1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Skin Care Tips:ପ୍ରତିଦିନ ମୁହଁରେ ଲଗାନ୍ତୁ ଦହି, ପିମ୍ପଲ୍ ଓ ଟ୍ୟାନିଂ ଭଳି ସମସ୍ୟା ହେବ ଦୂର

ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଡାକ୍ତରମାନେ ମଧ୍ୟ ଖାଦ୍ୟରେ ଦହି ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ସ୍ୱାସ୍ଥ୍ୟ ସହିତ ଦହି ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ବ୍ରଣ, କଳାଦାଗ, ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦହି ଏକ ଲାଭ ବୋଲି ବିବେଚନା କରାଯାଏ । ତେବେ ଚାଲନ୍ତୁ ଜାଣିବା ଦହି ମୁହଁରେ କିପରି ଲଗାଇବେ

Sudesna Nayak
Sudesna Nayak
skin care tips dahi or curd very helpful for acne pimples pigmentation

skin care tips dahi or curd very helpful for acne pimples pigmentation

ଆଜିକାଲି ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଲା ବ୍ରଣ (pimples) । ଏହି ବ୍ରଣ (pimples) ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ବହୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ କୌଣସି ଲାଭ ମିଳେ ନାହିଁ ଓ ଶେଷରେ ସେ ନିରାଶ ହୁଅନ୍ତି । କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବନି । କାରଣ ଆମ ପାଖରେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହା ଦ୍ୱାରା ମାତ୍ର ଗୋଟିଏ ରାତିରେ ଆପଣଙ୍କ ବ୍ରଣ (pimples) ସମସ୍ୟା ଦୂର ହୋଇଯିବ ।

ଦହି (Curd) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଡାକ୍ତରମାନେ ମଧ୍ୟ ଖାଦ୍ୟରେ ଦହି (Curd)ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ସ୍ୱାସ୍ଥ୍ୟ ସହିତ ଦହି (Curd) ଚର୍ମ (skin) ପାଇଁ ମଧ୍ୟ ବହୁତ ଲାଭଦାୟକ । ବ୍ରଣ (pimples), କଳାଦାଗ, ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦହି (skin) ଏକ ଲାଭ ବୋଲି ବିବେଚନା କରାଯାଏ । ତେବେ ଚାଲନ୍ତୁ ଜାଣିବା ଦହି ମୁହଁରେ କିପରି ଲଗାଇବେ...

ପ୍ରସ୍ତୁତି ପ୍ରଣାଳୀ,ଚାଲନ୍ତୁ ଜାଣିବା...

ଦୁଇ ଚାମଚ ଦହି (Curd) ଏବଂ ଦୁଇ ଚାମଚ ମହୁ (HONEY)ମିଶାଇ ଏହାକୁ ମୁହଁରେ ଲଗାଇଲେ କୁଞ୍ଚନ ଏବଂ ବ୍ରଣ (pimples) ସମସ୍ୟା କମିଯାଏ । ଶୀତଦିନେ, ଚର୍ମ ବହୁତ ଶୁଷ୍କ ହୋଇଯାଏ, ଯେତେବେଳେ କି କେତେକ ଲୋକଙ୍କର ଶୁଷ୍କ ଚର୍ମ ହୋଇଥାଏ । ଏପରି ପରିସ୍ଥିତିରେ, ମୁହଁରେ ଆର୍ଦ୍ରତା ଆଣିବା ପାଇଁ, ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଦହି (Curd) ମିଶାନ୍ତୁ ଏବଂ ଏହାକୁ ପେଷ୍ଟ ଭାବରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ । ତା’ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଚେହେରାର ଆର୍ଦ୍ରତା ବଜାୟ ରଖିବ ଏବଂ ଚର୍ମରେ ଗ୍ଲୋ (GLOW) ଆଣିବ ।

ବେଳେବେଳେ ଚଷମା ବ୍ୟବହାର କରିବା ଦ୍ୱାରା ଆଖି ଉପରେ କିଛି ପ୍ରଭାବ ପଡିନଥାଏ କିନ୍ତୁ ମୁହଁରେ କଳା ଦାଗ ହୋଇଯାଏ । ଯାହା ଫଳରେ ଆପଣ ଚଷମା ବାହାର କରିବା ପରେ ନାକ ଉପରେ ହୋଇଥିବା କଳା ଦାଗ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ସେହିପରି କହୁଣିର କଳା ଦାଗ ମଧ୍ୟ ଶରୀରର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଏ। ଶୀତ ଦିନେ ଏହା ଅଧିକ ରୁକ୍ଷ ଓ କଳା ଦେଖାଯାଏ । ସେଥିପାଇଁ କହୁଣିର ମଧ୍ୟ ଉଚିତ୍ ଯତ୍ନ ନେବା ଦରକାର। ଘରୋଇ ଉପାୟରେ ମଧ୍ୟ ସହଜରେ କହୁଣିର କଳାଦାଗକୁ ଦୂର କରାଯାଇପାରିବ ।

ଚାଉଳ ଚୂନା, ହଳଦୀ ଓ ଦହି (Curd) ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାକୁ କହୁଣିରେ କିଛି ସମୟ ପାଇଁ ସ୍କ୍ରବ୍ କରନ୍ତୁ । ସପ୍ତାହକୁ ଦୁଇ ଥର ଏହାକୁ ବ୍ୟବହାର କରିବା ଦ୍ବାରା କହୁଣି କଳାପଣ (black spot) ଭଲ ହୋଇଯାଏ ।

ଦହି (Curd)ରେ ଥିବା ଲାକ୍ଟିକ୍ ଏସିଡ୍ ଚେହେରାକୁ କୋମଳ ଏବଂ ନରମ କରିବାରେ ସାହାଯ୍ୟ କରେ । ମୁହଁରେ ଦହି (Curd) ଲଗାଇବା ଦ୍ୱାରା ପିମ୍ପଲ୍ (pimples) ଏବଂ ଡାର୍କ ସର୍କଲ (black spot)ର ସମସ୍ୟା ମଧ୍ୟ ବହୁ ପରିମାଣରେ କମିଯାଏ । ଏହା ପିମ୍ପଲ୍ (pimples) ଅପସାରଣ କରିଥାଏ ଏବଂ ଚେହେରାରେ ଚମକ ଆଣିଥାଏ । ଚର୍ମ (skin)କୁ ମଶ୍ଚରାଇଜ୍ କରିବା ପାଇଁ ଦହି ଏକ ବହୁତ ଭଲ ବିକଳ୍ପ ଭାବରେ ବିବେଚନା କରାଯାଏ ।

କଳା ଦାଗ କୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ ........

ଗୋଟିଏ ପତ୍ର,ଦୂର କରେ ୧୦୦ ପ୍ରକାର ରୋଗ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments