କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକର । ସୁସ୍ଥ ରହିବାକୁ ସାଧାରଣତଃ ଆମେ ଆମର ଦୈନନ୍ଦିନ ଆହାରରେ କ୍ଷୀରକୁ ସାମିଲ କରିଥାଉ। ନଡ଼ିଆ ସେବନ କିମ୍ବା ଏହାର କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା କୋଲେଷ୍ଟେରୋଲ୍ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । କୋକୋନଟ୍ ମିଲ୍କ ବା ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର । ନଡ଼ିଆ କ୍ଷୀର ବା ନଡ଼ିଆ ରସ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ଓ ଅନେକ ରୋଗ ଦୂର ହୋଇଥାଏ । ନଡ଼ିଆ କ୍ଷୀର ଡାଏବେଟିସ ରୋଗୀଙ୍କ ପାଇଁ ମଧ୍ୟ ବହୁତ ହିତକର । ନଡ଼ିଆ କ୍ଷୀର ସେବନ ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ ।
ନଡ଼ିଆ ଏକ ଏପରି ଗଛ ଯାହାକି ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଫଳ ଯୋଗାଇଥାଏ । ଏହା ପ୍ରାୟତଃ ୮୦ ବର୍ଷ ହେଵା ପରେ ମଧ୍ୟ ସବୁଜିମାରେ ଭରି ରହିଥାଏ । ନଡ଼ିଆର ଉପଯୋଗ ହିନ୍ଦୁ ଧର୍ମର ଲୋକମାନେ ଧାର୍ମିକ କାର୍ଯ୍ୟରେ ମଧ୍ୟ ବହୁଳ ଭାବରେ କରିଥାନ୍ତି । ନଡ଼ିଆ ଗଛକୁ ଦିବ୍ୟ ଏବଂ ଶୁଭ ଗଛ ବୋଲି ମଧ୍ୟ କୁହାଯାଇଥାଏ । କଞ୍ଚା ନଡ଼ିଆର ଉପଯୋଗ ନଡ଼ିଆର ପାଣି ପାଇଁ ମଧ୍ୟ କରାଯାଇଥାଏ । ନଡ଼ିଆ ଗଛର ପ୍ରତ୍ୟକ ଅଂଶକୁ କୌଣସି ନା କୌଣସି ରୂପରେ ବ୍ୟବହାର କରାଯାଇଥାଏ ।
ନଡ଼ିଆ କ୍ଷୀରର ବହୁତ କିଛି ଔଷଧୀୟ ଗୁଣ ରହିଛି ଆସନ୍ତୁ ଜାଣିବା…
- ନଡ଼ିଆ କ୍ଷୀରରେ ଅଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଭାଇରାଲ, ଆଣ୍ଟିଫଙ୍ଗଲ ଗୁଣ ରହିଛି ଯାହା ଶରୀରକୁ ଭାଇରାଲ ଇନଫେକ୍ସନ ବା ସଂକ୍ରମଣରୁ ଦୁରେଇ ରଖିଥାଏ । ଏହା ଶରୀରର ପ୍ରତିରୋଧକ କ୍ଷମତା ମଜବୁତ କରେ ଓ ବିଭିନ୍ନ ସଂକ୍ରମଣ ଓ ରୋଗ ଦୂର କରିଥାଏ ।
- ଯେଉଁମାନଙ୍କ ପେଟ ଭଲ ଭାବେ ସଫା ହୁଏନି କିମ୍ବା ପେଟ ଗରମ ରହେ ସେମାନଙ୍କର ପାଟିରେ ଛାଲ ପଡ଼ିଯାଏ । ଏହି ସମସ୍ୟା ଦୂର କରିବାକୁ ପେଟ ସଫା ରଖିବା ନିହାତି ଜରୁରୀ । ପେଟ ସଫା ରଖିବାକୁ ନଡ଼ିଆ କ୍ଷୀର ସେବନ କରିବା ଉଚିତ ।
- କେଶ ଝଡିବା ବନ୍ଦ କରେ ନଡ଼ିଆ କ୍ଷୀର
- କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ନଡ଼ିଆ କ୍ଷୀରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ । ନଡ଼ିଆରୁ ଭିଟାମିନ୍ ସି ମିଳିଥାଏ, ଯାହା ଇମ୍ୟୁନ୍ ସିଷ୍ଟମ୍କୁ ମଜଭୁତ୍ କରିଥାଏ ।
- ନଡ଼ିଆ ରସ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ । ତ୍ୱଚାରେ ନଡ଼ିଆ ରସ ବ୍ୟବହାର କରିବା ଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ । କାରଣ ଏଥିରେ ମଶ୍ଚୁରାଇଜିଙ୍ଗ ଗୁଣ ରହିଛି ।
- ନଡ଼ିଆ କ୍ଷୀର ଆଣ୍ଟିବାୟୋଟିକ ଗୁଣ ରହିଛି ଯାହା ମଧୁମେହରୁ ରକ୍ଷା କରିଥାଏ । ସେଥିପାଇଁ ନିଜ ଆହାରରେ ନଡ଼ିଆ କ୍ଷୀର ସାମିଲ କରିବା ଉଚିତ ।
- ନଡ଼ିଆ କ୍ଷୀର ମୋଟାପଣ ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଫେଟି ଏସିଡ ରହିଛି ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।
Share your comments