1. ଅନ୍ୟାନ୍ୟ

ବାସି ଚା’ଗରମ କରି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

Sudesna Nayak
Sudesna Nayak
Do not drink tea kept for long time know why

Do not drink tea kept for long time know why

ଅଧିକାଂଶ ଲୋକଙ୍କୁ ଚା ପିଇବା ଭାରି ପସନ୍ଦ । ଚା ବିନା ତାଙ୍କ ଦିନ ଆରମ୍ଭ ହୁଏନି। ଅନେକ ଅଛନ୍ତି ଯିଏକି ଏପରି ଯିଏକି ଦିନରେ ୩ରୁ ୪ ଥର ଚା ପିଇବାକୁ ଭଲ ପାଆନ୍ତି । ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା କୁ ରଖି ଗରମ କରି କରି ପିଇଥାନ୍ତି । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ । ରଖାଯାଇଥିବା ଚା କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ ।

Do not drink tea kept for long time

Do not drink tea kept for long time

ଡାକ୍ତରଙ୍କ କହିବା ମୁତାବକ, ଦୀର୍ଘ ସମୟ ଧରି ରଖାଯାଇଥିବା ଚାକୁ ଗରମ କରି ପିଇବା ଉଚିତ୍ ନୁହେଁ । ଏହାଦ୍ବାରା ଦ୍ୱାରା ଚା’ର ସ୍ୱାଦ ଏବଂ ତା’ର ସୁଗନ୍ଧ ବଦଳି ଯାଇଥାଏ । ଫଳରେ ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା’ ଏହାପିଅନ୍ତୁ ନାହିଁ ।

ସେହିପରି ବ ବାସି ଚା’କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏହା ସ୍ୱାଦହୀନ ମଧ୍ୟ ଲାଗେ । ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ ।

ବାସି ଚା’ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ । ଏଥିପାଇଁ ବାସି ଚା’କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ । ଗରମ ଚା ସବୁଠୁ ଭଲ ।

ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥାନ୍ତି । ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍ ଜୀବାଣୁ ହେବା ଆଶଙ୍କା ରହିଥାଏ ।
ଯଦି ଆପଣ ହର୍ବାଲ ଚା ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ । ଯଦିଓ, ଆପଣ ଚା’କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଆପମ ଗରମ କରି ପିଇପାରିବେ । ଏହା ଆପଣ ଶରୀରକୁ କୌଣସି କ୍ଷତି ପହଞ୍ଚାଇନଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News