Health & Lifestyle

କ'ଣ ଆପଣ ଜାଣନ୍ତି ପାଣି ପିଇବାର ସଠିକ୍ ତରିକା!

ଜଳ ହିଁ ଜୀବନ । ଶରୀରରେ ଅଧିକ ହେଲେ ଖରାପ ଏବଂ କମ ହେଲେ ଆହିରୁ ଖରାପ । ତେବେ ଜଣେ ସୁସ୍ଥ ମିଣିଷକୁ କେମିତି ଓ କେତେ ପାଣି ପଇବା ଦରକାର ଆସନ୍ତୁ ଜାଣିବା । ବହୁତ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଦିଅନ୍ତି , କିନ୍ତୁ ଏମିତି କରିବା ଭୁଲ୍ ଅଟେ। ଏଥିରେ ମୋଟାପଣ ବୃଦ୍ଧି ପାଇଥାଏ ।

13 December, 2021 12:00 PM IST By: Sudesna Nayak

ଜଳ ହିଁ ଜୀବନ । ଶରୀରରେ ଅଧିକ ହେଲେ ଖରାପ ଏବଂ କମ ହେଲେ ଆହିରୁ ଖରାପ । ତେବେ ଜଣେ ସୁସ୍ଥ ମିଣିଷକୁ କେମିତି ଓ କେତେ ପାଣି ପଇବା ଦରକାର ଆସନ୍ତୁ ଜାଣିବା ।

ବହୁତ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଦିଅନ୍ତି , କିନ୍ତୁ ଏମିତି କରିବା ଭୁଲ୍ ଅଟେ । ଏଥିରେ ମୋଟାପଣ ବୃଦ୍ଧି ପାଇଥାଏ ।

ଖାଇବାର ପ୍ରାୟ ଦେଢ ଘଣ୍ଟାପରେ ପାଣି ପିଇବା ଦରକାର । ଆପଣଙ୍କୁ ପାଣି କିପରି ପିଇବାର ଅଛି ଏହି କଥା ଭଲରେ ଜାଣିବା ଦରକାର । ଯେପରି ଲୋକେ ବହୁତଥର ପାଣି ଗିଲାସ ଭରିଥାନ୍ତି ଓ ମୁହଁରେ ଲଗାଇକରି ପିଇଦିଅନ୍ତି । ଏହା ଛଡା କିଛି ଲୋକ ମୁହଁ ଖୋଲି ପାଣିକୁ ଉପରୁ ପକାଇ ପିଅନ୍ତି, ଯଦି ଆପଣ ସେମିତି ଗୋଟେ ଥରରେ ପାଣିପିଇନିଅନ୍ତି ତେବେ ତିନୋଟି ରୋଗ ହୋଇପାରେ , ପ୍ରଥମେ ଆପେଣ୍ଡିକ୍ସ, ଦ୍ୱିତୀୟଟି ହେଲା ହାର୍ଣିଆ ଏବଂ ତୃତୀୟଟି ହେଲା ହାଇଡ୍ରୋସିଲ୍ । ହାର୍ନିଆ ଅଧିକ ସେହି ଲୋକଙ୍କୁ ହୋଇଥାଏ ଯିଏ ଏକାବେଳେ ପାଣି ପିଅନ୍ତି ।

କେଉଁ ସମୟରେ ପାଣି ପିଇବା ଉଚିତ?

ସକାଳ ଆରମ୍ଭରୁ ଅଧିକ ପାଣି ପିଇବା ଉଚିତ । କାରଣ ରାତିରେ ଶୋଇବା ସମୟରେ ଆମ ଜଳିଆନ୍ସ ସର୍ବନିମ୍ନ ହୋଇଯାଏ । ଏହାର ଭରଣ ପାଇଁ ପ୍ରଚୁର ପାଣି ପିଇବା ଉଚିତ ।

ଖାଦ୍ୟ ଗ୍ରହଣ 15 ମିନିଟ ପୂର୍ବରୁ ଅଧା ଗ୍ଲାସ ପାଣି ପିଇବା ଉଚିତ । ଯେଉଁ ଲୋକ ଆସ୍ତେ ଆସ୍ତେ ପାଣି ପିଅନ୍ତି , ତାଙ୍କୁ ଜୀବନରେ କେବେ ମୋଟାପା ସାମ୍ନା କରିବାକୁ ପଡିବନାହିଁ ।

କେଉଁ ସମୟରେ ପାଣି ପିଇବା ଅନୁଚିତ?

ଖେଳି ସାରି , ଦୌଡ଼ି ସାରି ବା ଏକ୍ସରସାଇଜ କରିବା ପରେ ପାଣି ପିଇବା ଅନୁଚିତ । ଯଦି ଏହି ହାଲିଆ ଅବସ୍ଥାରେ ଜଳକୁ ପିଅନ୍ତି ତେବେ ଏହା ଆମ ଛାତି ବା ଫୁସଫୁସରେ ପ୍ରବେଶ କରି ଯାଇପାରେ ।

ଫଳ ମୂଳ ଖାଇ ସାରିବା ପରେ ପାଣି ପିଅନ୍ତୁ ନାହିଁ । 10 ରୁ 15 ମିନିଟ ପରେ ପିଅନ୍ତୁ ।

ଖାଦ୍ୟ ଗ୍ରହଣ ପରେ ହଠାତ ପାଣି ପିଅନ୍ତୁ ନାହିଁ। ଏହା ଦ୍ୱାରା ଖାଦ୍ୟ ହଜମରେ ବାଧା ପ୍ରାପ୍ତ ହୁଏ ।

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

ସୁନ୍ଦର ଓଠ ପାଇଁ ହଳଦୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)