Health & Lifestyle

ଚନ୍ଦାପଣରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଲଗାନ୍ତୁ ଏହି ଫୁଲ

ଯଦି କୌଣସି ବ୍ୟକ୍ତିଙ୍କୁ କମ୍ ସମୟରେ ଚନ୍ଦାପଣର ସମସ୍ଯା ହୋଇଥାଏ,ତେବେ ଗଙ୍ଗଶିଉଳୀର ମଞ୍ଜିକୁ ପାଣି ସହ ପେଶି ଏହାର ପେଷ୍ଟକୁ ଚନ୍ଦାପଣ ହୋଇଥିବା ସ୍ଥାନରେ ଲଗାଇଲେ, କେଶ ସମସ୍ଯାରୁ ମୁକ୍ତି ମିଳିଥାଏ ।

10 December, 2022 5:24 PM IST By: Sudesna Nayak

ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି । କମ ବୟସରୁ କେଶ ଝଡ଼ିବା (Hair loss Symptoms)ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି । ବିଭିନ୍ନ ପ୍ରକାରର ଘରୋଇ ଉପଚାର ଏବଂ ଅନ୍ଧବିଶ୍ୱାସକୁ ମଧ୍ୟ ଆପଣାଉଛନ୍ତି । କେଶ ଝଡ଼ିବାର ନିରାକରଣ ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ପଡ଼ିବ । ତେବେ କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ?

ଯଦି କୌଣସି ବ୍ୟକ୍ତିଙ୍କୁ କମ୍ ସମୟରେ ଚନ୍ଦାପଣର (Hair loss Symptoms)ସମସ୍ଯା ହୋଇଥାଏ,ତେବେ ଗଙ୍ଗଶିଉଳୀ ( night jashmin )ର ମଞ୍ଜିକୁ ପାଣି ସହ ପେଶି ଏହାର ପେଷ୍ଟକୁ ଚନ୍ଦାପଣ ହୋଇଥିବା ସ୍ଥାନରେ ଲଗାଇଲେ, କେଶ ସମସ୍ଯାରୁ ମୁକ୍ତି ମିଳିଥାଏ ।

ଏଥିସହିତ ଆପଣମାନେ ପ୍ରଥମେ ନଡିଆ ତେଲ, ଦ୍ବିତୀୟରେ ମନ୍ଦାର ଫୁଲର ପାଖୁଡା, ୧୦ ରୁ ୨୦ ଟି ପତ୍ର ତୋଳି ନେଇ ଆସନ୍ତୁ । ଏହାପରେ ମନ୍ଦାର ପତ୍ର ଆପଣଙ୍କ ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏହାପରେ ମନ୍ଦାର ପତ୍ରକୁ କୌଣସି ଛେଚା ସାହାଯ୍ୟରେ ଛେଚି ସେଥିରୁ ରସ ବାହାର କରି ନିଅନ୍ତୁ । ମନ୍ଦାର ପତ୍ରକୁ ଛେଚି ସାରି ଗୋଟିଏ ଛଣା ସାହାଯ୍ୟରେ ସେଥିରୁ ରସ ବାହାର କରିନିଅନ୍ତୁ ।

୨୦୦ ଗ୍ରାମ ମନ୍ଦାର ପତ୍ରର ରସ ନିଅନ୍ତୁ ଏବଂ ତୃତୀୟ ସାମଗ୍ରୀର ଆବଶ୍ୟକ ଏଥିପାଇଁ ବରୁଡି ବସା । ବନ୍ଧୁଗଣ ବରୁଡି ବସା ଯଦି ଆପଣଙ୍କୁ ମିଳିଯାଏ ତେବେ ଅତ୍ୟନ୍ତ ଭଲ କଥା । ଏହା ପରେ ଆପଣ ଏହିସବୁ ସାମଗ୍ରୀକୁ ନେଇ ଗରମ କରି ନିଅନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ଏହାକୁ ଆପଣ ଧିମା ଅଞ୍ଚରେ ବସାଇ ଗରମ କରି ନିଅନ୍ତୁ । ଏହାପରେ ଏହାକୁ କୌଣସି ପାତ୍ରକୁ ଛାଣି ନିଅନ୍ତୁ । ଏହା ସହିତ ଆଉ ଏକ ଉପକରଣ ପିଆଜ ରସକୁ ନିଅନ୍ତୁ । ନଡିଆ ତେଲ ଏବଂ ପିଆଜ ରସକୁ ଦିନବେଳା ନିଜ ମୁଣ୍ଡରେ ଲଗାନ୍ତୁ । ଏବଂ ରାତିରେ ପ୍ରସ୍ତୁତ କରିଥିବା ତେଲରେ ପିଆଜ ରସ ହାତରେ ନେଇ ନିଜ ମୁଣ୍ଡରେ ଲଗାନ୍ତୁ । ଏହା କେଶ ସମସ୍ଯାରୁ ମୁକ୍ତି ଦେଇଥାଏ ।

ପ୍ରକାଶ ଥାଉ ଯେ, ଆଜିକାଲି ଡାକ୍ତର ମାନେ କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ମେଡିସିନ ଦେଇଥାନ୍ତି । କାରଣ କେଶ ଝଡିବା ହୁଏ ତ ରୂପୀ କାରଣରୁ ହୋଇଥିବ ବା ଅନ୍ୟ କୌଣସି କାରଣ ଯୋଗୁ ହୋଇଥିବ । ଏଥିପାଇଁଆପଣ ନିଜର ଡାଏଟ ରେ ଅଣ୍ଡା, ପିସ୍ତା ବାଦାମ, ଭିଟାମିନ-ସି, ଆଇରନ ଯୁକ୍ତ ଖାଦ୍ଯ ଆଡ କରିବା ଉଚିତ ।

ରୋଗରୁ ଉପସମ ଦିଏ ଗଙ୍ଗଶିଉଳୀ ( night jashmin ) । ଯାହା ଇଂରାଜୀରେ ନାଇଟ୍ ଜସମିନ୍ ନାମରେ ପରିଚିତ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ମନମୋହିତ । ଗଙ୍ଗଶୀଉଳୀ ଫୁଲ ( night jashmin flower )ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ସୁନ୍ଦର ସୁଗନ୍ଧ ଦେବା ସହ ଅନେକ ରୋଗ ଭଲ କରିବାରେ ସହାୟ ହୁଏ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)