Health & Lifestyle

ହାର୍ଟ ସମସ୍ୟା ଡାଇବେଟିସ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଫଳ,ଜାଣନ୍ତୁ...

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଆଜି ଆମେ ଆପମଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା କ୍ୟାନସର ଭଳି ବହୁ ସାଙ୍ଘାତିକ ରୋଗରୁ ରକ୍ଷା କରିବ ।

05 April, 2022 11:22 AM IST By: Sudesna Nayak

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଆଜି ଆମେ ଆପମଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଯାହା କ୍ୟାନସର ଭଳି ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ (Mango) ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ (Banana)ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା...

ଆମ୍ବ (Mango)

ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବ (Mango)ର ଅପେକ୍ଷା କରିଥାନ୍ତି । ଫଳର ରାଜା ଆମ୍ବ (Mango)ହୋଇଥାଏ । ଖାଇବାକୁ ଯେତିକି ସ୍ବାଦଆ ସେତିକି ମିଠା ହୋଇଥାଏ । ସେହିଭଳି ଆମ୍ବ (Mango)ରେ ଭିଟାମିନ ସି ରିହିଥାଏ । ଆଖି, ଚର୍ମ ,କୋଲେଷ୍ଟ୍ରଲ, ହଜମ ଶକ୍ତି ବଢାଇବା ସହ ହିଁ କ୍ୟାନସର ଭଳି ବହୁ ସାଙ୍ଘାତିକ ରୋଗରୁ ରକ୍ଷା ମିଳିପାରେ ।

କଦଳୀ (Banana)

କଦଳୀ (Banana)ଏପରି ଏକ ଫଳ ସବୁ ଋତୁରେ ମିଳୁଥାଏ । କଦଳୀ (Banana)ରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀ (Banana)ରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।

ସନ୍ତରା (Orange)

ସନ୍ତରା (Orange)ଖାଇଲେ ଶରୀରକୁ ଭରପୁର ଭିଟାମିନ-ସି ଏବଂ ଫାଇବର ମଧ୍ୟ ବହୁତ ମାତ୍ରାରେ ମିଳିଥାଏ । ସନ୍ତରା (Orange) ରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ହେଲଦି ରହିଥାଏ । ଆପଣଙ୍କ ଓଜନ କମାଇବା ପାଇଁ ମଧ୍ୟ ସନ୍ତରା (Orange)ଲାଭଦାୟକ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ ସନ୍ତରା ।

ଅମୃତଭଣ୍ଡା (Papaya)

ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା (Papaya)ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ଅମୃତଭଣ୍ଡା (Papaya)ରେ ଭିଟାମିନ-ସି ଏବଂ ଭିଟାମିନ-ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା (Papaya)ଲାଭଦାୟକ ଫଳ ବୋଲି କୁହାଯାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଫଳ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ସାବଧାନ! ଗାଜର ନେଇ ଯାଇପାରେ ଜୀବନ

ମଧୁମେହ, ମାଇଗ୍ରେନ୍‌ ସହ ଅନେକ ସମସ୍ୟାକୁ ଦୂର କରିବ ବ୍ଲୁ ଟି’, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)