1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମେଥି ଦାନା ଶରୀର ପାଇଁ ଏତେ ଉପକାରୀ, ଆସନ୍ତୁ ଜାଣିବା !!

ମେଥି ଦାନାଗୁଡିକ ବହୁତ ଛୋଟ ହୋଇଥାଏ l ଏହି ଛୋଟ ଛୋଟ ମେଥି ଦାନା ବହୁତ ଉପକାରୀ ଅଟେ l ଆପଣମାନେ ମେଥିର ବ୍ୟବହାର ଡାଲି ଓ ତରକାରୀରେ କରିଥାନ୍ତି l କିନ୍ତୁ ମେଥିର ବ୍ୟବହାର ବହୁତ ଫାଇଦା ଦେଇଥାଏ l ଏଥିରେ ବହୁତ ପ୍ରକାର ଔଷଧୀୟ ଗୁଣ ମିଳିଥାଏ l

Sugyan Kumar Nayak
Sugyan Kumar Nayak
Fenugreek

Fenugreek

ମେଥି ଦାନାଗୁଡିକ ବହୁତ ଛୋଟ ହୋଇଥାଏ l ଏହି ଛୋଟ ଛୋଟ ମେଥି ଦାନା ବହୁତ ଉପକାରୀ ଅଟେ l ଆପଣମାନେ ମେଥିର ବ୍ୟବହାର ଡାଲି ଓ ତରକାରୀରେ କରିଥାନ୍ତି l କିନ୍ତୁ ମେଥିର ବ୍ୟବହାର ବହୁତ ଫାଇଦା ଦେଇଥାଏ l ଏଥିରେ ବହୁତ ପ୍ରକାର ଔଷଧୀୟ ଗୁଣ ମିଳିଥାଏ l ମେଥି ଦାନାରେ ଅନେକ ପୋଷକତତ୍ତ୍ୱ ଭରି ରହିଛି l ଏହି ସମସ୍ତ ପୋଷକତତ୍ତ୍ୱ ଆମର ଶରୀର ପାଇଁ ବହୁତ ଉପାଦେୟ ଅଟନ୍ତି l ମେଥି ଦାନାରେ ପୋଟାସିଅମ,ଲୌହ,ଭିଟାମିନ-ସି,ଫାଇବରର ମାତ୍ର ବହୁ ପରିମାଣରେ ଥାଏ l ଆସନ୍ତୁ ଜାଣିବା ମେଥି ଦାନା ଖାଇବା ଦ୍ଵାରା କଣ କଣ ହୋଇଥାଏ l

ମେଥି ଦାନାକୁ ବ୍ୟବହାର କରିବାର ପ୍ରକିୟା

ଆପଣମାନେ ମେଥିକୁ ଭିଜେଇକି ମଧ୍ୟ ଖାଇ ପାରିବେ l ମେଥିକୁ ଏକ କଟନ କପଡ଼ାରେ ବାନ୍ଧି ପାଣିରେ ଭିଜେଇ ଦିଅନ୍ତୁ  l ଦିନେ ବା ଦୁଇ ଦିନ ପରେ ଏହା ଭିଜିବା ପରେ ସକାଳୁ ଅଳ୍ପ ଅଳ୍ପ ଖାଇପାରିବେ l ମେଥି ଦାନାକୁ ପାଉଡର କରି ମଧ୍ୟ ଏହାକୁ ଆପଣମାନେ ପାଣି ସହିତ ବ୍ୟବହାର କରିପାରିବେ l ମେଥିରେ ଅନେକ ପୋଷଣ ମିଳିଥାଏ ଯାହା ହାର୍ଟ ଆଟାକରୁ ମଧ୍ୟ ରକ୍ଷା କରିଥାଏ l

କେଶ ପାଇଁ ମଧ୍ୟ ଏହା ବହୁତ ଉପକାରୀ ଅଟେ

ମେଥି ପାଣିରେ କେଶ ଧୁଅନ୍ତୁ ଏହା କରିବା ଦ୍ଵାରା କେଶ ଜନିତ ସମସ୍ୟାରୁ ଉପଚାର ମିଳିଥାଏ l ଏହା ଆପଣଙ୍କ କେଶକୁ ଲମ୍ବା କରିବା ସହିତ ମଜବୁତ ମଧ୍ୟ କରିଥାଏ l

ଯଦି ଆପଣଙ୍କର କୋଲେଷ୍ଟରଲ ଲେବଲ ବଢ଼ିଯାଇଥାଏ, ତାହା ହେଲେ ଏହାକୁ ସେବନ କରନ୍ତୁ l ମେଥି ଦାନା ମଧୁମେୟ ରୋଗ ଓ ଓଜନ କମାଇବାରେ ମଧ୍ୟ କାମ ଦେଇଥାଏ l ଏହାକୁ ଖାଲି ପେଟରେ ନିୟମିତ ଖାଇଲେ ଓଜନ କମ ହୋଇଥାଏ l ନିୟମିତ ଭାବରେ ମେଥି ସେବନ କରିବା ଦ୍ୱାରା ଆମର ଗଣ୍ଠି ବ୍ୟଥା ଦୂର ହୋଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ l ମଧୁମେହ ଏବଂ ଶରୀରର ଓଜନ ହ୍ରାସ ନିମନ୍ତେ ମେଥି ବହୁତ ପ୍ରଭାବଶାଳୀ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments