1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖଜୁରୀ ଖାଆନ୍ତୁ, ସୁସ୍ଥ ରୁହନ୍ତୁ !!

ଆମେ ଯେତେ ଆଧୁନିକତା ଆଡ଼କୁ ଅଗ୍ରସର ହେଲେ ମଧ୍ୟ ଆୟୁର୍ବେଦ ଏବଂ ଦେଶୀ ଚିକିତ୍ସାର ଗୁରୁତ୍ୱ ଏବେ ମଧ୍ୟ ଆମ ଜୀବନରେ ରହିଛି l କଥାରେ ଅଛି ନିଜ ଖାଦ୍ୟକୁ ଯଦି ଆମେ ଜଗି ରଖି ଖାଇବା ଏବଂ ନିଜ ଖାଦ୍ୟାଭ୍ୟାସରେ ଅଙ୍କୁଶ ଲଗାଇବା ତେବେ ରୋଗ ବେମାରୀ ଆମ ଠିକଣା ମଧ୍ୟ ଭୁଲିଯାଇପାରନ୍ତି l ଅର୍ଥାତ ଆମକୁ ଭଲ ଖାଦ୍ୟ ତଥା ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହବ l

Sugyan Kumar Nayak
Sugyan Kumar Nayak
Date Palm

Date Palm

ଆମେ ଯେତେ ଆଧୁନିକତା ଆଡ଼କୁ ଅଗ୍ରସର ହେଲେ ମଧ୍ୟ ଆୟୁର୍ବେଦ ଏବଂ ଦେଶୀ ଚିକିତ୍ସାର ଗୁରୁତ୍ୱ ଏବେ ମଧ୍ୟ ଆମ ଜୀବନରେ ରହିଛି l କଥାରେ ଅଛି ନିଜ ଖାଦ୍ୟକୁ ଯଦି ଆମେ ଜଗି ରଖି ଖାଇବା ଏବଂ ନିଜ ଖାଦ୍ୟାଭ୍ୟାସରେ ଅଙ୍କୁଶ ଲଗାଇବା ତେବେ ରୋଗ ବେମାରୀ ଆମ ଠିକଣା ମଧ୍ୟ ଭୁଲିଯାଇପାରନ୍ତି l ଅର୍ଥାତ ଆମକୁ ଭଲ  ଖାଦ୍ୟ ତଥା ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହବ l ତେବେ ଯାଇ ଆମେ ଏକ ସୁସ୍ଥ ତଥା ସୁଖୀ ଜୀବନ ଅତିବାହିତ କରିପାରିବା l କଥାରେ ଅଛି ସୁସ୍ଥ ଜୀବନ ହିଁ ସୁଖୀ ଜୀବନର ମୂଳ ମନ୍ତ୍ର, ସେଥି ପାଇଁ ଆମେ ସର୍ବଦା ପ୍ରଥମ ଧ୍ୟାନ ଆମ ସ୍ୱାସ୍ଥ୍ୟ ଉପରେ ଦେବା ଉଚିତ ଯେଉଁଥିରେ କି ଖାଦ୍ୟର ପ୍ରମୁଖ ଭୂମିକା ରହିଥାଏ l ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ସେଇ ଭଳି ଏକ ଔଷଧୀୟ ଫଳ ବିଷୟରେ ଯାହାକୁ  ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିବ l ଆଜି ଆମେ ଯେଉଁ ଫଳ ବିଷୟରେ ଆପଣଙ୍କୁ  କହିବାକୁ ଯାଉଛୁ  ତାହା ହେଉଛି ଖଜୁରୀ l

ଖଜୁରୀରେ ଲୌହ, ଖଣିଜ ପଦାର୍ଥ, କ୍ୟାଲସିୟମ୍, ଆମିନୋଏସିଡ, ଫସଫରସ ଏବଂ ଭିଟାମିନ ଭରପୁର ମାତ୍ରରେ ମହଜୁଦ ଥାଏ l ସ୍ୱାସ୍ଥ୍ୟ ସହିତ ଏହା ଚର୍ମ ଓ କେଶ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ l  ଖଜୁରିରେ ଗ୍ଲୁକୋଜ ଓ ଫ୍ରୁକଟଜର ଭଣ୍ଡାର ରହିଥାଏ ଯାହା ମଧୁମେହ ରୋଗକୁ ଦୂର କରିବା ପାଇଁ ସହାୟକ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଇଥାଏ l ଖଜୁରିରେ ବହୁତ ଲୌହ ରହିଛି  ଯାହାକି ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ l ଖଜୁରିରେ ଥିବା ଭିଟାମିନ ବି କେଶକୁ ମଜବୁତ କରିବାରେ ଲାଭଦାୟକ ହୋଇଥାଏ l ଖଜୁରିରେ ପର୍ଯ୍ୟାପ୍ତ ପରିମାଣରେ ଗ୍ଲୁକୋଜ, ଫ୍ରୁକଟଜ ଏବଂ ଶୁକ୍ରୋଜ ମିଳିଥାଏ ତେଣୁ ଏହାର ବ୍ୟବହାର ତୁରନ୍ତ ଶକ୍ତି ଯୋଗାଇବା ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଯଦି ଆପଣଙ୍କ ଓଜନ କମ ଥାଏ ତେବେ ଖଜୁରୀର ବ୍ୟବହାର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ l ଏଥିରେ ଚିନି, ଭିଟାମିନ ଓ ଅନେକ ଜରୁରୀ ପ୍ରୋଟିନ ଥାଏ ଯାହା ଓଜନ ବଢାଇବା ପାଇଁ କାମ କରେ l ଏଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ ଯେଉଁଥିପାଇଁ ହଜମ ପ୍ରକ୍ରିୟା ସଠିକ ରହିଥାଏ l ପ୍ରତିଦିନ ରାତିରେ ଚାରୋଟି ଖଜୁରୀ ପାଣିରେ ରଖନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଖାଆନ୍ତୁ l ଧୀରେ ଧୀରେ ଆପଣ ଏହାର ଉପକାରିତା ବିଷୟରେ ଜାଣିପାରିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ