Health & Lifestyle

ଚା' ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ,ଭୋଗି ପାରନ୍ତି ସମସ୍ୟା

ଚା ପିଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ । ଚା ପିଇବା ସମୟରେ କିଛି ଖାଦ୍ୟଠୁ ଦୁରେଇ ରହିବା ଆମ ସାସ୍ଥ୍ୟ ପାଇଁ ହିତକାରକ । ଆଜି ଆସନ୍ତୁ ନଜର ପକାଇବା ସେହି ସବୁ ଖାଦ୍ୟ ଉପରେ ।

26 May, 2022 11:10 AM IST By: Rajashree

ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ପସନ୍ଦ ଚା' (Tea )| ଖରା ହେଉ ଅବା ବର୍ଷା ସବୁ ସମୟରେ ଚା'ର କ୍ରେଜ କିଛି ଅଲଗା ପ୍ରକାର ହୋଇଥାଏ , କିଛି ଲୋକଙ୍କର ଏହା ଏକ ନିତିଦିନିଆ ଅଭ୍ୟାସ | ତେବେ ଚା ପିଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ (how to drink tea) | ଚା ପିଇବା ସମୟରେ କିଛି ଖାଦ୍ୟଠୁ ଦୁରେଇ ରହିବ ଆମ ସ୍ବାସ୍ଥ୍ୟ ପାଇଁ ହିତକାରକ | ଆଜି ଆସନ୍ତୁ ନଜର ପକାଇବା ସେହି ସବୁ ଖାଦ୍ୟ ଉପରେ |

- ଅଧିକାଂସ ଲୋକ ଚା' ପିଇବା (tea) ସମୟ ରେ କିଛି ଲୁଣିଆ ଓ ଚଟପଟ୍ଟା ଖାଦ୍ୟ ପସନ୍ଦ କରିଥାନ୍ତି | ଚା ପିଇବା ସମୟରେ ଏହି ପ୍ରକାର ଖାଦ୍ୟ କମ ଖାଇବା ଦରକାରେ, ଅଧିକ ଖାଇବା ଦ୍ୱାରା ଗ୍ୟାସ୍ଟ୍ରିକ ସମସ୍ୟା ଦେଖାଯାଇଥାଏ |

- ଆଇରନ ଯୁକ୍ତ ଖାଦ୍ୟ (Iron loded food)ପୁଷ୍ଟିକର ଖାଦ୍ୟ ହୋଇଥାଏ କିନ୍ତୁ ଚା' (tea)ସହିତ ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପକାଇଥାଏ | ଏହାର କାରଣ ହେଉଛି ଚା’ରେ ଟେନିନ୍ ଏବଂ ଅକ୍ସାଲେଟ୍ ଥାଏ ଯାହା ଚା' ସହ ମିଶିବା ପରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ

- ଚା' (tea)ସହ କୌଣସି ଖଟା ଜିନିଷ ଖାଦ୍ୟ ବିଲକୁଲ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ |

- ଚା' ପିଇବା ସମୟରେ କିମ୍ବା ଚା' (Tea time )ପିଇବାର ତୁରନ୍ତ ପରେ କୌଣସି ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ କିମ୍ବା ପିଅନ୍ତୁ ନାହିଁ | ଏହା ପାଚନ ତନ୍ତ୍ରକୁ ଦୁର୍ବଳ କରିବା ସହ କୁପ୍ରଭାବ ପକାଇ ଥାଏ |

- ଅଦା ପଡିଥିବା ଚା' ସହ ପକୁଡି, ବେସନରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟା ହୋଇଥାଏ।

- ଚା (Tea)’ପିଇବା ସମୟରେ ଅଧିକ ମାତ୍ରାରେ ହଳଦୀ ମିଶିଥିବା ଖାଦ୍ୟରୁ ଦୂରେଇ ରହିବା ଉଚିତ କାରଣ ଏହା ଗ୍ୟାସ୍, ଅମ୍ଳତା କିମ୍ବା କୋଷ୍ଠକାଠିନ୍ୟ ଭଳି ପେଟରେ ସମସ୍ୟା ସୃଷ୍ଟି କରିପାରେ | ହଳଦୀ ସହ ଚା ପତ୍ର ମିଶିଲେ ଏଥିରୁ ଏକ ଏସିଡ଼ି ସୃଷ୍ଟି ହୋଇଥାଏ ଯାହା ଶରୀର ପାଇଁ କ୍ଷତିକାରକ

- ଚା' (tea)ସହ ଅଣ୍ଡା ସେବନ କରନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ବାସି ଚା’ଗରମ କରି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

କେଉଁ ଚା' ଆପଣଙ୍କ ଶରୀର ପାଇଁ ହିତକର ଜାଣନ୍ତୁ, ନଚେତ୍...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)