1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ, ମାଇଗ୍ରେନ୍‌ ସହ ଅନେକ ସମସ୍ୟାକୁ ଦୂର କରିବ ବ୍ଲୁ ଟି’, ଜାଣନ୍ତୁ...

ବ୍ଲୁ ଟି’ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ରହିଛି ଯାହା ବହୁ ପ୍ରକାରର ଯନ୍ତ୍ରଣାକୁ ଦୂର କରିଥାଏ ।

Sudesna Nayak
Sudesna Nayak
Blue Tea will solve many problems find out its benefits

Blue Tea will solve many problems find out its benefits

ସାଧାରଣତଃ ଚା’ପିଇବାକୁ ସମସ୍ତ ଭଲ ପାଆନ୍ତି । ଯେପରିକି ଆପଣ ନିଶ୍ଚିତ ଭାବରେ ମସାଲା ଚା’, ଗ୍ରୀନ ଟି ଓ ବ୍ଲାକ ଟି ନାମ ଶୁଣିଥିବେ । ସେହିଭଳି ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ବ୍ଲୁ ଟି’ମଧ୍ୟ ଆଗରେ ରହିଛି । ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା’ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ରହିଛି ଯାହା ବହୁ ପ୍ରକାରର ଯନ୍ତ୍ରଣାକୁ ଦୂର କରିଥାଏ ।

ବ୍ଲୁ ଟି’ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ବ୍ଲୁ ଟି’(Blue Tea) ପ୍ରକୃତରେ ଅପରାଜିତା ଫୁଲରୁ ତିଆରି ହୋଇଥାଏ । ତେଣୁ ଏହାର ରଙ୍ଗ ନୀଳ । ଆୟୁର୍ବେଦ ଅନୁଯାୟୀ, ଅପରାଜିତା ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଉଥିଲା । ତେବେ ଚାଲନ୍ତୁ ଜାଣିବା ବ୍ଲୁ ଟି’(Blue Tea)ପିଇବା ଦ୍ବାରା କଣ ଲାଭ ମିଳିଥାଏ...

ବ୍ଲୁ ଟି ’ର ସ୍ୱାସ୍ଥ୍ୟ ଉପକାରିତା,ଜାଣନ୍ତୁ...

-ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ଏହି ଚା ’ପିଇପାରିବେ । ବ୍ଲୁ ଟି ’ ପଲିଫେନୋଲରେ ପରିପୂର୍ଣ୍ଣ ଏବଂ ଏହା ମେଟାବୋଲିକ୍ ହାର ବୃଦ୍ଧି ପାଇଁ କାମ କରେ ।

-ବ୍ଲୁ ଟି ’(Blue Tea) ମଧୁମେହ ରୋଗୀଙ୍କ ପାଇଁ ସୁଗାର ନିୟନ୍ତ୍ରଣ କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ । ବିଶେଷକରି ଟାଇପ୍- ୧ ଡାଇବେଟିସ୍ ରେ ଏହା ଭଲ ଫଳାଫଳ ଦେଖାଏ ।

-ଗ୍ରୀନ୍ ଟି ଅପେକ୍ଷା ବ୍ଲୁ ଟି ’(Blue Tea)ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହି ଚା’ ଏକ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାମ କରେ ।

-କର୍କଟ ରୋଗରେ ଏହି ଚା’ପିଇବା ଦ୍ୱାରା ଅନେକ ଉପକାର ଦେଖାଯାଏ ।

-ମାଇଗ୍ରେନ୍‌ର ଶିକାର ହୋଇଥିଲେ ଏହାର ଯନ୍ତ୍ରଣା ହ୍ରାସ କରିବାରେ ବ୍ଲୁ ଟି (Blue Tea) ମଧ୍ୟ ବହୁତ ସାହାଯ୍ୟ କରିଥାଏ । ଏହି ଚା’ପିଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁ ଫୁଲିଯାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆସେ । ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଏହାକୁ କିପରି ପ୍ରସ୍ତୁତ କରିବେ,ଜାଣନ୍ତୁ...

-ଅପରାଜିତାର ନୀଳ ଫୁଲକୁ ଫୁଟୁଥିବା ପାଣିରେ ରଖନ୍ତୁ, ଏହାକୁ ଏକ ମିନିଟ୍ ପାଇଁ ଘୋଡାନ୍ତୁ ଏବଂ ପରେ ଫିଲ୍ଟର୍ ତଥା ଛାଣି ନିଅନ୍ତୁ । ଯଦି ଚାହାଁନ୍ତି, ସ୍ୱାଦ ପାଇଁ ସେଥିରେ ଲେମ୍ବୁ, ମହୁ ମିଶାନ୍ତୁ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ମହୁ ମିଶାନ୍ତୁ ନାହିଁ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ବ୍ଲୁ ଟି’(Blue Tea) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ବ୍ଲଡ ପ୍ରେସର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି ?କେବଳ ପିଅନ୍ତୁ ଏହି ଗୋଟିଏ ଜୁସ

ସାବଧାନ! ଅଧିକ ପାରାସିଟାମୋଲ ଖାଉଛନ୍ତି କି ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments