1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କରୋନା ସମୟରେ ଏହି ବ୍ୟବସାୟରେ ଘଟିଛି ବୃଦ୍ଧି, ଆପଣ ଜାଣନ୍ତି କି ?

କରୋନା ମହାମାରୀ ଏମିତି ଆସିଲା ସାରା ଭାରତରେ ସବୁ କିଛି ଓଲଟ ପାଲଟ କରିଦେଲା ଯେମିତି l କାହାର ସର୍ବସ୍ବ ଲୁଟି ନେଇଛି ଏହି ମହାମାରୀ ତ କାହାଙ୍କର ଜୀବିକା ଆଉ ଜୀବନକୁ ଦାଣ୍ଡରେ ଗଡ଼ାଇ ଦେଇଛି l କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇଯାଇଛି ଜନଜୀବନ l

Sugyan Kumar Nayak
Sugyan Kumar Nayak

କରୋନା ମହାମାରୀ ଏମିତି ଆସିଲା ସାରା ଭାରତରେ ସବୁ କିଛି ଓଲଟ ପାଲଟ କରିଦେଲା ଯେମିତି l କାହାର ସର୍ବସ୍ବ ଲୁଟି ନେଇଛି ଏହି ମହାମାରୀ ତ କାହାଙ୍କର ଜୀବିକା ଆଉ ଜୀବନକୁ ଦାଣ୍ଡରେ ଗଡ଼ାଇ ଦେଇଛି l କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇଯାଇଛି ଜନଜୀବନ l କରୋନା ମହାମାରୀ ସମୟରେ ବହୁତ ଲୋକଙ୍କ ରୋଜଗାର ଚାଲିଗଲା l କିଛି ଲୋକ ଏହି ସଙ୍କଟ ସମୟରେ ମଧ୍ୟ ଜୀବିକାର ଆଶା ପାଇଛନ୍ତି l ସେମିତି ବହୁତ ଲୋକଙ୍କ ଲାଭ ମଧ୍ୟ ହେଲା l ସେହିପରି କେତେକ ଲୋକ ଘର ସଫା କରିବାର ଜିନିଷ, ମାସ୍କ ପ୍ରସ୍ତୁତି ଓ ଅନଲାଇନରେ ମଧ୍ୟ କିଛି କାମ କରି ୨୦୨୦ରେ ବହୁତ ଦ୍ରୁତ ଗତିରେ ଆଗକୁ ବଢିଲେ l

ଏହି ସବୁ ଦ୍ରବ୍ୟର ଲାଭ ହୋଇଥିଲା

ସବୁଠୁ ଅଧିକ ଫାଇଦା ଆୟୁର୍ବେଦିକ ଉତ୍ପାଦରେ ହୋଇଥିଲା l କରୋନା ମହାମାରୀ ସମୟରେ ଲୋକମାନେ ଅଦା, ଡାଳଚିନି, ଅଶ୍ଵଗନ୍ଧା,ତୁଳସୀ,ଲେମ୍ବୁରସ ଇତ୍ୟାଦିର ବହୁତ ବ୍ୟବହାର କରି,ଏହି ସବୁକୁ ମିଶ୍ରଣ କରି ଏହାର କାଢା ପ୍ରସ୍ତୁତ କରୁଥିଲେ l ଏହା ଫଳରେ ବଜାରରେ ଆୟୁର୍ବେଦିକ କାଢାର ଚାହିଦା ବଢିବା ସଙ୍ଗେ ସଙ୍ଗେ ବିକ୍ରି ମଧ୍ୟ ବଢିଥିଲା l

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ଭେ

ବର୍ତ୍ତମାନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ଭେ ହିସାବରେ, ୪୫ ପ୍ରତିଶତରୁ ଅଧିକ ଲୋକ କରୋନା କାଳରେ ଚ୍ୟବନପ୍ରଶ,କାଢା ଓ ଭିଟାମିନ ଗୋଲୀ ଇତ୍ୟାଦି କିଣିଛନ୍ତି l ଏହି ସର୍ଭେ ଦ୍ୱାରା ମଧ୍ୟ ଜଣା ପଡିଛି ଯେ, ଦେଶରେ ୧୬ ରାଜ୍ୟରେ ଚା ପତି ମଧ୍ୟ ବହୁତ ଅଧିକ ବିକ୍ରି ହୋଇଛି l ସବୁଜ ପନିପରିବା ଓ ଡାଲିର ମଧ୍ୟ ମାର୍କେଟରେ ବହୁତ ଦାମ ହୋଇଥିଲା l

ପ୍ୟାକେଟ ଜୁସ ନିର୍ମାତାଙ୍କର ମଧ୍ୟ ବହୁତ ଲାଭ ହୋଇଥିଲା

ଆଗ ଅପେକ୍ଷା ୨୦୨୦ରେ ପ୍ୟାକେଟ ଜୁସର ମଧ୍ୟ ବିକ୍ରି ବହୁତ ବଢିଛି l ସେଓ, ବେଲ, ନଡ଼ିଆ,କମଳା ଇତ୍ୟାଦିର ବିକ୍ରି ମଧ୍ୟ ଖୁବ ବଢିଛି l ସବୁଜ ପନିପରିବା ଓ ହଳଦୀର ବିକ୍ରି ମଧ ବଢିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments