1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ୍‍ ରୋଗୀଙ୍କ ପାଇଁ ବରଦାନ କଞ୍ଚାଲଙ୍କା

ଭାରତରେ ରନ୍ଧନଶାଳରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କଞ୍ଚା ଲଙ୍କା l କଞ୍ଚା ଲଙ୍କା ଆମ ଖାଦ୍ୟରେ ଆଣିଦେଇଥାଏ ଏକ ଭିନ୍ନ ସ୍ୱାଦ । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଭୟ ମଧ୍ୟ କରିଥା’ନ୍ତି । କିନ୍ତୁ ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା

Sugyan Kumar Nayak
Sugyan Kumar Nayak
Green Chilli

Green Chilli

ଭାରତରେ ରନ୍ଧନଶାଳରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କଞ୍ଚା ଲଙ୍କା l କଞ୍ଚା ଲଙ୍କା ଆମ ଖାଦ୍ୟରେ ଆଣିଦେଇଥାଏ ଏକ ଭିନ୍ନ ସ୍ୱାଦ । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଭୟ ମଧ୍ୟ କରିଥା’ନ୍ତି । କିନ୍ତୁ ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ୍‍ ଉପଯୋଗୀ ହୋ‍ଇଥାଏ। କଞ୍ଚା ଲଙ୍କା ସାଧାରଣତଃ ସାଲାଡ୍ କିମ୍ବା ଅନ୍ୟ ଖାଦ୍ୟରେ ମିଶାଇ ବ୍ୟବହାର କରାଯାଇପାରିବ । କଞ୍ଚା ଲଙ୍କା ହେଉଛି ଏପରି ଏକ ସାମଗ୍ରୀ ଯାହା ଅନେକ ପ୍ରକାରର ଭାରତୀୟ ଖାଦ୍ୟରେ ବ୍ୟବହୃତ ହୋ‍ଇପାରେ । ଏହାକୁ କଞ୍ଚା ଖାଇହୁଏ, ଏହା ସହିତ ଭଜା, ତରକାରୀରେ ମଧ୍ୟ ବ୍ୟବହାର କରିହୁଏ। ଏହାକୁ ଏକ ଶକ୍ତିଶାଳୀ ଉପାଦାନ ଭାବରେ ମଧ୍ୟ ଯୋଗ କରାଯାଇଥାଏ । ଏହା ବ୍ୟତୀତ ସ୍ୱାଦକୁ ବଢାଇବା ପାଇଁ ବ୍ୟବହୃତ ହୁଏ । କଞ୍ଚାଲଙ୍କାରେ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଉପକାର ଭରି ରହିଥାଏ, ଯାହା କେବଳ ମସଲାର ସ୍ୱାଦ ଦେଇନଥାଏ ବରଂ ମାନବକୁ ଅନେକ କିଛି ରୋଗରୁ ମୁକ୍ତି ଦେଇଥାଏ । ଅନ୍ୟ ଏକ କୌତୁହଳର ବିଷୟ ହେଉଛି କଞ୍ଚାଲଙ୍କାରେ ରହିଥିବା କ୍ୟାପସାଇସିନ୍ ମସ୍ତିଷ୍କରେ ଥିବା ହାଇପୋଥାଲାମସ୍ କୁଲିଙ୍ଗ୍ ସେଣ୍ଟରକୁ ଉତ୍ତେଜିତ କରି ଶରୀରର ତାପମାତ୍ରାକୁ କମ୍ କରିଥିବାର ଦେଖାଯାଇଛି l ଏଥିରୁ ଜାଣିହୁଏ ଯେ, ଭାରତ ପରି ଅତ୍ୟଧିକ ଗରମ ସ୍ଥାନରେ ମଧ୍ୟ କଞ୍ଚା ଲଙ୍କା ଖିଆଯାଇଥାଏ ।

କଞ୍ଚାଲଙ୍କାରେ ଭିଟାମିନ୍ 'ଏ' ରହିଥାଏ । ଶରୀରକୁ ଭିଟାମିନ 'ଏ' ଯୋଗାଇବା ପାଇଁ ସବୁଜ ଲଙ୍କା ଖାଇବା ନିହାତି ଆବଶ୍ୟକ । ଭିଟାମିନ 'ଏ' ଆମ ଶରୀରର ବିକାଶ ତଥା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ ସହାୟକ ହୋଇଥାଏ । ଆମ ଶରୀରରେ ଭିଟାମିନ୍‍ 'ଏ' ହ୍ରାସ ପାଇଲେ ଚକ୍ଷୁ ରୋଗ ଦେଖାଯାଇଥାଏ । ଆଉ ଏଥିରୁ ରକ୍ଷା ପାଇବା ପାଇଁ କଞ୍ଚାଲଙ୍କା ଖାଇବା ଅତ୍ୟନ୍ତ ଆବଶ୍ୟକ ହୋ‍ଇଥାଏ ।

ମେଟାବୋଲିଜିମ୍ କଞ୍ଚା ଲଙ୍କାରେ ଭରପୁର ମାତ୍ରାରେ ରହିଥାଏ ଯାହା ଦ୍ୱାରା ଚର୍ବି ,କ୍ୟାଲୋରୀ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଖାଦ୍ୟ ଖାଇବାର ତିନି ଘଣ୍ଟା ପର୍ଯ୍ୟନ୍ତ ମେଟାବୋଲିଜିମ୍ ଏହାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ ।  କଞ୍ଚାଲଙ୍କା ଶରୀରରେ ଚିନି ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ । ନିୟମିତ କଞ୍ଚା ଲଙ୍କା ଖାଇଲେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଏହା ଶରୀରରେ ଶର୍କରା ସ୍ତରକୁ ମଧ୍ୟ ଆୟତ୍ତ କରିବାରେ ସାହାଯ୍ୟ କରିଥାଏ।  

ମଧୁମେହ ତଥା ମୋଟାପଣ ଯୋଗୁଁ ସମସ୍ୟା ଭୋଗୁଥିବା ଲୋକମାନଙ୍କ ପାଇଁ କଞ୍ଚାଲଙ୍କା ଏକ ମହୌଷଧୀ ପରି କାମ କରିଥାଏ । ଆମ ଶରୀରରେ ଭିଟାମିନ ସି ର ଆବଶ୍ୟକତା ରହିଛି । ଭିଟାମିନ ସି କାରଣରୁ ଶରୀରରେ ଯେ କୌଣସି ସ୍ଥାନରେ କ୍ଷତ ହେଲେ ଶୀଘ୍ର ଶୁଖିଯାଏ ଓ ଏହା ଆମ ଶରୀରର ହାଡ଼ ମଜବୁତ କରିଥାଏ । ଭିଟାମିନ ସି ଅନେକ ପ୍ରକାରର ରୋଗର ମୁକାବିଲା କରିବା ପାଇଁ ଆମ ଶରୀରକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇଥାଏ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments