1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗଜାମୁଗ ଖାଆନ୍ତୁ, ଫିଟ୍ ରୁହନ୍ତୁ !!

କଥାରେ କୁହାଯାଏ, ସମସ୍ତ ଔଷଧ ଆମର ଖାଦ୍ୟରେ ରହିଛି ଏବଂ ସମସ୍ତ ବିଷ ମଧ୍ୟ ଆମର ଖାଦ୍ୟରେ ରହିଛି l ଆମ ପାଖରେ ଏମିତି ଏକ ଉପକାରୀ ତଥା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ରହିଛି ଯାହା ପ୍ରତି ଆମେ ବିଶେଷ ଧ୍ୟାନ ଦେଇ ନଥାଉ l ତାହା ହେଉଛି ଗଜା ହୋଇଥିବା ମୁଗ l

Sugyan Kumar Nayak
Sugyan Kumar Nayak

କଥାରେ କୁହାଯାଏ, ସମସ୍ତ ଔଷଧ ଆମର ଖାଦ୍ୟରେ ରହିଛି ଏବଂ ସମସ୍ତ ବିଷ ମଧ୍ୟ ଆମର ଖାଦ୍ୟରେ ରହିଛି l ଆମ ପାଖରେ ଏମିତି ଏକ ଉପକାରୀ ତଥା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ରହିଛି ଯାହା ପ୍ରତି ଆମେ ବିଶେଷ ଧ୍ୟାନ ଦେଇ ନଥାଉ l ତାହା ହେଉଛି ଗଜା ହୋଇଥିବା ମୁଗ l ଏହି ଗଜାମୁଗ ପୋଷାକ ତତ୍ତ୍ୱରେ ଭରପୂର ରହିଥାଏ l ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ, କିନ୍ତୁ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ୍ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତପାଆନ୍ତାରେ ଏଭଳି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର ହୋଇପାରିବ, ତାହା ହେଉଛି ଗଜାମୁଗ । ଆଜିକାଲି ବଜାରରେ ମିଳୁଥିବା ଫାଷ୍ଟ ଫୁଡ ଓ ଟିଫିନ ଅପେକ୍ଷା ଏହା ଶହେ ଗୁଣରେ ଭଲ I ଗଜାମୁଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରୋଟିନ୍, ମିନେରାଲ ଓ ଭିଟାମିନ୍ ଭରପୂର ହୋଇ ରହିଥାଏ। ପ୍ରତିଦିନ ମର୍ଣ୍ଣିଂୱାକ୍ ବା ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ଆସନ୍ତୁ ଆଜି ଆମେ ଏହି ଗଜାମୁଗ ବିଷୟରେ କିଛି ବିଶେଷ ଆଲୋଚନା କରିବା l

ଗଜାମୁଗ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ I ଗଜାମୁଗରେ ଭିଟାମିନ B, ଭିଟାମିନ୍ C,  ଭିଟାମିନ K, ଭିଟାମିନ୍ B -  6, ମାଗ୍ନେସିଅମ, କପର, ଫାଇବର ଥାଏ I ଏହ ସବୁ ଭିଟାମିନ୍ ଯୋଗୁଁ ଆମ ଶରୀରରେ ପ୍ରତିଦିନ ନୂଆ ନୂଆ ରକ୍ତକୋଷ ସୃଷ୍ଟି ହୋଇଥାଏ। ଆୟୁର୍ବେଦ ମତରେ ଏହା ଏକ ନିୟନ୍ତ୍ରିତ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ । ଦୈନନ୍ଦିନ ଖାଦ୍ୟରେ ଯେଉଁ ଅଭାବ ଥାଏ ତାହା ଗଜା ମୁଗ ଦ୍ୱାରା ପୂରଣ ହୁଏ । ଶାରୀରିକ ବିକାଶ ଠିକ୍ ହେଉ ନ ଥିବା ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ । ଗଜାମୁଗରେ ଭିଟାମିନ K ଥାଏ I ଭିଟାମିନ K ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ I ଭିଟାମିନ K ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଯାହା ଫଳରେ ଯେ କୌଣସି ପ୍ରକାର ଦୁର୍ଘଟଣା ବା ଆଘାତ ଜନିତ ରକ୍ତସ୍ରାବ ସହଜରେ ବନ୍ଦ ହୋଇଥାଏ। ଏକ କପ୍ ଗଜାମୁଗରେ ୩୪ ମାଇକ୍ରୋଗ୍ରାମ ଭିଟାମିନ K ଥାଏ । ଭିଟାମିନ K ଅସ୍ଥି ଗଠନରେ ସହାୟକ ହୋଇଥାଏ ।

ଗଜାମୁଗରେ ପେପ୍ଟିସାଇଡ ଥାଏ ।  ପେପ୍ଟିସାଇଡ ଆମ ଶରୀରର ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ଗଜା ମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଗଜା ମୁଗରେ ଫାଇବର ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ମୁଗ ଗଜା ହୋଇଗଲା ପରେ ଏଥିରେ ଥିବା ଶର୍କରା ଗ୍ଲୁକୋଜକୁ ଓ ଫ୍ରୁକଟୋଜ ମଲଟୋଜକୁ ରୂପାନ୍ତରିତ ହୋଇଥାଏ I ଯାହା ଫଳରେ ଗଜା ମୁଗ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ I

ଅକାଳରେ ବାଳ ଝଡ଼ିବା ଆଜି ଯୁବଗୋଷ୍ଠୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତିଦିନ ଗଜା ମୁଗ ଖାଇବା ଦ୍ୱାରା ଅକାଳରେ ବାଳ ଝଡ଼ିବା କମିଯାଏ। ଗଜା ମୁଗରେ ଭିଟାମିନ୍ ସି ରହୁଥିବାରୁ ବାଳ ମୂଳରୁ ମଜବୁତ୍ ହୁଏ ଏହା  ଦ୍ୱାରା ଝଡ଼ିବା ବନ୍ଦ ହୁଏ । ପ୍ରତିଦନ ଗଜା ମୁଗ ଖାଉଥିବା ବ୍ୟକ୍ତିଙ୍କର ପ୍ରାୟ  ତ୍ୱଚାର ଔଜଲ୍ଲ୍ୟ ବୃଦ୍ଧି ପାଏ ଓ ଚର୍ମ ରୋଗ ମଧ୍ୟ ହୁଏ ନାହିଁ ।

ଗଜା ମୁଗ ପ୍ରସ୍ତୁତ ପ୍ରଣାଳୀ

ଗଜା ମୁଗ ପ୍ରସ୍ତୁତ କରିବା ଅତି ସହଜ । ଏହାକୁ ୬ ରୁ ୮ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ । ତାହା ପରେ ଛାଣି ଏକ କପଡ଼ାରେ ବାନ୍ଧି ଦିଅନ୍ତୁ ବା ଏୟାରଟାଇଟ୍ ଜାରରେ ରଖି ଦିଅନ୍ତୁ। ଦୁଇ ତିନି ଘଣ୍ଟା ମଧ୍ୟରେ ମୁଗ ଗଜା ହୋଇଯିବ। ଆଜିକାଲି ବଜାରରେ ଗଜା ମୁଗ ମଧ୍ୟ ବିକ୍ରି ହେଲାଣି । ସକାଳୁ ଫାଷ୍ଟ ଫୁଡ୍ ଖାଇ ରୋଗ କିଣିବା ଅପେକ୍ଷା ଏହାକୁ ଖାଇବା ଶ୍ରେୟସ୍କର ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments