଇଁ ଚର୍ମର ଡିପ୍ କ୍ଲିଞ୍ଜିଂ କରିବାରେ ସାହାଯ୍ୟ କରିଥାଏ ।

ଟମାଟୋ ଏକ ପ୍ରାକୃତିକ କ୍ଲିନର୍ ଏବଂ ଏକ୍ସଫୋଲିଏଟର୍ । ଏଥିରେ ଫ୍ଲାଭୋନାଏଡ୍ ନାମକ ଉପାଦାନ ଥାଏ, ଯାହା ମୃତ କୋଷ ଏବଂ କଳା ହେଡ୍ସ ବାହାର କରିବାରେ ସାହାଯ୍ୟ କରିଥାଏ ।

ଟମାଟୋ ରସ ସହିତ କାକୁଡି ରସକୁ ମିଶାଇ ତ୍ବଚାରେ ଲଗାଇଲେ ତ୍ବଚାକୁ ବେଦାଗ କରିବାରେ ସାହାଯ୍ୟ କରେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments