1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଫି କେତେ ଉପଯୋଗୀ !!

ଶୀତୁଆ ସକାଳରେ ଗୋଟେ କପ୍ କଫି ମନ ଆଉ ଶରୀରରେ କିଛି ଅଲଗା ପ୍ରକାରର ଫୁର୍ତ୍ତି ଆଣିଦିଏ l କର୍ମ କ୍ଲାନ୍ତ ଦିନର ଶେଷରେ ଟିକେ ଆରାମ ପାଇଁ ମନ ଖୋଜୁଥାଏ ଗୋଟେ କପ୍ ଗରମ କଫି l କଫି ପିଇବା କାହା ପାଇଁ ସଉକ ହୋଇଯାଇଛି ତ କାହା ପାଇଁ ଗୋଟେ ଅଭ୍ୟାସ l ଏହାର ଫାଇଦା ଉଠାଇବା ପାଇଁ ବଜାରରେ ପସରା ଖୋଲିଛନ୍ତି ଅନେକ କଫି କମ୍ପାନୀ l କଫିକୁ ନେଇ ଅନେକ କଥା ଆମ ଆଖିରେ ପଡ଼େ l ଆପେ ଆପେ ମନରେ ପ୍ରଶ୍ନ ଉଠେ କଫି ଆମ ପାଇଁ ଉପଯୋଗୀ ନା ନୁହେଁ ? ଆସନ୍ତୁ କଫିର ଉପଯୋଗୀତା ବିଷୟରେ କିଛି ଅଧିକ ଆଲୋଚନା କରିବା l

Sugyan Kumar Nayak

କଫିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକତତ୍ତ୍ୱ ଭରି ରହିଛି l ସେଇଥିପାଇଁ ଗୋଟିଏ କପ୍ କଫି ପିଇବା ପରେ ଆମକୁ ଜୀବନ୍ତ ଜୀବନ୍ତ ଲାଗେ l ଆମର କ୍ଲାନ୍ତି ଦୂର ହୋଇଯାଏ l କଫିରେ ଥିବା କାଫେଇନ ଯୋଗୁଁ ଆମ ଶରୀର ଉପରେ ଏହା ଏପରି ପ୍ରଭାବ ପକାଇଥାଏ l ନିୟମିତ କଫି ପିଇବା ଦ୍ୱାରା ଡାଇବେଟିସ, ହୃଦଘାତ, ପାର୍କିନସନ ଭଳି ରୋଗଗୁଡ଼ିକ ହେବାର ଆଶଙ୍କା ହ୍ରାସ ପାଇଥାଏ l ଯକୃତ କ୍ୟାନସର ଏବଂ କୋଲରେକ୍ଟାଲ କ୍ୟାନସର ଭଳି ରୋଗ ଆଶଙ୍କା କଫି ପିଇବା ଦ୍ୱାରା ହ୍ରାସ ପାଇଥାଏ l

କଫି ପିଉଥିବା ଲୋକମାନଙ୍କ ନିମନ୍ତେ ଆଉ ଗୋଟିଏ ଭଲ କଥା ହେଉଛି, ଶରୀରର ଚର୍ବିକୁ ହ୍ରାସ କରିବାରେ କଫି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରେ l ଶରୀରର କ୍ରିୟାକୁ ଅଧିକ ସକ୍ରିୟ କରିବାରେ କଫି ସାହାଯ୍ୟ କରେ l ଯାହା ଦ୍ୱାରା ଆପେ ଆପେ ଚର୍ବି ହ୍ରାସ ହୋଇଥାଏ l

ଏସବୁ ହେଉଛି କଫିର ସୁଗୁଣ ବା ଉପଯୋଗୀତା l କିନ୍ତୁ ମାତ୍ରାଧିକ ବା ଅନିୟନ୍ତ୍ରିତ ଭାବରେ କଫି ପିଇବା ଦ୍ୱାରା ଏହା ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ l ଆମେ ଅନେକ ରୋଗର ଶିକାର ହୋଇଥାଉ l ଆସନ୍ତୁ ତାହା ଉପରେ ଟିକେ ଦୃଷ୍ଟି ପକାଇବା l

ଅତ୍ୟଧିକ ପରିମାଣର କଫି ସେବନ ଦ୍ୱାରା ଉଦବିଗ୍ନତା, ବ୍ୟଗ୍ରତା ଏବଂ ନିଦ୍ରାହୀନତା ଦେଖାଦେଇ ଥାଏ l ଶରୀରରେ ଏହିପରି ଅନିୟମିତତା ଲାଗି ରହିଲେ ଏହା ଅନେକ ରୋଗର କାରଣ ହୋଇଥାଏ l ନିୟମିତ କଫି ପିଇବା ଦ୍ୱାରା ଆମର ଶରୀର ଏହା ପ୍ରତି ନିର୍ଭରଶୀଳ ହୋଇଯାଏ l ଏକ ପ୍ରକାରର ନିଶାରେ ପରିଣତ ହୋଇଯାଏ, ଠିକ ସମୟରେ କଫି ନ ପିଇବା ଦ୍ୱାରା ମୁଣ୍ଡବ୍ୟଥା, କ୍ଲାନ୍ତି, ବିଷାଦ ଇତ୍ୟାଦି ଦେଖାଦିଏ l ଅନ୍ୟ ଅର୍ଥରେ କହିବାକୁ ଗଲେ କଫିରେ ଥିବା କାଫେଇନ ହିଁ ଶରୀରରେ ଡ୍ରଗ୍ସ ପରି କାମ କରିବା ଆରମ୍ଭ କରିଦିଏ l  ଏହି ସବୁ କାରଣରୁ ଛୋଟ ପିଲା ଏବଂ କିଶୋରମାନଙ୍କୁ କଫି ପିଇବାକୁ ବାରଣ କରାଯାଏ l

ତେଣୁ ଆମେ ଜାଣିରଖିବା ଉଚିତ ଯେ, ସ୍ୱଳ୍ପ ପରିମାଣର କଫି ପିଇବା ଶରୀର ପାଇଁ ଉପଯୋଗୀ ହୋଇଥିବା ବେଳେ କଫିର ମାତ୍ରାଧିକ ବା ଅନିୟନ୍ତ୍ରିତ ସେବନ ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments