1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଖାଦ୍ୟରେ ସାମିଲ୍ କରନ୍ତୁ ଜହ୍ନି

ସାଧାରଣତଃ ଜହ୍ନି ଖାଇବା ପାଇଁ କେହି ପସନ୍ଦ କରନ୍ତି ନାହିଁ । ଏହା ଘରେ ତିଆରି ହୋଇଥିଲେ ମଧ୍ୟ ଆମେ ସମସ୍ତେ ନ ଖାଇବା ପାଇଁ ବିଭିନ୍ନ ବାହାନା କରିବା ଆରମ୍ଭ କରିଦେଇଥାଉ । ଏହି ପରିବା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇନପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

Sugyan Kumar Nayak
Sugyan Kumar Nayak
Ridge Gourd

Ridge Gourd

ସାଧାରଣତଃ ଜହ୍ନି ଖାଇବା ପାଇଁ କେହି ପସନ୍ଦ କରନ୍ତି ନାହିଁ । ଏହା ଘରେ ତିଆରି ହୋଇଥିଲେ ମଧ୍ୟ ଆମେ ସମସ୍ତେ ନ ଖାଇବା ପାଇଁ ବିଭିନ୍ନ ବାହାନା କରିବା ଆରମ୍ଭ କରିଦେଇଥାଉ । ଏହି ପରିବା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇନପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ସୁନ୍ଦର ଚର୍ମ ପର୍ଯ୍ୟନ୍ତ, ଜହ୍ନି ଆପଣଙ୍କୁ ଦେଇପାରେ ଅନେକ ଫାଇଦା। ଆମେ ଏହାକୁ ନିଜର ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଜହ୍ନିରେ ଭରି ରହିଥିବା କେତେକ ଚମତ୍କାରୀ ଗୁଣ ବିଷୟରେ।

ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ଜହ୍ନି

ବିଶ୍ୱାସ ହେଉନାହିଁ କି ? ଯେଉଁ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ପାଇଁ ଆମେ ବିଭିନ୍ନ ବାହାନା କରିଥାଉ ତାହା ହିଁ ଆମର ଓଜନ ହ୍ରାସରେ ସହାୟକ ହୋଇଥାଏ । ଜହ୍ନି ଫାଇବରରେ ଭରପୁର ହେବା ସହିତ ଏଥିରେ ବହୁତ କମ୍ କ୍ୟାଲୋରୀରେ ଥାଏ । ଏହା ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରିରଖିଥାଏ ଏବଂ କ୍ୟାଲୋରୀରେ ବି ବୃଦ୍ଧି କରେ ନାହିଁ । ପେଟ କମାଇବା ପାଇଁ ମଧ୍ୟ ଜହ୍ନି ବେଶ୍ ସହାୟକ ହୋଇଥାଏ ।

ରକ୍ତ ଶର୍କରା ନିୟନ୍ତ୍ରଣ କରେ ଜହ୍ନି

ଏହା ହେଉଛି ଜହ୍ନିର ଆଉ ଏକ ଚମତ୍କାର ଲାଭ । ଜହ୍ନି ଇନସୁଲିନକୁ ନିୟନ୍ତ୍ରଣ କରେ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ମଧ୍ୟ ସନ୍ତୁଳିତ ରହିଥାଏ । ଜହ୍ନିରେ ପେପ୍ଟାଇଡ୍ ଏବଂ ଆଲକାଲାଏଡ୍ ଥାଏ, ଯାହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ଏହି କାରଣରୁ, ଶରୀରରେ ଶର୍କରା ସ୍ତର ବଢିନଥାଏ।

ଜହ୍ନି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ଜହ୍ନିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ଥାୟା ମିନ୍, ରାଇବୋଫ୍ଲାଭିନ ଏବଂ ଜିଙ୍କ୍ ରହିଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି କରିଥାଏ । କେବଳ ଏତିକି ନୁହେଁ, ଜହ୍ନି ଇନଫ୍ଲାମେସନ୍କୁ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ।

ରକ୍ତହୀନତାରୁ ଦୂରେଇ ରଖେ ଜହ୍ନି

ଆଜିକାଲି ନେକ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ରକ୍ତହୀନତାର ଅର୍ଥ ଶରୀରରେ ଲୌହ ଅଭାବ ହେତୁ ରକ୍ତରେ ହିମୋଗ୍ଲୋବିନ୍ କମିଯିବା। ରକ୍ତହୀନତାର ଶିକାର ହେଲେ ଥକ୍କାପଣ ଓ ଦୁର୍ବଳତା ସବୁବେଳେ ଲାଗି ରହିଥାଏ । ପ୍ରକୃତରେ ଲୌହ ଶରୀରରେ ଲାଲ୍ ରକ୍ତ କଣିକା ତିଆରି କରିବା ପାଇଁ କାମ କରେ । ଆରବିସି ପାଇଁ ଭିଟାମିନ୍ ବି 12 ମଧ୍ୟ ଆବଶ୍ୟକ । ଜହ୍ନି ଭିଟାମିନ୍ B12 ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯାହା ଆପଣଙ୍କୁ ରକ୍ତହୀନତାରୁ ରକ୍ଷା କରିଥାଏ ।

ଆପଣଙ୍କ ଚର୍ମ ପାଇଁ ଚମକ ଆଣିଥାଏ ଜହ୍ନି

ଆପଣ ଜାଣନ୍ତି କି ଆପଣଙ୍କ ମୁହଁରେ ଦେଖାଯାଉଥିବା ଅଧିକାଂଶ ସମସ୍ୟା ଆପଣଙ୍କ ପେଟ ଦ୍ୱାରା ସୃଷ୍ଟି ହୋଇଥାଏ । ପେଟରେ ସମସ୍ୟା ରହିଲେ ଚେହେରାରେ ଦାଗ, ବ୍ରଣ ଇତ୍ୟାଦି ସମସ୍ୟା ଦେଖାଯାଏ । ଜହ୍ନି ପେଟ ପାଇଁ ବହୁତ ଲାଭଦାୟକ । ସପ୍ତାହରେ ଦୁଇଥର ଜହ୍ନି ଖାଇବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଚେହେରାରେ କୌଣସି ଚର୍ମଜନିତ ସମସ୍ୟା ଦେଖାଯାଏ ନାହିଁ । ତେଣୁ ବର୍ତ୍ତମାନ ଆପଣ ଜାଣିଛନ୍ତି କି ଜହ୍ନି କେତେ ଲାଭଦାୟକ, ଆପଣଙ୍କ ଖାଦ୍ୟରେ ଜହ୍ନି ମିଶାନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।

କେଶ ଝଡିବାକୁ ରୋକିଥାଏ ଜହ୍ନି

ଆପଣ କେଶ ଝଡିବା ନେଇ ଚିନ୍ତିତ ଥିଲେ ଖାଦ୍ୟରେ ଜହ୍ନିକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ। ଜହ୍ନିରେ ରହିଥିବା ପୋଷକ ତତ୍ତ୍ୱ କେଶର ମୂଳକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା କେଶ ଝଡିବା କମିଯାଏ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments