Health & Lifestyle

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ମଧୁମେହ ଭଳି ବଡ ବଡ ରୋଗରୁ ମିଳିବ ମୁକ୍ତି

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ ରୋଗୀମାନଙ୍କ ପାଇଁ ଭୃଷଙ୍ଗ ପତ୍ର ରାମବାଣ ସଦୃଶ ଅଟେ ।

17 June, 2022 12:59 PM IST By: Sudesna Nayak

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ ପତ୍ର (Curry Leaves)ରାମବାଣ ସଦୃଶ ଅଟେ ।

ସୂଚନା ଅନୁଯାୟୀ, ପ୍ରତିଟି ଭାରତୀୟଙ୍କ ରୋଷେଇ ଘରେ ଭୃଷଙ୍ଗ ପତ୍ର (Curry Leaves)ର ଗୋଟିଏ ନିଜସ୍ୱ ପରିଚୟ ରହିଛି । ବିଶେଷ କରି ଦକ୍ଷିଣ ଭାରତରେ ଭୃଷଙ୍ଗ ପତ୍ରର ଅଧିକ ବ୍ୟବହାର ହୋଇଥାଏ । କାରଣ ଏହାର ସୁଗନ୍ଧ ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।

ଭୃଷଙ୍ଗ ପତ୍ର (Curry Leaves)ରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି ୪ରୁ ୫ ଟି ଭୃଷଙ୍ଗ ପତ୍ର (Curry Leaves)ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ।

ଭୃଷଙ୍ଗ ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ:


ଭୃଷଙ୍ଗ ପତ୍ର (Curry Leaves)ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ । ଯାହା ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ ।

ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ (Curry Leaves) ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ।

ଭୃଷଙ୍ଗ ପତ୍ର (Curry Leaves)ରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି । ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

ଭୃଷଙ୍ଗ ପତ୍ର (Curry Leaves) ସେବନ ଦ୍ୱାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ । ଯାହାକି ଆମକୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଏଥିଲ ଏସିଟେଟ୍, ମହାନିମ୍ବଇନ୍ ଭଳି ନ୍ୟୁଟ୍ରିଏଣ୍ଟ ରହିଛି ଯାହା ଚର୍ବି ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ ।

ତେବେ ଗୋଟିଏ କଥା ମନେ ରଖନ୍ତୁ ଭୃଷଙ୍ଗ ପତ୍ର (Curry Leaves) ଚୋବାଇବାର ତରିକା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପତ୍ରକୁ ଅଧିକରୁ ଅଧିକ ସମୟ ଚୋବାଇ ଏହାର ରସକୁ ଢୋକିବାକୁ ଚେଷ୍ଟା କରନ୍ତୁ, ଯାହା ପାଚନ ଶକ୍ତିକୁ ଦୃଢ କରେ ।

କେବେ ବି ଖାଆନ୍ତୁନାହିଁ ଏହି ଡାଲି, ହେବ କ୍ଷତି

ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଉପକାରୀ ପାଳଙ୍ଗ ଜୁସ୍‌,ଜାଣନ୍ତୁ ଫାଇଦା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)