Health & Lifestyle

ଧଳା ବାଳକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ....

ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ। କମ୍‌ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ସହ କେମିକାଲରେ ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି ବ୍ୟବହାର ଏହାର ମୁଖ୍ୟ କାରଣ। ତେବେ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର ହୋଇପାରିବେ।

06 January, 2023 5:01 PM IST By: Priyambada Rana

ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟା(Hair Problem)କୁ ନେଇ ଚିନ୍ତିତ। କମ୍‌ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ସହ କେମିକାଲରେ ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି ବ୍ୟବହାର ଏହାର ମୁଖ୍ୟ କାରଣ। ତେବେ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର ହୋଇପାରିବ।

ସୋରିଷ ତେଲ(Mustard Oil) ଆମ କେଶ ପାଇଁ ଖୁବ ଉପକାରୀ ଅଟେ । ଏହା ଆମ କେଶକୁ ସୁଦୃଢ଼ କରିବା ସହ କେଶ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ମଧ୍ୟ ଦୃଢ଼ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ।

-ପ୍ରଥମେ ଗ୍ୟାସ୍‌ରେ ଏକ ଲୁହା କଡେଇ ବସାଇବେ। ତାପରେ ସେଥିରେ ସୋରିଷ ତେଲ ପକାଇବେ। ଏହାପରେ ଏହି ସୋରିଷ ତେଲରେ ମେହେନ୍ଦୀ ଗୁଣ୍ଡ, ମେଥି ଗୁଣ୍ଡ, ଅଁଳା ପାଉଡର ପକାଇ ଭଲଭାବେ ମିକ୍ସ କରିବେ। ଏହାପରେ କମ୍ ଆଂଚରେ ଏହି ମିଶ୍ରଣକୁ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ। ଏହାପରେ ଦେଖିବେ ଏହାର ରଙ୍ଗ ପରିବର୍ତ୍ତନ ହୋଇ କଳା ରଙ୍ଗରେ ବଦଳିଯିବ । ତାପରେ ଗ୍ୟାସ୍ ବନ୍ଦ କରି ୧୨ ଘଣ୍ଟା ଯାଏଁ ଏହାକୁ ଘୋଡାଇ ରଖିବେ। ୧୨ ଘଂଟା ପରେ ଏହାକୁ କାଢି ଏକ ଛଣା ସାହାଯ୍ୟ ଛାଣି ତେଲ ବାହାର କରିବେ। ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ମିନିଟ ଯାଏଁ ମସାଜ୍ କରିବେ। ଏହାପରେ ୨ ରୁ ୩ ଘଂଟା କେଶରେ ଏହାକୁ ଛାଡିବା ପରେ , କେଶକୁ ଶାମ୍ପୁ କରି ଧୋଇବେ । ୧ ରୁ ୨ ମାସ ଏହାର ବ୍ୟବହାର କରିବା ପରେ , ଫଳାଫଳ ନିଜେ ଅନୁଭବ କରି ପାରିବେ। 

ଧଳା କେଶକୁ କଳା କରିବା ପାଇଁ ଆପଣ ଦେଶୀ ଘିଅ(Ghee)କୁ ମଧ୍ୟ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର..

– ଘିଅରେ ଅଳ୍ପ ବାଦାମ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ୧୫ ମିନିଟ ରଖିବା ପରେ ଗୋଲାପ ଜଳ ବ୍ୟବହାର କରି ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶ କଳା, ନରମ ହୋଇଥାଏ ।

– ପ୍ରଥମେ ଘିଅକୁ ୧୦ ମିନିଟ କେଶ ମୂଳରେ ମାଲିସ କରନ୍ତୁ । ଏହାପରେ ଲେମ୍ବୁ ରସ ଲଗାଇ କିଛି ସମୟ ରଖନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ ଲଗାତାର କରିବା ଦ୍ୱାରା କେଶର ଧଳା ରଙ୍ଗ କଳା ହୋଇଥାଏ । ଏହାସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ହୋଇଥାଏ ।

– ଲଗାତାର ୧୫ ଦିନ କେଶ ମୂଳରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଦୁଇ ମୁହଁ ବିଶିଷ୍ଟ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

– କେଶରେ ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ । କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ ।

ନାଚୁରାଲ ଉପାୟରେ କରନ୍ତୁ ହେୟାର କେୟାର

ଥଣ୍ଡାଠୁ ଆରମ୍ଭ କରି ଅଣ୍ଟା ବିନ୍ଧା ପର୍ଯ୍ୟନ୍ତ ସବୁ ସମସ୍ୟା ଦୂର କରିଦେବ ପସାରୁଣୀ ପତ୍ର....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)