1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗୁଡ଼ ବିସ୍କୁଟ ଖାଆନ୍ତୁ : ସୁସ୍ଥ ରୁହନ୍ତୁ !!

ଆଧୁନିକତାର ଚାକଚକ୍ୟ ଚଳଣିରେ ଗୁଡ଼ର ଚାହିଦା ବହୁତ କମିଯାଇଛି କହିଲେ ଚଳେ l କିନ୍ତୁ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏବେ ଗୁଡ଼ ଆଡ଼କୁ ମୁହାଁଇବାର ଦେଖା ଯାଉଛି, କାରଣ ଚିନି ତୁଳନାରେ ଗୁଡ଼ରେ ହିଁ ଅଧିକ ପୋଷକତତ୍ତ୍ୱ ରହିଥାଏ l ଗ୍ରାହକମାନଙ୍କର ଏହି ଆବଶ୍ୟକତାକୁ ଆଖିରେ ରଖି ଏବେ ବଜାରରେ ମିଳୁଛି ଗୁଡ଼ରେ ପ୍ରସ୍ତୁତ ବିସ୍କୁଟ l

Sugyan Kumar Nayak
Sugyan Kumar Nayak
Biscuit

Biscuit

ଆଧୁନିକତାର ଚାକଚକ୍ୟ ଚଳଣିରେ ଗୁଡ଼ର ଚାହିଦା ବହୁତ କମିଯାଇଛି କହିଲେ ଚଳେ l କିନ୍ତୁ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏବେ ଗୁଡ଼ ଆଡ଼କୁ ମୁହାଁଇବାର ଦେଖା ଯାଉଛି, କାରଣ ଚିନି ତୁଳନାରେ ଗୁଡ଼ରେ ହିଁ ଅଧିକ ପୋଷକତତ୍ତ୍ୱ ରହିଥାଏ l ଗ୍ରାହକମାନଙ୍କର ଏହି ଆବଶ୍ୟକତାକୁ ଆଖିରେ ରଖି ଏବେ ବଜାରରେ ମିଳୁଛି ଗୁଡ଼ରେ ପ୍ରସ୍ତୁତ ବିସ୍କୁଟ l

ଯେତେବେଳେ କୃଷକ ଆଖୁ ପେଡ଼ିବା କାର୍ଯ୍ୟ କରିଦିଏ ଏହାର ଖାଦ ଅଂଶ ଆଖୁ ରସ ଠାରୁ ଅଲଗା ହୋଇଯାଏ l ଏହି ଖାଦ ବା ଖଦରା ଅଂଶର ନିଷ୍କାସନ କରିବା ଚିନି କଳମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଅଟେ l ସିଧାସଳଖ ଭାବରେ କହିଲେ ଏହା କୌଣସି କାର୍ଯ୍ୟରେ ହିଁ ଆସେ ନାହିଁ l ଯଦି ଏହାକୁ ଜଳାଇ ଦିଆଯାଏ ଏବଂ ଏଥିରେ ପ୍ରଦୂଷଣର ସମସ୍ୟା ରହିଥାଏ l ଯଦିଓ କିଛି କଳର ମାଲିକ ଏହାକୁ ଇନ୍ଧନ ରୂପେ ବ୍ୟବହାର କରିଥାନ୍ତି, ଯାହାର କୌଣସି ବିଶେଷ ଲାଭ ନଥାଏ l

ଏହାକୁ ନେଇ ରାଷ୍ଟ୍ରୀୟ ଶର୍କରା ସଂସ୍ଥାନ ଦ୍ୱାରା ଏକ ନୂତନ ପଦକ୍ଷପ ଗ୍ରହଣ କରାଯାଇଛି l ଯାହା ଦ୍ୱାରା କୃଷକ ଓ ଚିନି କଳର ମାଲିକମାନଙ୍କୁ ବହୁତ ଲାଭ ହୋଇପାରିବ l ବାସ୍ତବରେ ରାଷ୍ଟୀୟ ଶର୍କରା ସଂସ୍ଥାନ ଦ୍ୱାରା ଆଖୁର ଅବଶିଷ୍ଟାଂଶ ଓ ଗୁଡ଼ର ସହାୟତାରେ ଏକ ସ୍ୱାସ୍ଥ୍ୟ ପାଇଁ ହିତକାରକ ବିସ୍କୁଟ ପ୍ରସ୍ତୁତ କରାଯାଇଛି l ଏହି ବିସ୍କୁଟରେ ଫାଇବର , ଭିଟାମିନ ଓ କ୍ୟାଲ୍ସିଅମର ଗୁଣ ରହିଥାଏ l ଯାହାକୁ କି ଆଖୁର ଅବଶିଷ୍ଟାଂଶ ଅଧିକ ଗୁଣକାରି କରିଦେଉଛି l

ରାଷ୍ଟୀୟ ଶର୍କରା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ନରେନ୍ଦ୍ର ମୋହନଙ୍କ କହିବା ଅନୁସାରେ ଆଖୁର ଅବଶିଷ୍ଟାଂଶକୁ ଫାଇବର ଭଳି ପ୍ରସ୍ତୁତ କରାଯାଇଛି l ଏଥିରେ ସେହି ସବୁ ପଦାର୍ଥ ମିଶା ଯାଇଛି ଯାହା ବିସ୍କୁଟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ l ଏଥିରେ ବେକିଙ୍ଗ ପାଉଡର, କ୍ରିମ, ଫ୍ୟାଟ ଆଦି ମଧ୍ୟ ସାମିଲ ଅଟନ୍ତି l ଏହା ସହିତ ଚିନି ସ୍ଥାନରେ ଗୁଡ଼ର ବ୍ୟବହାର କରାଯାଇଥାଏ ଯାହାକି ଚିନି ଭଳି ମଧୁରତା ମଧ୍ୟ ଦେଇଥାଏ l ଏହା ବହୁତ ଗୁଣକାରୀ ମଧ୍ୟ ହୋଇଥାଏ l ସବୁ ଠାରୁ ଖାସ କଥା ହେଉଛି ଏହାକୁ ବିଭିନ୍ନ ସ୍ଵାଦରେ ମଧ୍ୟ ପ୍ରସ୍ତୁତ କରାଯାଇପାରେ l ଏହା ରୋଗୀମାନଙ୍କ ପାଇଁ ଲାଭକାରୀ ଅଟେ l

. ଆଖୁର ଅବଶିଷ୍ଟାଂଶରେ ଫାଇବର ରହିଥାଏ ତେଣୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ l

. ଏହା ଟାଇପ ୨ ମଧୁମେହ ପାଇଁ ମଧ୍ୟ ଲାଭଦାୟକ ଅଟେ l

. ରକ୍ତରେ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରଣ କରିଥାଏ l

. ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ l

ସବୁଠାରୁ ଭଲ କଥା ଏହା ଯେ, ଏହାର ସ୍ୱାଦ ବହୁତ ଭଲ ହୋଇଥାଏ l ଏହା ଛଡ଼ା ଏହି ବିସ୍କୁଟ ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତ ବୟସର ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments