1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଧଳା ବାଇଗଣ ଓ ଏହାର ପତ୍ରର ଗୁଣ, ଆପଣ ଜାଣନ୍ତି କି ?

ଆପଣମାନେ ସାଧାରଣତଃ ତରକାରୀ ତିଆରି କରିବାରେ ସବୁଜ କିମ୍ବା ବାଇଗଣୀ ରଙ୍ଗର ବାଇଗଣ ବ୍ୟବହାର କରିଥାଆନ୍ତି l ଆପଣମାନେ ଜାଣିଛନ୍ତି କି ବାଇଗଣ ବହୁତ କିସମର ଥାଏ l ଯେମିତିକି ଧଳା ରଙ୍ଗ ବା ବାଇଗଣୀ ରଙ୍ଗ l ଆସନ୍ତୁ ଜାଣିବା ଏହି ବାଇଗଣର ଉପକାରିତା ବିଷୟରେ l

Sugyan Kumar Nayak
Sugyan Kumar Nayak
White Brinjal

White Brinjal

ଆପଣମାନେ ସାଧାରଣତଃ ତରକାରୀ ତିଆରି କରିବାରେ ସବୁଜ କିମ୍ବା ବାଇଗଣୀ ରଙ୍ଗର ବାଇଗଣ ବ୍ୟବହାର କରିଥାଆନ୍ତି l ଆପଣମାନେ ଜାଣିଛନ୍ତି କି ବାଇଗଣ ବହୁତ କିସମର ଥାଏ l ଯେମିତିକି ଧଳା ରଙ୍ଗ ବା ବାଇଗଣୀ ରଙ୍ଗ l ଆସନ୍ତୁ ଜାଣିବା ଏହି ବାଇଗଣର ଉପକାରିତା ବିଷୟରେl

ଧଳା ବାଇଗଣର ଗୁଣ

ଧଳା ରଙ୍ଗର ବାଇଗଣ ଟିକିଏ ତେରେଛା ହୋଇଥାଏ l ଏହାର ଲମ୍ବ ୧୦ରୁ ୧୭ସେଣ୍ଟିମିଟର ହୋଇଥାଏ l ଏହାର ବାହାର ପଟ ଚୋପା ଚିକଣିଆ ଓ ଉଜ୍ଜଳ ଦେଖାଯାଏ l ଯାହାର ରଙ୍ଗ ଧଳା ହୋଇଥାଏ l

ଧଳା ବାଇଗଣର ପୋଷକତତ୍ତ୍ୱ

ଏହି ବାଇଗଣରେ ପୋଟାସିଅମ ଅଧିକ ପରିମାଣରେ ମିଳିଥାଏ l ଏହା ଛଡ଼ା ଭିଟାମିନ-ଇ ଓ କପର ମଧ୍ୟ ମିଳିଥାଏ l ଏହି ବାଇଗଣ ଓ ଏହାର ପତ୍ର ବହୁତ ଉପକାରୀ ହୋଇଥାଏ l

ପାଚନ ପ୍ରକ୍ରିୟା ପାଇଁ ଲାଭକାରୀ

ଧଳା ବାଇଗଣର ପତ୍ର ପାଚନ କ୍ରିୟାରେ ବହୁତ ଲାଭକାରୀ ହୋଇଥାଏ l ଏହାର ପତ୍ରରେ ଫାଇବର ପ୍ରଚୁର ମାତ୍ରାରେ ଥାଏ l ଡାଏଟରେ ଆପଣମାନେ ଏହାର ବ୍ୟବହାର କରି ପାରିବେ l ପେଟ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଏହାର ପତ୍ରକୁ ବ୍ୟବହାର କରାଯାଇଥାଏ l

ଓଜନ ହ୍ରାସ କରାଏ

ଓଜନ ହ୍ରାସ କରିବାରେ ଧଳା ବାଇଗଣର ବହୁତ ବଡ଼ ଭୂମିକା ରହିଛି l ଏଥିରେ ଫାଇବରର ମାତ୍ରା ଅଧିକ ଥିବାରୁ, ଅଧିକ ସମୟ ଯାଏ ପେଟ ପୂର୍ଣ୍ଣ ରହିଥାଏ ବା ଭୋକ ଲାଗିନଥାଏ l ଏଥିରେ ଥିବା ପୋଷକତତ୍ତ୍ୱ କୋଲେଷ୍ଟ୍ରଲ ଲେବଲ୍ କମ କରିଥାଏ l ଯଦି ଆପଣଙ୍କର କିଡନୀଜନିତ କିଛି ସମସ୍ୟା ଥାଏ ତେବେ ଏହି ପତ୍ର ବହୁତ ଉପକାରୀ ହୋଇଥାଏ l

ସୁଗାର ଲେବେଲ ମଧ୍ୟ ହ୍ରାସ କରେ

ଯଦି କାହାକୁ ମଧୁମେହର ସମସ୍ୟା ଥାଏ, ସେମାନେ ଏହି ବାଇଗଣ ଗଛର ପତ୍ରକୁ ବ୍ୟବହାର କରିବା ଉଚିତ l ଏଥିରେ ଫାଇବର ଓ ମାଗ୍ନେଶୀୟମ ପରି ପୋଷକତତ୍ତ୍ୱ ଥାଏ, ଯାହା ସୁଗାରର ସ୍ତରକୁ ହ୍ରାସ କରିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ