1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତେଜପତ୍ରର ଚା' ପିଅନ୍ତୁ, ସୁସ୍ଥ ରୁହନ୍ତୁ !!

ବହୁତ ଲୋକ ସକାଳୁ ଉଠି ଚା ପିଇବାକୁ ପସନ୍ଦ କରନ୍ତି l କିଛି ଲୋକଙ୍କ ଦିନତ ଚା' ରୁ ହିଁ ଆରମ୍ଭ ହୋଇଥାଏ l ଅନ୍ୟ କେତେକ ଲୋକ ରହିଛନ୍ତି ଯିଏ କି ଦିନ ସାରା କେବଳ ଚାହା ପିଇକି ହିଁ ବଞ୍ଚି ଯାଇପାରନ୍ତି l

Sugyan Kumar Nayak
Sugyan Kumar Nayak

ବହୁତ ଲୋକ ସକାଳୁ ଉଠି ଚା ପିଇବାକୁ ପସନ୍ଦ କରନ୍ତି l  କିଛି ଲୋକଙ୍କ ଦିନତ ଚା' ରୁ ହିଁ ଆରମ୍ଭ ହୋଇଥାଏ l ଅନ୍ୟ କେତେକ ଲୋକ ରହିଛନ୍ତି ଯିଏ କି ଦିନ ସାରା କେବଳ ଚାହା ପିଇକି ହିଁ ବଞ୍ଚି ଯାଇପାରନ୍ତି l ଖାଲି ଚାହା ଠାରୁ ମଧ୍ୟ ତେଜପତ୍ରର ଚାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ l

ଜେଜପତ୍ର ଚାହାର ବିଶେଷତ୍ୱ

ଜେଜପତ୍ର ଚା' ପିଇଲେ ଆପଣମାନେ ପ୍ରୋଟିନ,ଫାଇବର ଓ ଅନ୍ୟ ପୋଷଣ ପ୍ରାପ୍ତ କରିପାରିବେ l ଏଥିରେ ଆଣ୍ଟିଅକ୍ସୀସିଡେଣ୍ଟ,ଲୌହ,ପୋଟାସିୟମ ଆଦି ମିଳିଥାଏ l ଏହା ଆପଣଙ୍କ ଶରୀର ପାଇଁ ଲାଭପ୍ରଦ ଅଟେ l

ତେଜପତ୍ର ଚା ତିଆରି କରିବାର ପ୍ରଣାଳୀ

ପ୍ରଥମେ ଅଳ୍ପ ଡାଳଚିନ ପାଉଡରରେ ୨ କପ୍ ପାଣି ଢ଼ାଳନ୍ତୁ l ଏଥିର ୪ଟି ତେଜପତ୍ର ପକାଇ ଫୁଟାଇ ଛାଣି ଦିଅନ୍ତୁ ଏହା ପରେ ଏଥିରେ ସ୍ୱାଦ ହିସାବରେ ଲେମ୍ବୁ ଓ ମହୁ ମିଶାନ୍ତୁ l

ଏହା ଶରୀରରେ କିପରି ପ୍ରଭାବ ପକାଇଥାଏ

୧-ଏହା ଶରୀରରେ ଏକ୍ସଟ୍ରା ଚର୍ବିକୁ ହ୍ରାସ କରିଥାଏ ଏବଂ ଏଥିରେ ପ୍ରୋଟିନ ଓ ଫାଇବର ଥାଏ  l

୨-ତେଜପତ୍ର ଚାରେ ପଡିଥିବା ଡାଳଚିନ ଶରୀରରେ ଥିବା ବିଷାକ୍ତ ପଦାର୍ଥଗୁଡିକୁ ବାହାରକୁ ବାହାର କରିଦିଏ l

୩-ଏହା ଇନଫେକ୍ସନରୁ ମଧ୍ୟ ରକ୍ଷା କରିଥାଏ l ଏହାକୁ ସେବନ କରିବା ଦ୍ଵାରା ରକ୍ତଚାପ ହ୍ରାସ ହୋଇଥାଏ l

୪-ଏହି ପରି ଆପଣ ତେଜପତ୍ର ଚା ତିଆରି କରି ପାରିବେ l ଏହି ଚା ପିଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ଯଦି ଆପଣ ଏହାକୁ ନିୟମିତ ସେବନ କରିବେ ଆପଣଙ୍କ ଶରୀର ସୁସ୍ଥ ରହିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments