1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗ୍ଲୋଇଂ ସ୍କିନ୍ ପାଇଁ ଏପରି ବ୍ୟବହାର କରନ୍ତୁ ଚିନି....

ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ। ଖାସ୍‌ କଥା ହେଉଛି ଯେ ଏହି ଜିନିଷ ଆପଣଙ୍କୁ ସହଜରେ ଘରେ ହିଁ ମିଳିଯିବ। ହଁ, ଆମେ ଏଠି କହୁଛୁ ଚିନି ବିଷୟରେ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଡାଇବେଟିସ୍‌ ଯୋଗୁ ଚିନିଠାରୁ ଦୂରେଇ ରୁହନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନି(Sugar) ଲାଭଦାୟକ ହୋଇ ନ ପାରେ, କିନ୍ତୁ ତ୍ୱଚା ପାଇଁ ନିଶ୍ଚୟ ହୋଇପାରେ।

Priyambada Rana
Priyambada Rana
Benefits Of Sugar For Skin

Benefits Of Sugar For Skin

ତ୍ୱଚାକୁ ଆକର୍ଷଣୀୟ ତଥା ଚମକଦାର(Glowing) କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବିଉଟି ପ୍ରଡକ୍ଟ(Beauty Product) ବ୍ୟବହାର କରି ଥାଆନ୍ତି। ଫେସ୍‌ ମାସ୍କ(Face Mask), ଫେସ୍‌ ସ୍କ୍ରବ୍‌ ଏବଂ ଫେସ୍‌ ମସାଜ୍‌ ବି ନେଇ ଥାଆନ୍ତି। କହିବାକୁ ଗଲେ, ସ୍କିନ୍‌କୁ ଦାଗହୀନ ତଥା ଗ୍ଲୋ କରିବା ପାଇଁ କେତେ କ’ଣ କରିବାକୁ ପଡ଼ିଥାଏ ଏବଂ ଏଥିପାଇଁ ପଇସା ମଧ୍ୟ ଖର୍ଚ୍ଚ ହୋଇଥାଏ। ତେବେ ଏତେ ସବୁ ପରେ ବି ସେମିତି ଗ୍ଲୋ ଆସି ନ ଥାଏ, ଯେମିତି ଆପଣ ଆଶା ରଖି ଥାଆନ୍ତି।

ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ। ଖାସ୍‌ କଥା ହେଉଛି ଯେ ଏହି ଜିନିଷ ଆପଣଙ୍କୁ ସହଜରେ ଘରେ ହିଁ ମିଳିଯିବ। ହଁ, ଆମେ ଏଠି କହୁଛୁ ଚିନି ବିଷୟରେ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଡାଇବେଟିସ୍‌ ଯୋଗୁ ଚିନିଠାରୁ ଦୂରେଇ ରୁହନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନି(Sugar) ଲାଭଦାୟକ ହୋଇ ନ ପାରେ, କିନ୍ତୁ ତ୍ୱଚା ପାଇଁ ନିଶ୍ଚୟ ହୋଇପାରେ। ଆସନ୍ତୁ ଜାଣିବା…ଚିନିର କ’ଣ ରହିଛି ଫାଇଦା।

ଗ୍ଲୋଇଙ୍ଗ୍‌ ତ୍ୱଚା ପାଇଁ ଏମିତି କରନ୍ତୁ ବ୍ୟବହାର

ଲେମ୍ବୁ ଓ ଚିନି: ସ୍କିନ୍‌ ଟ୍ୟାନିଂ ଏବଂ ଚିହ୍ନ-ଦାଗ ଦୂର କରିବା ପାଇଁ ଚିନି ଓ ଲେମ୍ବୁର ମିଶ୍ରଣ ଆପଣ ଲଗାଇ ପାରିବେ। ଏଥିପାଇଁ ଆପଣ ଦୁଇ ଚାମଚ ଚିନିରେ ୪ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ଚେହେରାରେ ଲଗାଇ ହାଲୁକା ହାତରେ ମସାଜ୍‌ କରନ୍ତୁ ଏବଂ କିଛି ସମୟ ପରେ ଧୋଇ ନିଅନ୍ତୁ।

ଦହି ଓ ଚିନି: ଦହି ଓ ଚିନିର ମିଶ୍ରଣ ବି ଆକର୍ଷଣୀୟ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଦହିରେ ଚିନି ମିଶାଇ ଚେହେରାରେ ଲଗାନ୍ତୁ ଏବଂ ହାତରେ ହାଲୁକା ଭାବେ ମସାଜ୍‌ କରନ୍ତୁ। ଏହା ତ୍ୱଚାରେ ଚମକ୍‌ ଆଣିବା ସହିତ ସ୍କିନ୍‌କୁ ଏକ୍ସଫୋଲିଏଟ୍‌ ବି କରିଥାଏ।

କଫି ଓ ଚିନି: ଚେହେରାର ବ୍ଲାକ୍‌ହେଡ୍‌ସରୁ ଛୁଟକାରା ପାଇବା ପାଇଁ ଆପଣ କଫି ପାଉଡର ସହିତ ଚିନି ମିଶାଇ ଲଗାଇ ପାରିବେ। ଚିନି ଓ କଫି ସହିତ ଏଥିରେ ନଡ଼ିଆ ତେଲ ବି ମିଶାଇ ପାରିବେ। ଏହି ପେଷ୍ଟ୍‍କୁ ଚେହେରାରେ ଲଗାନ୍ତୁ ଏବଂ ମସାଜ୍‌ କରନ୍ତୁ। ଡେଡ୍‌ ସ୍କିନ୍‌ ବାହାରିଯିବା ସହିତ ସ୍କିନ୍‌ ମଇଶ୍ଚରାଇଜ ମଧ୍ୟ ହେବ।

ବିଟ୍‌ ଓ ଚିନି: ଗ୍ଲୋଇଙ୍ଗ୍‌ ତ୍ୱଚା ସହିତ ଓଠର ମଧ୍ୟ ଯତ୍ନ ବହୁତ ଜରୁରୀ ହୋଇଥାଏ। ଓଠକୁ ଗୋଲାପି କରିବା ପାଇଁ ଆପଣ ବିଟ୍‌ ସହିତ ଚିନି ମିଶାଇ ଲଗାଇ ପାରିବେ।

ଅଲିଭ୍‌ ଅଏଲ୍‌/ବାଦାମ ତେଲ ସହିତ ଚିନି: ତ୍ୱଚାରୁ ମଇଳା ବାହାର କରି ଏହି ମିଶ୍ରଣ ପ୍ରାକୃତିକ ଚମକ ଦେଇଥାଏ। ଏହାକୁ ଆପଣ କହୁଣୀ ଏବଂ ଆଣ୍ଠୁର କଳାପଣ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ।

ଚିନି ଉତ୍ପାଦନରେ ଭାରତର ରେକର୍ଡ, ୫୦୦୦ LMT ଆଖୁ ଉତ୍ପାଦିତ

 

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments