Health & Lifestyle

ମୁହଁର ଚମକ ବଢାଏ ମଲ୍ଲୀ ଫୁଲ

ଫୁଲ ଭିତରେ ଏମିତି କିଛି ଫୁଲ ରହିଛି ଯାହାକି ନିଜ ନିଜ ଉପକାରିତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି l ବିଦେଶ ରେ ମଧ୍ୟ ଏହି ଫୁଲ ଗୁଡିକର ବେଶ ଚାହିଦା ରହିଛି l ବାହାଘର ହେଉ କିମ୍ବା ଜନ୍ମ ଦିନ ପ୍ରତିଟି ସ୍ଥାନରେ ଆବଶ୍ୟକ ହୋଇଥାଏ ଫୁଲ l ସେହିପରି ସାଧାରଣତଃ ମଲ୍ଲୀ ଫୁଲକୁ ସ୍ତ୍ରୀ ବା ଝିଅମାନେ ବିବାହ,ପୂଜା ପର୍ବ କିମ୍ବା କିଛି ଭଲ ଦିନମାନଙ୍କରେ ମୁଣ୍ଡରେ ପିନ୍ଧିଥାଆନ୍ତି ବା ପୂଜା ରେ ଭଗବାନଙ୍କୁ ଅର୍ପଣ କରିଥାନ୍ତି ।

19 November, 2022 7:00 PM IST By: Tanushree Mahapatra

ଫୁଲ ଭିତରେ ଏମିତି କିଛି ଫୁଲ ରହିଛି ଯାହାକି ନିଜ ନିଜ ଉପକାରିତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି l ବିଦେଶ ରେ ମଧ୍ୟ ଏହି ଫୁଲ ଗୁଡିକର ବେଶ ଚାହିଦା ରହିଛି l ବାହାଘର ହେଉ କିମ୍ବା ଜନ୍ମ ଦିନ ପ୍ରତିଟି ସ୍ଥାନରେ ଆବଶ୍ୟକ ହୋଇଥାଏ ଫୁଲ l ସେହିପରି  ସାଧାରଣତଃ ମଲ୍ଲୀ ଫୁଲକୁ ( jasmine flower ) ସ୍ତ୍ରୀ ବା ଝିଅମାନେ ବିବାହ,ପୂଜା ପର୍ବ କିମ୍ବା କିଛି ଭଲ ଦିନମାନଙ୍କରେ ମୁଣ୍ଡରେ ପିନ୍ଧିଥାଆନ୍ତି ବା ପୂଜା ରେ ଭଗବାନଙ୍କୁ ଅର୍ପଣ କରିଥାନ୍ତି ।  ଏହି ମଲ୍ଲୀ ଫୁଲର ହାର ସେମାନଙ୍କ ମୁଣ୍ଡରେ ଅର୍ଥାତ୍ କେଶରେ ବହୁ ଶୋଭା ପାଏ ।

ଏହାର ମନଲୋଭା ବାସ୍ନା ବି ଖୁବ୍ ସୁନ୍ଦର , ତେଣୁ ଏହାର ଅତର , ଧୂପ ଇତ୍ୟାଦି ସାମଗ୍ରୀ ବଜାରରେ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା କେଶ କି ସୁଗନ୍ଧ ପାଇଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ଶୋଭା ବଢ଼ିବାରେ ସାହାଯ୍ୟ କରିଥାଏ ।

ବାସ୍ତବରେ ଏହି କଥାଟି ସତ ଯେ ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି ( glowing skin ) । ଏହା କୁ ତ୍ୱଚା ରେ ବ୍ୟବହାର କରିବା ଦ୍ୱାରା ଅନେକ ଚମତ୍କାରୀ ଉପକାରିତା ମିଳିଥାଏ l ମଲ୍ଲୀ ଫୁଲ ମୋଗରା, ଚମେଲି, ଅରେବିୟନ୍ ଜ୍ୟାସ୍ମିନ୍, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବେଶ ଜଣାଶୁଣା  । ତେବେ ସୁଗନ୍ଧରେ ଭରପୁର ଏହି ମଲ୍ଲୀ ଫୁଲରେ ମଶ୍ଚୁରାଇଜିଙ୍ଗ୍ ଗୁଣ ବି ରହିଛି । ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହା ମୁହଁ ତଥା ସ୍କିନ ଗ୍ଲୋ ପାଇଁ କିପରି ବ୍ୟବହାର ଉପଯୋଗୀ l

ନରମ ସ୍କିନ ତଥା ସ୍ମୁଥ ସ୍କିନ୍ ପାଇଁ ମଲ୍ଲୀ ଫୁଲର ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ ( smooth skin and soft skin ) । ଏହା ଆପଣଙ୍କ ସ୍କିନ୍କୁ  ଡିପ୍ ମଶ୍ଚରାଇଜ୍ କରିବା ସାଙ୍ଗକୁ ନରମ ମଧ୍ୟ କରିବ । ଏଥିସହିତ ଆପଣ ବଜାରରେ ମିଳୁଥିବା ମଲ୍ଲୀ ଫୁଲର ପ୍ରଡକ୍ଟ ବ୍ୟବହାର କରିପାରିବେ । ଏହା ସ୍କିନ ପାଇଁ ଖୁବ ଭଲ l ଏପରିକି ମଲ୍ଲି ଫୁଲ ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ l ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ  । ଏହାକୁ ରୋକିବା ପାଇଁ ଘରେ ହିଁ ପ୍ରସ୍ତୁତ କରନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ । ଏଥିପାଇଁ ଜସ୍ମିନ୍ ଏସେନ୍ସ ଅଏଲ୍ ର  ବ୍ୟବହାର କରିପାରିବେ । ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍ ହୋଇପାରେ ଆପଣଙ୍କ ପାଇଁ , ଯାହାର ବ୍ୟବହାର ଆପଣଙ୍କ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ ।

ମଲ୍ଲି ଫୁଲ ବ୍ରଣ ସମସ୍ୟା ଦୁର କରିବାରେ ସାହାଯ୍ୟ କରେ  l ଏହି ଆକ୍ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ । ସନ୍ ଡ୍ୟାମେଜ୍ ଏବଂ  ସୁର୍ଯ୍ୟ କିରଣ ଦ୍ୱାରା ହେଉଥିବା ସ୍କିନ୍ ଡ୍ୟାମେଜ୍ କୁ  ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ ଏହା ଖୁବ ଉପକାରୀ  । ଏହାଦ୍ୱାରା ଆପଣଙ୍କୁ ଫ୍ରେଶ୍ ଅନୁଭବ ହେବ  । ଆପଣ  ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ସତେଜ ଅନୁଭବ ହେବ । ଦେହ କୁ ସୁଗନ୍ଧିତ କରିବ l

ଫେସ୍ ପ୍ୟାକ୍ ପରି ମଧ୍ୟ ମଲ୍ଲି ଫୁଲ କୁ ବ୍ୟବହାର କରିପାରିବେ l  ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ  । ଏହାକୁ ସିଧା ସ୍କିନ୍ ରେ ଲଗାନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କେଶ ପାଇଁ ବି ବ୍ୟବହାର କରିପାରିବେ ମଲ୍ଲି ଫୁଲ l ସୁନ୍ଦର କେଶ ଓ ଚମକ କେଶ ସବୁ ନାରୀଙ୍କ ପସନ୍ଦ l  କିନ୍ତୁ କେଶର ଡିପ୍ କଣ୍ଡିସ୍ନିଂଙ୍ଗ୍ ପାଇଁ ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ । ଘରୋଇ ଉପଚାର ଭାବେ ଏହି ସବୁ ଉପାୟ ଆପଣ ଘରେ କରିପାରିବେ l

ରଜନୀଗନ୍ଧା ଦେଲା ରୋଜଗାର

ଏହି ସହଜ ଉପାୟରେ ଘରେ ଲଗାନ୍ତୁ ରଜନୀଗନ୍ଧା ଗଛ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)