1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ନାଚୁରାଲ ଉପାୟରେ କରନ୍ତୁ ହେୟାର କେୟାର

ଆଜି ଭଳି ଦିନରେ କେଶ କୁ କାହାର ବା ଲୋଭ ନାହିଁ । ଖାସ କରି ମହିଳା ମାନେ ନିଜ କେଶ ପ୍ରତି ଖୁବ ସଚେତନ ଥାନ୍ତି । ଆଜି ଭଳି ଦିନ ମାନଙ୍କରେ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଯାଉଛି l ଏମିତିରେ ସେମାନେ ନିଜ କେଶର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ବାଛିଥାନ୍ତି ।

Tanushree Mahapatra
Tanushree Mahapatra
Natural hair colour in home

Natural hair colour in home

ଆଜି ଭଳି ଦିନରେ କେଶ କୁ କାହାର ବା ଲୋଭ ନାହିଁ । ଖାସ କରି ମହିଳା ମାନେ ନିଜ କେଶ ପ୍ରତି ଖୁବ ସଚେତନ ଥାନ୍ତି । ଆଜି ଭଳି ଦିନ ମାନଙ୍କରେ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଯାଉଛି l  ଏମିତିରେ ସେମାନେ ନିଜ କେଶର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ବାଛିଥାନ୍ତି । ତେବେ ଅତ୍ୟଧିକ  କେମିକାଲ ବ୍ୟବହାର କଲେ ଏହାର ଖରାପ ପ୍ରଭାବ ପକାଇଥାଏ କେଶ ଉପରେ ।

ତେଣୁ ଆମେ ଆଜି ଆପଣଙ୍କୁ ଏକ ନାଚୁରାଲ ହେୟାର କେୟାର ରିମେଡ଼ି ଜଣାଇବୁ । ଯାହାକୁ ଆପଣାଇ ଆପଣ ନିଜ କେଶକୁ ମଜବୁତ କରିବା ସହିତ ଏହାକୁ କଲର ମଧ୍ୟ କରିପାରିବେ । ଏହା ଦ୍ୱାରା କେଶର ଚମକ ଆସିବା ସହିତ କେଶ ଝଡ଼ିବା ଭଳି ସମସ୍ୟ ଦୂର ହେବ l

କେଶକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରି ହଇରାଣ ହରକତ ମଧ୍ୟ ହୋଇଥାନ୍ତି  । ଯାହା କେଶ ପାଇଁ ହାନୀକାରକ ହୋଇଥାଏ । ଯଦିଓ କେଶ କଲର୍‌ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର କେଶକୁ ଅଲଗା ପ୍ରକାର ଲାଲ୍‌ କରିଥାଏ । ଯାହା ବେଳେ ବେଳେ ମହିଳା ତଥା ପୁରୁଷ ଙ୍କୁ ଭଲ ଲାଗିନଥାଏ l ପ୍ରାକୃତିକ ଉପାୟରେ କେଶକୁ କଲର କରିବାର ବହୁତ ସୁନ୍ଦର ଉପାୟ ରହିଛି । ଆପଣ ଲାଲ୍‌ ମନ୍ଦାର ଫୁଲକୁ ବ୍ୟବହାର କରି ନେଚୁରାଲ୍‌ ଭାବେ କେଶକୁ ରଙ୍ଗୀନ କରିପାରିବେ । ଏହାଦ୍ୱାରା ଆପଣଙ୍କ କେଶ ନେଚୁରାଲ୍‌ କଲର୍‌ ପାଇବା ସହ କେଶ ସୁନ୍ଦର, ମୁଲାୟମ୍‌ ଓ ସାଇନିଂ କରିବ । ଆସନ୍ତୁ ଜାଣିବା ମନ୍ଦର ଫୁଲ ବ୍ୟବହାର କରି କିପରି କରିବେ କେଶକୁ ରଙ୍ଗୀନ ।

ଆୟୁର୍ବେଦ ଚିକିତ୍ସକଙ୍କ କହିବା ଅନୁଯାୟୀ, ମନ୍ଦାର ଫୁଲର ଚା ପିଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ । ଏହାଦ୍ବାରା ଚର୍ମ କୁଞ୍ଚନ ହୋଇ ନଥାଏ । ଏହା ମୁହଁରେ ଚମକ ଆଣିଥାଏ । ଶରୀରରେ କୌଣସି ଜାଗା​‌ରେ ଘା ହୋଇଥିଲେ ଏହା ଲାଭଦାୟକ ହୋଇଥାଏ । ମନ୍ଦାର ଫୁଲ ରେ ଭାରି ରହିଛି ଅନେକ ଔଷଧୀୟ ଗୁଣ  l ମନ୍ଦାର ଫୁଲର ଔଷଧୀୟ ଗୁଣ ରହିଥିବାରୁ ତାହା ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ମନ୍ଦାର ଫୁଲରେ ଆଣ୍ଟି-ଅକ୍ସିଡାଣ୍ଟ, ଖଣିଜ ଗୁଣ ଓ ଲୌହ ଅଂଶ ରହିଛି। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ରହିଛି ।

ସାମଗ୍ରୀ :

କିଛି ଲାଲ୍‌ ମନ୍ଦାର ଫୁଲର ପାଖୁଡ଼ା- ୧ରୁ ୨ କପ୍‌

ପାଣି ଆବଶ୍ୟକ ଅନୁଯାୟୀ ବ୍ୟବହାର କରନ୍ତୁ

ଏକ ସ୍ପ୍ରେ ବୋତଲ୍‌ ଯାହା ଦ୍ୱାରା ଆପଣ କେଶ ରେ ତିଆରି କରିଥିବା ସାମଗ୍ରୀ ବ୍ୟବହାର କରିପାରିବେ

ନେଚୁରାଲ୍‌ ହେୟାର କଲର ତିଆରି ବିଧି :

୧. ପ୍ରଥମେ ପାଣିକୁ ଏକ ପ୍ୟାନ୍‌ରେ ଗରମ କରନ୍ତୁ

୨. ପାଣି ଫୁଟିବା ପରେ ଏହାକୁ ତଳକୁ ଆଣି ମନ୍ଦାର ଫୁଲ୍‌ର ପାଖୁଡା ଏଥିରେ ପକାନ୍ତୁ

୩. ପାଣିରେ କଲର ସବୁ ବାହାରିବା ପର୍ଯ୍ୟନ୍ତ ଏହାକୁ ପାଣିରେ ପକାଇ ରଖନ୍ତୁ

୪. ପାଣି ପୁରା ଲାଲ୍‌ ହୋଇଗଲେ ଏହାକୁ ଛାଣି ସ୍ପ୍ରେ ବୋତଲରେ ଭରନ୍ତୁ

ବ୍ୟବହାର ବିଧି :

– ପ୍ରଥମେ କେଶକୁ ସାମ୍ପୋ ଓ କଣ୍ଡିସନର କରି ଭଲଭାବେ ଶୁଖାଇ ଦିଅନ୍ତୁ କେଶକୁ ।

– ପରେ ଶୁଖିଲା କେଶରେ ସ୍ପ୍ରେ ସାହାଯ୍ୟରେ ପ୍ରସ୍ତୁତ କରିଥିବା କଲର୍‌ କୁ ଲଗାନ୍ତୁ ।

– ଆପଣ ଚାହିଁଲେ ଏହାକୁ ପୁରା କେଶରେ କିମ୍ବା ଅଳ୍ପ କେଶରେ ଲଗାଇ ପାରିବେ ।

– ଏହାକୁ ଲଗାଇବା ପରେ ୧ ଘଣ୍ଟା ପାଇଁ କେଶରେ ଛାଡି ଦିଅନ୍ତୁ ଭଲ ଭାବେ ଶୁଖିବା ପାଇଁ ।

– ପରେ ଏହାକୁ ନର୍ମାଲ ପାଣିରେ ଧୋଇ କରି ନେଚୁରାଲ ଉପାୟରେ ଶୁଖାନ୍ତୁ  ।

– କେଶକୁ ଖରାରେ ଶୁଖାଇବା ଦ୍ୱାରା ଏହାର ରଙ୍ଗ ଆହୁରି ଭଲ ଆସିବ । କିଛି ଦିନ ପାଇଁ କେଶକୁ ଧୁଅନ୍ତୁ ନାହିଁ । ଏହି ରଙ୍ଗ କେଶରେ ୨/୩ ମାସ ଯାଏ ରହିବ ।

ମନ୍ଦାର ଫୁଲରେ ରେ ଅନେକ ଲାଭକାରୀ ଗୁଣ ଭରପୁର ରହିଛି l ଏହାକୁ ବ୍ୟବହାର କରିବା ବିଶେଷତଃ ସମସ୍ତଙ୍କୁ ଭଲ ଭାବେ ଜଣା l ଉଚ୍ଚ ରକ୍ତଚାପ ଏଥିରେ ନିୟନ୍ତ୍ରଣ ମଧ୍ୟରେ ରହେ । ଏହି ରୋଗୀମାନେ ମନ୍ଦାର ପତ୍ରରେ ତିଆରି ଚା’ର ସେବନ କରିବା ଉଚିତ । କିଡ୍‌ନୀ କିମ୍ବା ପିତ୍ତସ୍ଥଳୀର ଷ୍ଟୋନ୍ ବାହାର କରିବା ପାଇଁ ମନ୍ଦାର ଫୁଲ ଲାଭପ୍ରଦ ହୋଇଥାଏ । ଏହାର ସେବନ କରିବା ଦ୍ୱାରା ଷ୍ଟୋନ୍ ଖଣ୍ଡ ଖଣ୍ଡ ହୋଇ ବାହାରିଆସେ । ମନ୍ଦାର ଫୁଲର ସେବନ କଲେ ଭୋକ କମ୍ ଲାଗେ । ମନ୍ଦାର ଗଛର ପତ୍ରକୁ ପାଣିରେ ଫୁଟାଇ ଏହାକୁ ଚା’ ଭାବରେ ସେବନ କରିପାରିବେ । ଏଥିରୁ ଶକ୍ତି ମିଳେ ଓ ଭୋକ ହୁଏ ନାହିଁ । ଏଥିପାଇଁ ଫ୍ୟାଟ୍ କମ୍ ହୁଏ ଓ ଓଜନ ହ୍ରାସ ପାଏ । ପାଚନ ପ୍ରକ୍ରିୟାକୁ ସକ୍ରିୟ ରଖିବା ପାଇଁ ମନ୍ଦାର ଫୁଲର ବ୍ୟବହାର କରିପାରିବେ ।

Skin Care Tips:ପ୍ରତିଦିନ ମୁହଁରେ ଲଗାନ୍ତୁ ଦହି, ପିମ୍ପଲ୍ ଓ ଟ୍ୟାନିଂ ଭଳି ସମସ୍ୟା ହେବ ଦୂର

ଆଉ ପିତା ଲାଗିବନି କଲରା..ଜାଣନ୍ତୁ କାରଣ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments