1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପେକାନ୍ ନଟ୍ସ ଖାଆନ୍ତୁ, ସୁସ୍ଥ ରୁହନ୍ତୁ !!

ଦୈନନ୍ଦିନ ଜୀବନରେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାର ଫଳ, ଡ୍ରାଏଫ୍ରୁଟସ ଓ ବାଦାମ ଆଦି ସେବନ କରିଥାଉ l ଏହିଭଳି ଏକ ବାଦାମ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାର ସ୍ୱାଦ ବହୁତ ଭଲ ହେବା ସହିତ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ l ଆଜ୍ଞା ହଁ ଆମେ ଆଜି ଆଲୋଚନା କରୁଛେ ପେକାନ୍ ବାଦାମ ବିଷୟରେ l

Sugyan Kumar Nayak
Sugyan Kumar Nayak
Pecan Nuts

Pecan Nuts

ଦୈନନ୍ଦିନ ଜୀବନରେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାର ଫଳ, ଡ୍ରାଏଫ୍ରୁଟସ ଓ ବାଦାମ ଆଦି ସେବନ କରିଥାଉ l ଏହିଭଳି ଏକ ବାଦାମ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାର ସ୍ୱାଦ ବହୁତ ଭଲ ହେବା ସହିତ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ l ଆଜ୍ଞା ହଁ ଆମେ ଆଜି ଆଲୋଚନା କରୁଛେ ପେକାନ୍ ବାଦାମ ବିଷୟରେ l ଏହି ପ୍ରଜାତିର ବାଦାମ ଖାଇବା ଦ୍ୱାରା ଆପଣ ଅନେକ ପ୍ରକାରର ରୋଗ କବଳରୁ ନିଜକୁ ସୁରକ୍ଷିତ ରଖି ପାରିବେ l  ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣ କେବେ ନା କେବେ ଏହି ଫଳକୁ ଖାଇଛନ୍ତି l ଯଦି ଆପଣ ଏହି ବାଦାମରୁ ହେଉଥିବା ଲାଭ ବିଷୟରେ ଜାଣିନାହାଁନ୍ତି ତେବେ ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ ଆପଣଙ୍କର ହିଁ ଫାଇଦା ହେବ l

ଅଖରୋଟ ଭଳି ଦେଖାଯାଉଥିବା ପେକାନ୍ ବାଦାମ ଡ୍ରାଏ ଫ୍ରୁଟସର ଏକ ବିଶେଷ ଅଂଶ ଅଟେ l ଯଦିଓ କାଜୁ, କିସମିସ୍ ଓ ବାଦାମ ଭଳି ଏହି ଫଳର ଲୋକପ୍ରିୟତା ଭାରତରେ ନାହିଁ l ଆହୁରି ଆମେ ଏହା ମଧ୍ୟ କହିପାରିବା ଯେ ଭାରତର ଅଧିକାଂଶ ଲୋକ ଏହି ଫଳ ବିଷୟରେ ଜାଣନ୍ତି ନାହିଁ l କାରଣ ଏହି ଫଳ ଆମେରିକାର ଅଟେ ଓ ଏହାର ଅଖରୋଟ ସହିତ ସମ୍ପର୍କ ରହିଛି l ଏହି ଗଛ ଜଙ୍ଗଲରେ ମିଳିଥାଏ ଯାହାର ଆକାର ପିରାମିଡ଼ ଭଳି ହୋଇଥାଏ l ଏହା ସେପ୍ଟେମ୍ବର ଓ ଅକ୍ଟୋବର ସମୟରେ ହିଁ ଅଧିକ ଫଳ ଦେଇଥାଏ l ଏହା ଦେଖିବାକୁ ଅଖରୋଟ ଭଳି ହୋଇଥାଏ ମାତ୍ର ଏହା ଅଖରୋଟ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ l ଏହା ଏକ ଏପରି ଡ୍ରାଏ ଫ୍ରୁଟସ ଅଟେ ଯାହାର ବାହାର ଆବରଣ ବହୁତ କଠିନ  ହୋଇଥାଏ l ପେକାନ୍ ନଟ୍ସ ବଜାରରେ ସହଜରେ ଉପଲବ୍ଧ ହୋଇଥାଏ l

ପେକାନ୍ ନଟ୍ସର ଫାଇଦା 

ମଧୁମେହକୁ ନିୟନ୍ତ୍ରଣ କରେ l ଏହି ଚମତ୍କାରୀ ଫଳ ଆମ ଶରୀରର ବ୍ଳଡ ସୁଗାରକୁ ନିୟନ୍ତ୍ରଣ କରେ l ଯାହା ଦ୍ୱାରା ଆମେ ମଧୁମେହ କବଳରୁ ନିଜକୁ ସୁରକ୍ଷିତ ରଖିପରିବା l

କ୍ୟାନ୍ସର ଠାରୁ ବଞ୍ଚାଇଥାଏ l ଏହା ଆମକୁ କ୍ୟାନ୍ସର ଭଳି ଦୁରାରୋଗ୍ୟ ରୋଗଠାରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ l ଏହା ଆମକୁ କୋଲନ କ୍ୟାନ୍ସର ଅର୍ଥାତ ପେଟ ଜନିତ କ୍ୟାନ୍ସର ଓ ପ୍ରୋଷ୍ଟେଟ କ୍ୟାନ୍ସର ଠାରୁ ମଧ୍ୟ ରକ୍ଷା କରିଥାଏ l

ଓଜନ କମ କରିଥାଏ l ଏହି ଫଳ ଆମ ଶରୀରର ଓଜନ କମାଇବାରେ ବହୁତ ସହାୟକ ହୋଇଥାଏ l ଏଥିରେ ଅନେକ ମହତ୍ତ୍ୱପୂର୍ଣ୍ଣ ଭିଟାମିନ ରହିଥାଏ, ଯାହା ଆମ ଶରୀରକୁ ବିଭିନ୍ନ ପୋଷକତତ୍ତ୍ୱ ପ୍ରଦାନ କରିଥାଏ ଓ ଶରୀରକୁ ଦୁର୍ବଳ କରିବାକୁ ଦେଇନଥାଏ l

ହଜମ କ୍ରିୟାରେ ସହାୟକ ହୋଇଥାଏ l ଏହା ପାଚନ କ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବାରେ ସହାୟକ ହୋଇଥାଏ l ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ, ଯାହାକି ହଜମ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ l

ଆଖି ପାଇଁ ଲାଭକାରୀ ହୋଇଥାଏ l ଏଥିରେ ଅଧିକ ମାତ୍ରାରେ ଭିଟାମିନ-ଏ ରହିଥାଏ l ଯାହାକି ଆଖି ପାଇଁ ବହୁତ ଭଲ ହୋଇଥାଏ l ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର କରିବାରେ ସହାୟକ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments