Health & Lifestyle

ମୁଣ୍ଡରେ ଉଙ୍କୁଣିକୁ ନେଇ ଚିନ୍ତିତ କି ? ସମୂଳେ ନାଶ କରିଦେବ ଏହି ପତ୍ର....

ମୁଣ୍ଡରେ ଉଙ୍କୁଣି ହେବା ଏକ ସାଧାରଣ କଥା। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ, ପ୍ରାୟ ସବୁ ପ୍ରକାର କେଶରେ ଏହା ରହିପାରେ। ପରଜୀବୀ ହୋଇଥିବାରୁ ଉଙ୍କୁଣି ମୁଣ୍ଡରେ ରହି ମଣିଷର ରକ୍ତ(Blood) ପିଇଥାଏ। ଏହା କେଶ ଭିତରେ ରହି ଅଣ୍ଡା ଦେବା ସହ ଅନ୍ୟ ମୁଣ୍ଡକୁ ମଧ୍ୟ ଡେଇଁଥାଏ।

17 January, 2023 10:48 AM IST By: Priyambada Rana

ମୁଣ୍ଡରେ ଉଙ୍କୁଣି(louse) ହେବା ଏକ ସାଧାରଣ କଥା। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ, ପ୍ରାୟ ସବୁ ପ୍ରକାର କେଶରେ ଏହା ରହିପାରେ। ପରଜୀବୀ ହୋଇଥିବାରୁ ଉଙ୍କୁଣି ମୁଣ୍ଡରେ ରହି ମଣିଷର ରକ୍ତ(Blood) ପିଇଥାଏ। ଏହା କେଶ ଭିତରେ ରହି ଅଣ୍ଡା ଦେବା ସହ ଅନ୍ୟ ମୁଣ୍ଡକୁ ମଧ୍ୟ ଡେଇଁଥାଏ। ଏହା ଯୋଗୁଁ ମୁଣ୍ଡ ଭୀଷଣ କୁଣ୍ଡାଇ ହେବା ସହ ଅସହଜ ମଧ୍ୟ ମନେ ହୋଇଥାଏ। ଉଙ୍କୁଣି ଆମ ମୁଣ୍ଡରୁ ରକ୍ତ ପିଇବା ସହ ଚୂଟି ଝଡ଼ିବା, ଚୂଟି ମୂଳକୁ ଦୁର୍ବଳ କରଦେବା ସହ ଚୂଟିକୁ ଅପରିଷ୍କାର କରିଥାଏ ।

ବିଶେଷ କରି ସ୍କୁଲରେ ପଢୁଥିବା ପିଲାଙ୍କ(School Students) ଠାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। କେବେ କେବେ ଅନେକ ଚେଷ୍ଟା ପରେ ମଧ୍ୟ ଉକୁଣି ସମସ୍ୟା ଭଲ ହୁଏ ନାହିଁ । ତେବେ ଆପଣଙ୍କ ଉକୁଣି ସମସ୍ୟା ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ। ଚାଲନ୍ତୁ ଦେଖିବା କେମିତି କରିବେ ଉପଚାର ।

ଉକୁଣି ସମସ୍ୟା ଦୂର ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁର୍ଦୂରା ପତ୍ର। ଏହି ଦୁର୍ଦୂରା ଗଛକୁ ଅନେକ ଲୋକ ଜାଣିଥିବେ କାରଣ ଏହି ଗଛର ଫୁଲ ଭଗବାନ ଶିବଙ୍କ ମୁଣ୍ଡରେ ଚଢାଯାଏ । ଅନେକ ଲୋକ ଦୁର୍ଦୂରା ଫୁଲର ଫାଇଦା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ଗଛର ପତ୍ର ମଧ୍ୟ ଅନେକ ଲାଭଦାୟୀ ଅଟେ । ବହୁ ପୁରାତନ କାଳରୁ ଏହା ଉକୁଣି ସଫା କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ଓ ଏହାର ଅନ୍ୟ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି ।

ତେବେ ଏହି ଦୁର୍ଦୂରା ଗଛର କିଛି ପତ୍ର ବା ୧୦ ରୁ ୧୨ଟି ପତ୍ର ଛିଣ୍ଡାଇ ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏହି ପତ୍ରରୁ ରସ ବାହାର କରିବାକୁ ହେବ । ଏଥିପାଇଁ ଆପଣ ଏହି ପତ୍ରକୁ ବାଟି ରସ ବାହାର କରିପାରିବେ ।କିମ୍ବା ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ । ଏହାକୁ ଗ୍ରାଇଣ୍ଡିଂ କରିବା ପାଇଁ ଗ୍ରାଇଣ୍ଡିଂ ଜାର୍ ରେ ଅଳ୍ପ ପାଣି ନିଅନ୍ତୁ ଓ ସେଥିରେ ଧୋଇ ରଖିଥିବା ଦୁର୍ଦୂରା ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଗ୍ରାଇଣ୍ଡିଂ ହେବା ପରେ ଏକ ଛଣି ସାହାଯ୍ୟରେ ଏହାକୁ ଛଣି ଖଦାକୁ ଅଲଗା କରି ରସ ବାହାର କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସହଜ ଘରୋଇ ଉକୁଣିମରା ଔଷଧ । ଏହି ପତ୍ରର ରସକୁ ଆପଣ ମୁଣ୍ଡ ଧୋଇବାର ତିନି ଘଣ୍ଟା ପୂର୍ବରୁ ମୁଣ୍ଡରେ ଭଲଭାବେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ । ଭଲ ଭାବେ ଶୁଖିଯିବା ପରେ କେଶକୁ କୌଣସି ଆୟୁର୍ବେଦିକ ଶାମ୍ପୁ କିମ୍ବା ଆପଣ ଯେଉଁ ଶାମ୍ପୁ ବ୍ୟବହାର କରନ୍ତି ସେଥିରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ ।ଦେଖିବେ ଏହିପରି ପ୍ରଥମ ଥରରୁ ହିଁ ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ନିଖ ସବୁ ଗାୟବ ହୋଇଯିବ ।

ଏପରି କରିବା ଦ୍ୱାରା ଜଲ୍ଦି ବଢ଼ିବ ଉଚ୍ଚତା...

ଶ୍ୱାସ ରୋଗକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଆତ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)