1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦହି ଖାଆନ୍ତୁ, ସୁସ୍ଥ ରୁହନ୍ତୁ !!

ଦହିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ବହୁତ ଲାଭଦାୟକ। ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

Sugyan Kumar Nayak
Sugyan Kumar Nayak

ଦହିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ବହୁତ ଲାଭଦାୟକ। ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଦହି ପ୍ରୋବାୟୋଟିକ୍ସରେ ଭରପୂର ଅଟେ ଯାହା ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆକୁ ଦୂର କରି ଭଲ ବ୍ୟାକ୍ଟେରିଆର ବୃଦ୍ଧିରେ ସାହାଯ୍ୟ କରିଥାଏ।

ଦହିରେ କଦଳୀ ମିଶାଇ ଖାଆନ୍ତୁ l କଦଳୀ ଯେକୌଣସି ଉପାୟରେ ଖିଆଯାଇପାରେ, ଏହା ଲାଭ ଆଣିଥାଏ, କିନ୍ତୁ ଯଦି ଏଥିରେ କିଛି ଜିନିଷ ମିଶାଇ ଖାଆନ୍ତି, ତେବେ ଏହାର ଲାଭ ଦ୍ୱିଗୁଣିତ ହୁଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକି ଏହାକୁ ଦହିରେ ମିଶାଇ ଖାଇବା ଦ୍ୱାରା ସେମାନଙ୍କର ପୃଷ୍ଟିକର ଗୁଣ ଦ୍ୱିଗୁଣିତ ହୁଏ।

କିସମିସ୍ ଏବଂ ଦହି

କିସମିସ୍ ନେଇ ସେଥିରେ କଦଳୀ ସହିତ ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ଏକ ସକରାତ୍ମକ ଶକ୍ତି ପ୍ରବାହିତ ହେବ। ଦିନସାରା ତାଜା ରହିବେ। ଏହା ସହ ମୂତ୍ରନଳୀ ସଂକ୍ରମଣ ସହିତ ଲଢିବାରେ ପ୍ରଭାବଶାଳୀ ଅଟେ । ଆହୁରି ମଧ୍ୟ, ଏହାର ପ୍ରି-ବାୟୋଟିକ ଏବଂ ପ୍ରୋ-ବାୟୋଟିକ ଗୁଣ ଶରୀରର ସମସ୍ତ ରୋଗ ସହିତ ଲଢିବାରେ ପ୍ରଭାବଶାଳୀ ଅଟେ । ଯଦି ଭୋକ ହେଉନାହିଁ କିମ୍ବା ଗ୍ୟାସ୍‌ ସମସ୍ୟା ଅଛି, ତେବେ ଚିନ୍ତା କରନ୍ତୁ ନାହିଁ। କଳା ଲୁଣ ଏବଂ ଭଜା ଜିରା ସହିତ ମିଶ୍ରିତ ଦହି ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଭୋକ ବଢିଥାଏ, ଏବଂ ହଜମ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ l ଏକ ପାତ୍ରରେ କଦଳୀ ଅଳ୍ପ ଗୁଡ଼ ମିଶାଇ ଖାଇବା ଦ୍ୱାରା ଆମର ମେଟାବୋଲିଜିମ ଭଲ ରହିଥାଏ ଏବଂ ଭୋକ ମଧ୍ୟ ବିଳମ୍ବ ହୋଇଥାଏ। ଏହାସହ ଶରୀରର ସଠିକ ତାପମାତ୍ରା ବଜାୟ ରଖିବାରେ ସାହାଯ୍ୟ କରେ। କଦଳୀ ଏବଂ ଗୁଡ଼ ଖାଇବା ଶରୀରରେ ରକ୍ତ ବଢାଇଥାଏ ଏବଂ ରକ୍ତହୀନତା ଭଳି ରୋଗକୁ ରୋକିଥାଏବ ଶ୍ୱାସକ୍ରିୟା ରୋଗ ମଧ୍ୟ ନିୟମିତ ଗୁଡ଼ ଖାଇ ଦୂରେଇ ରହିଥାଏ। ଦହି-ଗୁଡ଼ ଖାଇବା ଦ୍ୱାରା ହିମୋଗ୍ଲୋବିନ ବଢିଥାଏ ଏବଂ ରକ୍ତ ବିଶୋଧନକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ।

ବାଦାମ ଗୁଣ୍ଡ ଏବଂ କଦଳୀକୁ ଏକାଠି ଖାଇଲେ ଶରୀରର ଦୁର୍ବଳତା ଦୂର ହୁଏ। ଯଦି ଆପଣ ବହୁତ ପତଳା, ତେବେ ଏହାକୁ କ୍ରମାଗତ ଭାବରେ ଖାଆନ୍ତୁ, ଶୀଘ୍ର ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଯଦି ଆପଣ କ୍ଷୀର ପିଉ ନାହାଁନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଏକ ଭଲ ବିକଳ୍ପ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ