ସାଧାରଣତଃ ବରକୋଳି (Jujube)ସମସ୍ତଙ୍କ ବାଡ଼ି ବଗିଚାରେ ମିଳିଥାଏ । ପ୍ରତ୍ୟେକ ଶୁଭ କାମରେ ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଖୋଜାଯାଏ। ବରକୋଳିପତ୍ରର ଅନେକ ଔଷଧୀୟ ଗୁଣ ରହିଛି । ତେବେ ବରକୋଳି ପତ୍ର (jujube leaf) ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ । ଏହାର ପତ୍ର ଆମର ଶରୀରକୁ ନିରୋଗ କରିବାରେ ସାହାଯ୍ୟ କରିଥାଏ । ଏଥିରେ ବହୁ କମ କ୍ୟାଲୋରୀ ମିଳିଥାଏ । ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା ଏହି ବରକୋଳି ପତ୍ର (jujube leaf) ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ ।
-ଯେଉଁମାନଙ୍କର ଗଳା ବସିଯାଏ, ସ୍ବରଭଙ୍ଗ ହୁଏ ବରକୋଳି ପତ୍ର (jujube leaf)କୁ ଗୁଆ ଘିଅରେ ଭାଜି ସୈନ୍ଧବ ଲବଣ ମିଶାଇ ଖାଇଲେ ଉପକାର ମିଳେ ।
ସୂଚନା ଅନୁଯାୟୀ, ତେବେ ବରକୋଳି ପତ୍ର (jujube leaf)ର ସେବନ କରିବା ଦ୍ୱାରା ଏହା ଆପଣ ମାନଙ୍କର ମୋଟାପଣକୁ କମ୍ କରେ । ଆଉ ବରକୋଳି ପତ୍ର (jujube leaf)ର ସେବନ କରିବା ଦ୍ୱାରା ଆପଣ ମାନଙ୍କ ପରିସ୍ରାର ଜଳାପୋଡା କମ କରେ ।
-ଲାଳରକ୍ତ ଝାଡା ହେଉଥିଲେ ବରଗଛ (jujube)ର ଛେଲିକୁ ଶୁଖାଇ ଗୁଣ୍ଡ କରି ଛେଳି କ୍ଷୀରରେ ଖାଇଲେ ରକ୍ତ ପଡିବା ବନ୍ଦ ହୁଏ । ବରକୋଳି ପତ୍ର ସିଝାଇ କୁଳି କଲେ ପାଟି ଘା’ ଭଲ ହୁଏ ।
-ବରକୋଳି ପତ୍ର (jujube leaf)ରେ ବହୁତ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ । ଯାହାକୁ ବ୍ୟବହାର କରି ଆପଣ ମାନେ ନିଜର ଘା' କୁ ଠିକ୍ କରି ପାରିବେ । ହାତପାଦ ଜଳାପୋଡା ହେଉଥିଲେ ପତ୍ରକୁ ବାଟି ହାତପାଦରେ ବୋଳିଲେ ଏହା ଦୂରହୁଏ ।
-ସ୍ତନ ଏବଂ ତଳିପେଟର ଢିଲାପଣ ଦୂର କରିବା ପାଇଁ ବରକୋଳି ପତ୍ର (jujube leaf) ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରଲେପ ଦିଆଯାଏ । ପତ୍ରରସ ସହିତ ମିଶ୍ରି ମିଶାଇ ଖାଇଲେ ଦୁର୍ବଳତା ଦୂର ହୁଏ । ଏଇ ଗଛଟି ଭାରି ଉପକାରୀ ।
- ଆମ ଆଖି ପାଖରେ ଘା' ହୋଇଥିଲେ ବରକୋଳି ପତ୍ର (jujube leaf) ସେବନ କରିବା ଦ୍ଵାରା ଆପଣଙ୍କର ସେହି ଘା' ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣମାନଙ୍କ ଦାନ୍ତ ବିନ୍ଧା ସମସ୍ୟା ରହିଛି ତେବେ ଦାନ୍ତ ବିନ୍ଧା ସମସ୍ୟା ଦୂର ହେବ ।
-ଆପଣଙ୍କର ଭାତୁଡ଼ି ହୋଇଥିଲେ ବରକୋଳି ପତ୍ର (jujube leaf) ବ୍ୟବହାର କରନ୍ତୁ ଏହାର ପତ୍ରକୁ ବାଟି ପେଷ୍ଟ ବନାନ୍ତୁ ଓ ସେହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ ଓ ଏଥିରେ ଭାତୁଡ଼ି ଭଲ ହୋଇଯାଏ ।
ପ୍ରକାଶ ଥାଉ ଯେ,ଦାନ୍ତର ସମସ୍ୟା ,ମାଢ଼ୀର ସମସ୍ୟା ଓ ମୁହଁର ଗନ୍ଧ ସମସ୍ୟା ଏମିତି ହେଉଥିଲେ ବରକୋଳି ପତ୍ର (jujube leaf)କୁ ନେଇ କାଡା ବନାଇ ଦୁଇ ତିନିଥର କୁଳି କଲେ ମୁହଁର ସବୁ ସମସ୍ୟା ଦୂର ହୋଇଥାଏ ।
ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି
ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ
Share your comments