Health & Lifestyle

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି

ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର କରେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କାକୁଡି ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ ।

04 October, 2022 3:31 PM IST By: Sudesna Nayak

ମଧୁମେହ (Diabetes)ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର କରେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କାକୁଡି (cucumber)ମଧୁମେହ (Diabetes)ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ ।

କହିବାକୁ ଗଲେ, କାକୁଡି (cucumber) ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା କେବଳ ଡାଇବେଟିସ୍ (Diabetes) ନିୟନ୍ତ୍ରଣରେ କରିବ ନାହିଁ, ବରଂ ଆପଣଙ୍କର ଓଜନ ମଧ୍ୟ କମାଇବାରେ ବହୁ ସହାୟକ ହେବ ।

କାକୁଡି (cucumber) ସୁପ ବନାଇବା ପାଇଁ ପ୍ରଥମେ ଏକ କାକୁଡି (cucumber) ନିଅନ୍ତୁ, ପରେ ଏହାକୁ ଛୋଟ ଛୋଟ ପିସ୍ କରି କାଟି ନିଅନ୍ତୁ । କଟା ଯାଇଥିବା କାକୁଡି ଖଣ୍ତରେ 3 ଚାମଚ ଲେମ୍ବୁ ରସ, ଏକ ଛୋଟ ପିଆଜ, ରସୁଣ ଖଣ୍ତ ,ଏକ ଚାମଚ ଅଲିଭ୍ ତେଲ, ଅଧା କପ୍ ଧନିଆ, ଗୋଟିଏ ଚାମଚ ଜିରା ପାଉଡର, ଲୁଣ ଓ ହଳଦୀ ଗୁଣ୍ଡ ସହ ଭଲ ଭାବରେ ମିଶ୍ରଣ କରନ୍ତୁ । ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଏକ ପାତ୍ରରେ ରଖି କିଛି ସମୟ ପାଇଁ ଏକ ଚୁଲାରେ ଗରମ କରନ୍ତୁ । ଏହା ପରେ 5 ମିନିଟ ପରେ ଚୁଲାରୁ ପ୍ରସ୍ତୁତ ମିଶ୍ରଣକୁ ବାହାର କରି ସେଥିରେ ଆବଶ୍ୟକ ଅନୁସାରେ ଦହି ମିଶାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଥିବା କାକୁଡି ସୁପକୁ ଏକ ପାତ୍ରରେ ବାହାର କରନ୍ତୁ ।

ପ୍ରକାଶ ଥାଉ ଯେ, ଯଦି ଆପଣମାନଙ୍କୁ କାକୁଡି (cucumber)ସୁପ ପିଇବା ପସନ୍ଦ ନୁହେଁ, ତେବେ ଆପଣମାନେ କାକୁଡି ସାଲାଡ କରି ଖାଇପାରିବେ । ସାଲାଡରେ ଆପଣଙ୍କ ବ୍ଲଡ ସୁଗାରକୁ ମଧ୍ୟ ଠିକ୍ ରଖିବ । ଏହା ଦ୍ବାରା ଆପଣଙ୍କ ବ୍ଲଡ ଲେବଲ୍ ପୁରା ଠିକ୍ ରହିବ ।

Diabetes Diet:ମଧୁମେହ ରୋଗୀଙ୍କ ପାଇଁ ବିଷ ଏହି ପନିପରିବା!

Coconut Water:ମଧୁମେହ ରୋଗୀ ପିଉଛନ୍ତି କି ନଡ଼ିଆ ପାଣି?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)