1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶ୍ୱାସ ରୋଗକୁ ନେଇ ଚିନ୍ତିତ କି ? ଖାଆନ୍ତୁ ଆତ....

ଆତ ବା ସୀତାଫଳ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ଵାଦିଷ୍ଟ ମଧ୍ୟ। ଆତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ସହିତ ବିଭିନ୍ନ ପ୍ରକାରର ପୋଷାକତତ୍ତ୍ଵ ରହିଛି । ଏହା ଖାଇବା ଦ୍ଵାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ ।

Priyambada Rana
Priyambada Rana
Health Benefits of Custard Apple

Health Benefits of Custard Apple

ଆତ ବା ସୀତାଫଳ(Custard Apple) ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ଵାଦିଷ୍ଟ ମଧ୍ୟ। ଆତରେ କ୍ୟାଲସିୟମ(Calcium), ମ୍ୟାଗ୍ନେସିୟମ ଓ ଫାଇବର ସହିତ ବିଭିନ୍ନ ପ୍ରକାରର ପୋଷାକତତ୍ତ୍ଵ(Nutrition) ରହିଛି । ଏହା ଖାଇବା ଦ୍ଵାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ । ତେବେ ଚାଲନ୍ତୁ ଜାଣିବା ଆତ ଖାଇବା କେଉଁ ରୋଗୀଙ୍କ ପାଇଁ ଭଲ ଓ କେଉଁ ସବୁ ରୋଗ ପାଇଁ ଏହା ଫାଇଦା ଯୋଗାଇଥାଏ ।

ଆପଣ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ, ଆତ ଖାଇବା ଦ୍ଵାରା ଏଥିରେ ଥିବା ଭିଟାମିନ-B6 ଶ୍ଵାସରୋଗକୁ ଭଲ କରିଥାଏ। ଆତରେ ପୋଟାସିୟମ, ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିବାରୁ ଏହା ଆମ ଶରୀରକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରେ। ସେହିଭଳି ହୃଦରୋଗୀଙ୍କ ପାଇଁ ଆତ ଚମତ୍କାରୀ ଔଷଧ ସଦୃଶ ହୋଇଥାଏ । ଡାକ୍ତରମାନେ ସେଥିପାଇଁ ହୃଦରୋଗୀଙ୍କୁ ଆତ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଆତରେ ଭିଟାମିନ-A, ଭିଟାମିନ-C ଓ ରିଭୋଫ୍ଲୋଭିନ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ଆମର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଆତରେ ଥିବା କପର୍, ଆଇରନ ଗର୍ଭବତୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ ଦେଇଥାଏ । କୁହାଯାଏ କି ଗର୍ଭାବସ୍ଥାରେ ଆତ ଖାଇବା ଦ୍ଵାରା ଗର୍ଭ ଜନିତ କଷ୍ଟ ଦୂର ହୁଏ । ଆତରେ ଥିବା ଫାଇବର କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରେ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ଆତରେ ଥିବା ଆଇରନ ଓ କପର୍ ରକ୍ତହୀନତା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରେ । ଆତ ଖାଇଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଆମ ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ କରିଥାଏ । ଆତର ଏଭଳି ଅନେକ ଫାଇଦା ରହିଛି । ଆଜିକାଲି ବହୁତ କମ୍ ଲୋକ ଆତ ଲୋକମାନେ ଖାଇବାକୁ ପସନ୍ଦ କରୁଛନ୍ତି ଏବଂ ବଜାରରେ ଏହାର ବିକ୍ରି ମଧ୍ୟ ବହୁତ କମ୍ ହେବାର ଦେଖାଯାଉଛି ।

ଆଗକାଳରେ ଲୋକମାନେ ଏହି ସବୁ ଦେଶୀ ଫଳମୂଳ ଖାଇ ଅଧିକ ବୟସ ହେବା ଯାଏଁ ସୁସ୍ଥ ଓ ଶକ୍ତିଶାଳୀ ରହୁଥିଲେ । ତେବେ ଆପଣ ସମୟ ସମୟରେ ଆତ ଖାଇବା ଅଭ୍ୟାସ କରନ୍ତୁ, ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କିପରି ପଡୁଛି ।

ଏପରି କରିବା ଦ୍ୱାରା ଜଲ୍ଦି ବଢ଼ିବ ଉଚ୍ଚତା...

ଗ୍ଲୋଇଂ ସ୍କିନ୍ ପାଇଁ ଏପରି ବ୍ୟବହାର କରନ୍ତୁ ଚିନି....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments