1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଉପକାରୀ ପାଳଙ୍ଗ ଜୁସ୍‌,ଜାଣନ୍ତୁ ଫାଇଦା...

ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ ପାଳଙ୍ଗ ଶାଗ ବରଦାନ ସଦୃଶ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟ ପାଳଙ୍ଗ ଶାଗ ସାମିଲ କରନ୍ତୁ । ଏହାଦ୍ଵାରା ରକ୍ତଚାପ ଭଳି ସମସ୍ୟାରୁ ଉପଶମ ମିଳିଥାଏ ।

Sudesna Nayak
Sudesna Nayak
spinach is beneficial for blood pressure patients

spinach is beneficial for blood pressure patients

ପାଳଙ୍ଗ (spinach) ଏକ ପୁଷ୍ଟିକର ଖାଦ୍ୟ । ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ବି ରହିଛି । ପାଳଙ୍ଗରେ ଭିଟାମିନ୍‌ ଏ, ସି, ଇ, କେ ଓ ବି କଂପ୍ଲେକ୍ସ ପ୍ରଚୁର ମାତ୍ରାରେ ଥାଏ । ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ ପାଳଙ୍ଗ ଶାଗ (spinach)ବରଦାନ ସଦୃଶ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟ ପାଳଙ୍ଗ ଶାଗ ସାମିଲ କରନ୍ତୁ । ଏହାଦ୍ଵାରା ରକ୍ତଚାପ (blood pressure)ଭଳି ସମସ୍ୟାରୁ ଉପଶମ ମିଳିଥାଏ ।

ସୂଚନା ଅନୁଯାୟୀ, ପାଳଙ୍ଗ (spinach)କୁ କେବଳ ତରକାରୀ କରାଯାଇ ଖିଆ ଯାଏ ନାହିଁ, ବରଂ ଏହାର ଜୁସ୍‌ ମଧ୍ୟ ପିଆଯାଏ । ପାଳଙ୍ଗ ଶାଗରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ , ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।

ପାଳଙ୍ଗ (spinach)ରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଭରି ରହିଥାଏ । ପାଳଙ୍ଗ ସେବନ କରିବା ଦ୍ୱାରା, ଶରୀରରେ ସଂକ୍ରମଣ କମ୍ ହେବା ସହିତ, ଇମ୍ୟୁନ ସିଷ୍ଟମ୍ ମଜବୁତ୍ ହୋଇଥାଏ ।

ପାଳଙ୍ଗ (spinach) ଜୁସ୍‌ ନିୟମିତ ରୂପେ ସେବନ କରିଲେ ତ୍ୱଚାଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ପାଳଙ୍ଗ (spinach) ଜୁସ୍‌ କୋଷ୍ଠକାଠିନ୍ୟତା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଗର୍ଭବତୀ ମହିଳାମାନେ ପାଳଙ୍ଗ ଜୁସ୍‌ ପିଇଲେ ସେମାନଙ୍କ ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହୋଇ ନଥାଏ ।

ପାଳଙ୍ଗ (spinach)ରେ କମ୍ କ୍ୟାଲୋରୀ ରହିଥାଏ । ଏହା ସହିତ ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଫାଇବରର ଗୁଣ ଭରି ରହିଥାଏ । ପ୍ରତିଦିନ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ୱାରା ,ଏହା ଓଜନ କମ୍ କରିବାରେ ସହାୟକ ହୋଇଥାଏ ।

ପାଳଙ୍ଗର ଜୁସ୍‌ ପ୍ରସ୍ତୁତ କରିବେ,ଜାଣନ୍ତୁ

ପାଳଙ୍ଗ ଜୁସ୍‌ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଳଙ୍ଗ ପତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ ଓ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଗ୍ରାଇଣ୍ଡରରେ ଅଳ୍ପ ପାଣି ନେଇ ପାଳଙ୍ଗ ପତ୍ରକୁ ମିଶାଇ ବାଟି ଦିଅନ୍ତୁ। ତା’ପରେ ତାକୁ ଏକ ପାତ୍ରରେ କାଢି ଦିଅନ୍ତୁ। ସେଥିରେ ଅଳ୍ପ ପାଣି, ଭଜା ଜିରା, କଳାଲୁଣ, ଲୁଣ ଓ ଗୋଲମରିଚ୍‌ ଆଦି ମିଶାଇ ମିକ୍ସ କରନ୍ତୁ । ପାଳଙ୍ଗ ଜୁସ୍‌ରେ ଲେମ୍ବୁ ରସ ମିଶାଇ ପାରନ୍ତି। ଏହା ଦ୍ୱାରା ଜୁସ୍‌ ସ୍ୱାଦିଷ୍ଟ ଲାଗିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଳଙ୍ଗ (spinach) ଜୁସ୍‌ ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଶରୀର ପାଇଁ କ୍ଷତିକାରକ ଚା’,ଜାଣନ୍ତୁ...

ମଧୁମେହଠୁ ଦୂରରେ ରଖିବ ମିଲେଟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments